नौकरी
ମାର୍କଫେଡରୁ ସନ୍ତୋଷ ନାୟକ ଆଉଟ୍ , ଆଇଏଏସ୍ ମନୀଷ ଅଗ୍ରୱାଲଙ୍କୁ ଅତିରିକ୍ତ ଦାୟିତ୍ୱ
ମାର୍କଫେଡର ପରିଚାଳନା ନିର୍ଦ୍ଦେଶକ ଭାବେ କାର୍ଯ୍ୟରତ ବରିଷ୍ଠ ଓଏଏସ୍ ଅଫିସର ସନ୍ତୋଷ କୁମାର ନାୟକଙ୍କୁ ହଟାଇ ଦେଇଛନ୍ତି। ତାଙ୍କ ସ୍ଥାନରେ ୨୦୧୨ ବ୍ୟାଚ୍ ଆଇଏଏସ୍ ମନୀଷ ଅଗ୍ରୱାଲଙ୍କୁ ମାର୍କଫେଡ୍ ପରିଚାଳନା ନିର୍ଦ୍ଦେଶକ ଭାବେ ଅତିରିକ୍ତ ଦାୟିତ୍ୱ ନ୍ୟସ୍ତ କରିଛନ୍ତି।ରାଜ୍ୟ ସରକାର ଆଜି ସମବାୟ ପ୍ରଶାସନରେ ଗୁରୁତ୍ୱପୂର୍ଣ୍ଣ ଅଦଳବଦଳ କରିଛନ୍ତି। ଓଡ଼ିଶା ରାଜ୍ୟ କୃଷି ମାର୍କେଟିଂ ଫେଡେରେସନ(ମାର୍କଫେଡ)ର ପରିଚାଳନା ନିର୍ଦ୍ଦେଶକ ଭାବେ କାର୍ଯ୍ୟରତ ବରିଷ୍ଠ ଓଏଏସ୍ ଅଫିସର ସନ୍ତୋଷ କୁମାର ନାୟକଙ୍କୁ ଅବ୍ୟାହତି ଦେଇଛନ୍ତି। ତାଙ୍କ ସ୍ଥାନରେ ୨୦୧୨ ବ୍ୟାଚ୍ ଆଇଏଏସ୍ ମନୀଷ ଅଗ୍ରୱାଲଙ୍କୁ ମାର୍କଫେଡ୍ ପରିଚାଳନା ନିର୍ଦ୍ଦେଶକ ଭାବେ ଅତିରିକ୍ତ ଦାୟିତ୍ୱ ନ୍ୟସ୍ତ କରିଛନ୍ତି। ମନୀଷ ଏବେ ଓଡ଼ିଶା କୋଅପରେଟିଭ ସୋସାଇଟି ରେଜିଷ୍ଟ୍ରାର ଭାବେ କାର୍ଯ୍ୟ କରୁଛନ୍ତି।ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ଜାରି ବିଜ୍ଞପ୍ତି ଅନୁସାରେ, ବରିଷ୍ଠ ଓଏଏସ୍ ସନ୍ତୋଷ ନାୟକ ସମବାୟ ବିଭାଗର ସ୍ୱତନ୍ତ୍ର ସଚିବ ସହ ମାର୍କଫେଡ ପରିଚାଳନା ନିର୍ଦ୍ଦେଶକ ଭାବେ କାର୍ଯ୍ୟ କରୁଥିଲେ। ମାତ୍ର ଆଜି ସରକାର ଶ୍ରୀ ନାୟକଙ୍କୁ ମାର୍କଫେଡରୁ ହଟାଇ ଦେଇ ସମବାୟ ବିଭାଗର ସ୍ୱତନ୍ତ୍ର ସଚିବ ଭାବେ ପୂର୍ଣ୍ଣକାଳୀନ ଦାୟିତ୍ୱ ସହ କୋଅପରେଟିଭ ସୋସାଇଟିର ଅଡିଟର ଜେନେରାଲ ଭାବେ ଅତିରିକ୍ତ ଦାୟିତ୍ୱ ମଧ୍ୟ ନ୍ୟସ୍ତ କରିଛନ୍ତି।
ସରକାର ଏହି ନିଷ୍ପତ୍ତି ମାଧ୍ୟମରେ ଏକାସାଙ୍ଗରେ ଦୁଇଟି ଲକ୍ଷ୍ୟ ହାସଲ କରିଥିବା କୁହାଯାଉଛି। ପ୍ରଥମତଃ ସମବାୟ ସୋସାଇଟି ଓ ମାର୍କଫେଡ୍ ଉଭୟର ଦାୟିତ୍ୱ ଜଣେ ବରିଷ୍ଠ ଆଇଏଏସ୍ ଅଫିସରଙ୍କ ନିୟନ୍ତ୍ରଣରେ ରହିଲା। ଯାହାଫଳରେ ଚଳିତ ଖରିଫ ଋତୁରେ ସାର ଯୋଗାଣଠୁ ଆରମ୍ଭ କରି ବିହନ ବିକ୍ରି ପର୍ଯ୍ୟନ୍ତ ଜିଲ୍ଲାସ୍ତରରେ ସନ୍ତୁଳିତ ଓ ସହଜ ହୋଇପାରିବ। ