🔥 TRENDING छत्तीसगढ़ में डीजे बजाने से पहले लेनी... વૈશ્વિક કટોકટી વચ્ચે ભારતનો દબદબો: મૂડ... કચ્છ: માનકુવા પોલીસ સ્ટેશન વિસ્તારમાંથ... Andhra Pradesh SIPB approves IT projec... El Niño heat slashes Kuppam’s flower o... 13.4 lakh pension applications receive...
19 Sep 2026
ગુજરાતી मराठी ਪੰਜਾਬੀ বাংলা
ପ୍ରଶ୍ନପତ୍ର ଲିକ୍ ବିବାଦରେ ଉତ୍କଳ ବିଶ୍ୱବିଦ୍ୟାଳୟ: ହ୍ୱାଟସଆପରେ ଘୁରି ବୁଲୁଛି +୩ ସେମିଷ୍ଟାର ପ୍ରଶ୍ନ, ସ୍ୱୀକାର କଲେ କର୍ତ୍ତୃପକ୍ଷ, ଥାନାରେ ଏତଲା
Education

ପ୍ରଶ୍ନପତ୍ର ଲିକ୍ ବିବାଦରେ ଉତ୍କଳ ବିଶ୍ୱବିଦ୍ୟାଳୟ: ହ୍ୱାଟସଆପରେ ଘୁରି ବୁଲୁଛି +୩ ସେମିଷ୍ଟାର ପ୍ରଶ୍ନ, ସ୍ୱୀକାର କଲେ କର୍ତ୍ତୃପକ୍ଷ, ଥାନାରେ ଏତଲା

✍️ Reporter: Deepak Mahapatra 🗓 19 Sep 2026, 12:10 PM 👁 9
Share: 💬 WhatsApp 📘 Facebook 𝕏 Post
କୁଳପତିଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଏକ ଉଚ୍ଚସ୍ତରୀୟ ତଦନ୍ତ କମିଟି ଗଠନ କରାଯିବା ସହିତ ଘଟଣାର ଅପରାଧିକ ଦିଗ ଉନ୍ମୋଚନ ପାଇଁ ଶହୀଦନଗର ଥାନାରେ ଲିଖିତ ଅଭିଯୋଗ ଦାଖଲ କରାଯାଇଛି।ପ୍ରଶ୍ନପତ୍ର ଲିକ୍ ବିବାଦରେ ଛନ୍ଦି ହୋଇପଡ଼ିଛି ରାଜ୍ୟର ପ୍ରତିଷ୍ଠିତ ଉଚ୍ଚଶିକ୍ଷାନୁଷ୍ଠାନ ଉତ୍କଳ ବିଶ୍ୱବିଦ୍ୟାଳୟ। ପରୀକ୍ଷା ଆରମ୍ଭ ହେବା ପୂର୍ବରୁ ହ୍ୱାଟସଆପରେ ପ୍ରଶ୍ନପତ୍ର ଘୁରିବୁଲିବା ଘଟଣା ତୀବ୍ର ଆଲୋଡ଼ନ ସୃଷ୍ଟି କରିଛି। ଏହି ସମ୍ବେଦନଶୀଳ ପ୍ରସଙ୍ଗରେ ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷ ନିଜର ଦୋଷ ଏଡ଼ାଇ ନପାରି ଶେଷରେ ପ୍ରଶ୍ନପତ୍ର ପ୍ରଘଟ ହୋଇଥିବା କଥାକୁ ସ୍ୱୀକାର କରିଛନ୍ତି । ଆଉ ଶହୀଦନଗର ଥାନାରେ ଏନେଇ ବିଧିବଦ୍ଧ ଏତଲା ମଧ୍ୟ ଦେଇଛନ୍ତି।ସୂଚନା ଅନୁସାରେ, ଯୁକ୍ତ ତିନି ଶ୍ରେଣୀର ଦ୍ୱିତୀୟ ସେମିଷ୍ଟାର ପରୀକ୍ଷାର ପ୍ରଶ୍ନପତ୍ର ହ୍ୱାଟସଆପରେ ଭାଇରାଲ ହୋଇଛି। ସେପ୍ଟେମ୍ବର ୧୨ତାରିଖରୁ ଆରମ୍ଭ ହୋଇଥିବା ଏହି ଦ୍ୱିତୀୟ ସେମିଷ୍ଟାର ପରୀକ୍ଷା ପ୍ରଶ୍ନପତ୍ର ଲିକ୍ ହେବାପରେ ପୁଣିଥରେ ପରୀକ୍ଷା ହେବାର ଆଶଙ୍କା ଦେଖାଦେଇଛି। ଉତ୍କଳ ବିଶ୍ୱବିଦ୍ୟାଳୟ ଅଧୀନରେ ଥିବା ପ୍ରାୟ ୩୦୦ କଲେଜର ହଜାର ହଜାର ଛାତ୍ରଛାତ୍ରୀ ପରୀକ୍ଷା ଦେଉଥିବାବେଳେ ପରୀକ୍ଷା ପୂର୍ବରୁ ପ୍ରଶ୍ନପତ୍ର ଲିକ୍ କିଭଳି ହେଲା ତାହା ଏବେ ସବୁଠୁ ବଡ଼ ପ୍ରଶ୍ନବାଚୀ ସୃଷ୍ଟି କରିଛି।

