🔥 TRENDING छत्तीसगढ़ में डीजे बजाने से पहले लेनी... વૈશ્વિક કટોકટી વચ્ચે ભારતનો દબદબો: મૂડ... કચ્છ: માનકુવા પોલીસ સ્ટેશન વિસ્તારમાંથ... Andhra Pradesh SIPB approves IT projec... El Niño heat slashes Kuppam’s flower o... 13.4 lakh pension applications receive...
19 Sep 2026
ગુજરાતી मराठी ਪੰਜਾਬੀ বাংলা
Politics

ନରାଜରେ ପ୍ରତିଷ୍ଠା ହେବ ଓଡ଼ିଶାର ‘ସିଲିକନ୍ ଭାଲି’: ୨୩୬୦୦ କୋଟିର ପୁଞ୍ଜିନିବେଶ ସହ ୬୧୦୦ ନିଯୁକ୍ତି ସୁଯୋଗ

✍️ Reporter: Deepak Mahapatra 🗓 19 Sep 2026, 12:12 PM 👁 11
Watch on: ▶️ YouTube
Share: 💬 WhatsApp 📘 Facebook 𝕏 Post
କଟକ’ର ନରାଜଠାରେ ୮୭୦ ଏକର ପରିମିତ ଜମିରେ 'ଓଡ଼ିଶା ସିଲିକନ୍ ଭାଲି' ନିର୍ମାଣ କରାଯିବ ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି। ଏହାଦ୍ୱାରା ସେଠାରେ ଏକ ବିଶ୍ୱସ୍ତରୀୟ ସେମିକଣ୍ଡକ୍ଟର ହବ୍ ସୃଷ୍ଟି ହୋଇପାରିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।ଓଡ଼ିଶା ଏବେ ଦେଶ ତଥା ବିଶ୍ୱର ସେମିକଣ୍ଡକ୍ଟର ମାନଚିତ୍ରରେ ନିଜକୁ ଏକ ପ୍ରମୁଖ କେନ୍ଦ୍ର ଭାବେ ପ୍ରତିଷ୍ଠା କରିବାକୁ ଯାଉଛି । କଟକ ଜିଲ୍ଲା ନରାଜଠାରେ ୮୭୦ ଏକର ପରିମିତ ଜମିରେ ଏକ ବିଶ୍ୱସ୍ତରୀୟ ‘ଓଡ଼ିଶା ସିଲିକନ୍ ଭାଲି’ ପ୍ରତିଷ୍ଠା କରାଯିବ। ଏହି ପଦକ୍ଷେପ ମାଧ୍ୟମରେ ସେମିକଣ୍ଡକ୍ଟର ଓ ଇଲେକ୍ଟ୍ରୋନିକ୍ସ ଉତ୍ପାଦନ କ୍ଷେତ୍ରରେ ରାଜ୍ୟ ଏକ ପ୍ରମୁଖ ଜାତୀୟ କେନ୍ଦ୍ର ଭାବେ ଉଭା ହେବାକୁ ଯାଉଛି। ଯାହା ରାଜ୍ୟର ଶିଳ୍ପ ଓ ନିଯୁକ୍ତି କ୍ଷେତ୍ରରେ ଏକ ଯୁଗାନ୍ତକାରୀ ପରିବତ୍ତନ ଆଣିବ। ନୂଆଦିଲ୍ଲୀରେ ଆୟୋଜିତ ଜାତୀୟସ୍ତରୀୟ ‘ସେମିକନ୍ ଇଣ୍ଡିଆ ୨୦୨୬’ ସମ୍ମିଳନୀରେ ଯୋଗ ଦେଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜି ଏହି ଘୋଷଣା କରିଛନ୍ତି ।ଏହାଦ୍ୱାରା ସେଠାରେ ଏକ ବିଶ୍ୱସ୍ତରୀୟ ସେମିକଣ୍ଡକ୍ଟର ହବ୍ ସୃଷ୍ଟି ହୋଇପାରିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ସୂଚନାଯୋଗ୍ୟଯେ, ରାଜ୍ୟରେ ସେମିକଣ୍ଡକ୍ଟର, ଇଲେକ୍ଟ୍ରୋନିକ୍ସ ଏବଂ ଆଇଟି ପ୍ରକଳ୍ପଗୁଡ଼ିକୁ ଏକାଠି କରି ଏକ ବିଶ୍ୱସ୍ତରୀୟ ସେମିକଣ୍ଡକ୍ଟର ହବ୍‌’ରେ ପରିଣତ କରିବା ପାଇଁ ଏହି ପ୍ରକଳ୍ପ ହାତକୁ ନିଆଯାଇଛି। ନରାଜର ଭୌଗୋଳିକ ଅବସ୍ଥିତି ଶିଳ୍ପ ପାଇଁ ଅତ୍ୟନ୍ତ ଅନୁକୂଳ ଅଟେ। ଏଠାରୁ ଭୁବନେଶ୍ୱର-କଟକ ସହରାଞ୍ଚଳ କରିଡର ସହ ସୁଗମ ଯୋଗାଯୋଗ ସୁବିଧା ରହିବା ସହ ମହାନଦୀ ନିକଟବର୍ତ୍ତୀ ହୋଇଥିବାରୁ ଆବଶ୍ୟକ ଜଳ ଯୋଗାଣ ମଧ୍ୟ ସହଜ ହୋଇପାରିବ। ଏହାଛଡ଼ା, ପାରାଦୀପ ଏବଂ ଧାମରା ବନ୍ଦର ସହ ସଂଯୋଗ ରହୁଥିବାରୁ ଏହା ଲଜିଷ୍ଟିକ୍ସ ଏବଂ ଯୋଗାଣ ଶୃଙ୍ଖଳା ପାଇଁ ଏକ ମୁଖ୍ୟ କେନ୍ଦ୍ର ପାଲଟିବ।

