🔥 TRENDING उदयनगर देणोक गौशाला में गौभक्तों ने का... गुवाहाटी यूनिवर्सिटी की छात्रा की संदि... રાયગઢમાં નિઃશુલ્ક મેડિકલ નિદાન કેમ્પ સ... રાજુલામાં મહાત્મા ગાંધી આરોગ્ય મંદિરે... Maharashtra CM warns of El Niño impact... Maharashtra Minister Ganesh Naik Revie...
27 Sep 2026•
ગુજરાતી मराठी ਪੰਜਾਬੀ বাংলা
Local

ଆଙ୍ଗନ କା ଉତ୍ସବ, ଗୁଡାରି

✍️ Reporter: PRADIP KUMAR PANDA 🗓 27 Sep 2026, 10:10 PM 👁 41
Share: 💬 WhatsApp 📘 Facebook 𝕏 Post
ଅଙ୍ଗନ କା ଉତ୍ସବ – ପିତାମାନଙ୍କ ରନ୍ଧନ ପ୍ରତିଯୋଗିତା

ତା. ୨୭.୦୯.୨୦୨୬ ରିଖ ଦିନ ବିଜ୍ଞାପିତ ଅଞ୍ଚଳ ପରିଷଦ, ଗୁଡ଼ାରୀ ଅନ୍ତର୍ଗତ ଶବର ସାହି ଅଙ୍ଗନବାଡ଼ି କେନ୍ଦ୍ରରେ “ଅଙ୍ଗନ କା ଉତ୍ସବ” କାର୍ଯ୍ୟକ୍ରମ ଅନ୍ତର୍ଗତ “ପିତାମାନଙ୍କ ରନ୍ଧନ ପ୍ରତିଯୋଗିତା” ଆୟୋଜିତ ହୋଇଥିଲା।

ଉକ୍ତ କାର୍ଯ୍ୟକ୍ରମରେ ଗୁଡ଼ାରୀ ମହିଳା ଓ ଶିଶୁ ବିକାଶ ଅଧିକାରୀ ଶ୍ରୀମତୀ ଅନିତା ପାଣିଗ୍ରାହୀଙ୍କ ସମେତ ପରିଦର୍ଶିକା ଶ୍ରୀମତୀ ଅରୁନ୍ଧତୀ ଗରଡ଼ିଆ ଓ ଶ୍ରୀମତୀ ପଦ୍ମାବତୀ ଶବର ଉପସ୍ଥିତ ରହିଥିଲେ। ଉପସ୍ଥିତ ଅଧିକାରୀମାନେ “ପୋଷଣମୁକ୍ତ ଓଡ଼ିଶା, ସଶକ୍ତ ଓଡ଼ିଶା” ଗଠନର ଲକ୍ଷ୍ୟ ସମ୍ପର୍କରେ ଉପସ୍ଥିତ ପିତାମାତାମାନଙ୍କୁ ବିସ୍ତୃତ ଭାବେ ବୁଝାଇବା ସହ ସଚେତନ କରାଇଥିଲେ।

ଏହି ରନ୍ଧନ ପ୍ରତିଯୋଗିତାରେ ଭାଗ ନେଇଥିବା ପିତାମାନଙ୍କ ଦ୍ୱାରା ପ୍ରସ୍ତୁତ ଖାଦ୍ୟକୁ ମାତୃ କମିଟି, ୱାର୍ଡ ମେମ୍ବର, ଅଙ୍ଗନବାଡ଼ି ମ୍ୟାନେଜମେଣ୍ଟ କମିଟି ଓ ବିଚାରକମଣ୍ଡଳୀଙ୍କ ଦ୍ୱାରା ଯାଞ୍ଚ ଓ ମୂଲ୍ୟାୟନ କରାଯାଇଥିଲା। ମୂଲ୍ୟାୟନ ଆଧାରରେ ପ୍ରଥମ, ଦ୍ୱିତୀୟ ଓ ତୃତୀୟ ସ୍ଥାନ ଅଧିକାରୀମାନଙ୍କୁ ଚୟନ କରାଯାଇ ପୁରସ୍କୃତ କରିବା ପାଇଁ ନିର୍ଦ୍ଧାରଣ କରାଯାଇଥିଲା।

କାର୍ଯ୍ୟକ୍ରମ ଅବସରରେ “ତ୍ରିରଙ୍ଗା ଥାଳି” ଭଳି ପୋଷଣଯୁକ୍ତ ଓ ସନ୍ତୁଳିତ ଖାଦ୍ୟ ପ୍ରସ୍ତୁତ କରି ପରିବାରର ସମସ୍ତ ସଦସ୍ୟଙ୍କୁ ନିୟମିତ ଭାବେ ଖାଦ୍ୟ ଯୋଗାଇବା ଏବଂ ଶିଶୁ ଓ ପରିବାରରେ କୁପୋଷଣ ଦୂରୀକରଣ ଦିଗରେ ସଚେତନ ହେବା ସମ୍ପର୍କରେ ମହିଳା ଓ ଶିଶୁ ବିକାଶ ଅଧିକାରୀ ଉପସ୍ଥିତ ପିତାମାତାମାନଙ୍କୁ ବୁଝାଇବା ସହ ସଚେତନ କରାଇଥିଲେ।

ଏହି କାର୍ଯ୍ୟକ୍ରମ ମାଧ୍ୟମରେ ପରିବାରରେ ପିତାମାତାଙ୍କ ସକ୍ରିୟ ଅଂଶଗ୍ରହଣ, ପୋଷଣ ସମ୍ପର୍କିତ ସଚେତନତା ବୃଦ୍ଧି ଏବଂ କୁପୋଷଣ ନିରାକରଣ ପାଇଁ ସମୁଦାୟର ସହଭାଗିତାକୁ ଗୁରୁତ୍ୱ ଦିଆଯାଇଥିଲା।
📲Get App