ତେବେ ଏ ସମ୍ପର୍କରେ ବିଶ୍ୱବିଦ୍ୟାଳୟର ପରୀକ୍ଷା ନିୟନ୍ତ୍ରକ ଡକ୍ଟର ହୃଷିକେଶ ନାୟକ କହିଛନ୍ତି ଯେ, ପ୍ରଶ୍ନପତ୍ର ପ୍ରଘଟ ହୋଇଥିବା ଘଟଣା ସତ୍ୟ ଓ ଏହା କେଉଁ ସୂତ୍ରରୁ ବାହାରିଲା ତା’ର ପୁଙ୍ଖାନୁପୁଙ୍ଖ ଯାଂଚ ଆରମ୍ଭ ହୋଇଛି।କୁଳପତିଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଏକ ଉଚ୍ଚସ୍ତରୀୟ ତଦନ୍ତ କମିଟି ଗଠନ କରାଯିବା ସହିତ ଘଟଣାର ଅପରାଧିକ ଦିଗ ଉନ୍ମୋଚନ ପାଇଁ ଶହୀଦନଗର ଥାନାରେ ଲିଖିତ ଅଭିଯୋଗ ଦାଖଲ କରାଯାଇଛି। ସୋସିଆଲ ମିଡିଆରେ ପ୍ରଶ୍ନପତ୍ର ଭାଇରାଲ ହୋଇଥିବାରୁ ଆବଶ୍ୟକ ପଡ଼ିଲେ ସାଇବର ଥାନାର ମଧ୍ୟ ଦ୍ୱାରସ୍ଥ ହେବୁ ବୋଲି ଶ୍ରୀ ନାୟକ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି।
ସେ କହିଛନ୍ତି ଯେ, ନିୟମ ଅନୁସାରେ ବିଶ୍ୱବିଦ୍ୟାଳୟ ପରିସରରୁ କଡ଼ା ସୁରକ୍ଷା ମଧ୍ୟରେ ସିଲ୍ ହୋଇ ପ୍ରଶ୍ନପତ୍ର ବିଭିନ୍ନ କଲେଜକୁ ପଠାଯାଇଥାଏ ଓ ପରୀକ୍ଷାର ଠିକ୍ ଅଧଘଣ୍ଟା ପୂର୍ବରୁ ସେଣ୍ଟର ସୁପରିଟେଣ୍ଡେଣ୍ଟଙ୍କ ଉପସ୍ଥିତିରେ ତାହା ଖୋଲାଯିବାର ବ୍ୟବସ୍ଥା ରହିଛି। ତେବେ ଏହି ସୁରକ୍ଷିତ ବ୍ୟବସ୍ଥାରେ କେଉଁଠି ତ୍ରୁଟି ରହିଲା ଓ କେଉଁ ଶିକ୍ଷକ ବା କର୍ମଚାରୀଙ୍କ ଅବହେଳା ଯୋଗୁଁ ଏପରି ଘଟିଲା, ତାହାର ପର୍ଦ୍ଦାଫାଶ ପାଇଁ ପ୍ରୟାସ ଚାଲିଛି।

ଶ୍ରୀ ନାୟକ ଆହୁରି ମଧ୍ୟ ସ୍ପଷ୍ଟ କରିଛନ୍ତି ଯେ, ତଦନ୍ତ ପରେ ଯଦି ପ୍ରଶ୍ନପତ୍ର ବ୍ୟାପକ ଭାବେ ଲିକ୍ ହୋଇଥିବା ପ୍ରମାଣିତ ହୁଏ, ତେବେ ଛାତ୍ରଛାତ୍ରୀଙ୍କ ଭବିଷ୍ୟତକୁ ଦୃଷ୍ଟିରେ ରଖି ସମ୍ପୃକ୍ତ ବିଷୟଗୁଡ଼ିକର ପରୀକ୍ଷା ବାତିଲ କରି ପୁନର୍ବାର ପରୀକ୍ଷା କରାଯିବ। ଏହି ଘଟଣାରେ ଯେଉଁମାନେ ବି ସମ୍ପୃକ୍ତ ଥିବେ, ସେମାନଙ୍କ ବିରୋଧରେ ଦୃଢ଼ ଦଣ୍ଡବିଧାନ କରାଯିବ ବୋଲି ସେ ଚେତାବନୀ ଦେଇଛନ୍ତି।
📲Get App