ଏହି ସମ୍ମିଳନୀ ଅବସରରେ ରାଜ୍ୟ ସରକାର ପ୍ରାୟ ୨୩,୬୦୦ କୋଟି ଟଙ୍କାର ନିବେଶ ପ୍ରସ୍ତାବ ପାଇଛନ୍ତି, ଯାହାଦ୍ୱାରା ପ୍ରାୟ ୬,୧୦୦ ନୂତନ ନିଯୁକ୍ତି ସୁଯୋଗ ସୃଷ୍ଟି ହେବାର ସମ୍ଭାବନା ରହିଛି। ଏହା 'ସେମିକନ୍ ୨.୦' ଅଧୀନରେ ଓଡ଼ିଶାରେ ଏକ ସମ୍ପୂର୍ଣ୍ଣ ସେମିକଣ୍ଡକ୍ଟର ଭାଲ୍ୟୁ ଚେନ୍ ଗଠନ ଦିଗରେ ଏକ ବଡ଼ ପଦକ୍ଷେପ। ଏହା ସହିତ ସିଲିକନ୍ କାର୍ବାଇଡ୍ ସବଷ୍ଟ୍ରେଟ୍ ୱାଫର ପ୍ରସ୍ତୁତି ପାଇଁ 'କ୍ୱାଡ଼କ୍ୱାଣ୍ଟମ' (QuadQuantum) ସଂସ୍ଥା ସହ ଏକ ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଛି।ନୂଆଦିଲ୍ଲୀରେ ଚାଲିଥିବା ଏହି ସମ୍ମିଳନୀରେ ମୁଖ୍ୟମନ୍ତ୍ରୀ ଜାପାନ, ସ୍ୱିଡେନ୍ ଏବଂ ତାଇୱାନର ଆନ୍ତର୍ଜାତୀୟ ପ୍ରତିନିଧି ଦଳ ସହ ଗୁରୁତ୍ୱପୂର୍ଣ୍ଣ ବୈଠକ କରିଛନ୍ତି। ଏହାବ୍ୟତୀତ ଲ୍ୟାମ୍ ରିସର୍ଚ୍ଚ, ଆପ୍ଲାଏଡ୍ ମେଟେରିଆଲ୍ସ, ସିକ ସେମ୍ (SiC-Sem), ଥ୍ରୀ-ଡି ଗ୍ଲାସ୍ ସୋଲୁସନ ଏବଂ ସାଇଏଣ୍ଟ୍ ଭଳି ପ୍ରମୁଖ ବିଶ୍ୱସ୍ତରୀୟ କମ୍ପାନିଗୁଡ଼ିକର ଅଧିକାରୀମାନେ ମୁଖ୍ୟମନ୍ତ୍ରୀଙ୍କୁ ଭେଟି ଆଲୋଚନା କରିଛନ୍ତି।
ଏହି ଅବସରରେ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କହିଛନ୍ତି ଯେ, ଓଡ଼ିଶାର ସେମିକଣ୍ଡକ୍ଟର ଯାତ୍ରା ବର୍ତ୍ତମାନ କେବଳ ପରିକଳ୍ପନା ସ୍ତରରୁ ଆଗକୁ ଯାଇ ପ୍ରକଳ୍ପ କାର୍ଯ୍ୟାନ୍ୱୟନ ଦିଗରେ ଦ୍ରୁତ ଗତିରେ ଆଗେଇ ଚାଲିଛି। ଆମେ ସେମିକଣ୍ଡକ୍ଟର ମୂଲ୍ୟ ଶୃଙ୍ଖଳାର (Value Chain) ଗୁରୁତ୍ୱପୂର୍ଣ୍ଣ କ୍ଷେତ୍ରଗୁଡ଼ିକରେ ପୁଞ୍ଜିନିବେଶ ଆକର୍ଷିତ କରିବାରେ ଏବଂ ସବୁଠାରୁ ବଡ଼ କଥା ହେଲା ପ୍ରମୁଖ ପ୍ରକଳ୍ପଗୁଡ଼ିକୁ କାର୍ଯ୍ୟକାରୀ କରିବା ଦିଗରେ ସଫଳ ହୋଇଛୁ। 'ସେମିକନ୍ ଇଣ୍ଡିଆ ୨୦୨୬'ରେ ଶିଳ୍ପ ଜଗତର ଅଗ୍ରଣୀ ବ୍ୟକ୍ତିବିଶେଷଙ୍କ ସହ ଆମର ଆଲୋଚନା ଏହି ଗତିକୁ ଆହୁରି ଆଗକୁ ବଢ଼ାଇବା ଏବଂ ଓଡ଼ିଶାକୁ ପରବର୍ତ୍ତୀ ପର୍ଯ୍ୟାୟର ସେମିକଣ୍ଡକ୍ଟର ନିବେଶ ଆଣିବା ଉପରେ କେନ୍ଦ୍ରୀଭୂତ ରହିଛି। ଆମେ ଏଭଳି ଏକ ଇକୋସିଷ୍ଟମ ଗଠନ କରିବାକୁ ଚାହୁଁଛୁ, ଯେଉଁଠାରେ ବିଶ୍ୱସ୍ତରୀୟ ଏବଂ ଭାରତୀୟ ପ୍ରଯୁକ୍ତିବିଦ୍ୟା କମ୍ପାନିଗୁଡ଼ିକ ଉତ୍ପାଦନ, ନବସୃଜନ ଏବଂ ବିକାଶ କରିପାରିବେ।
📲Get App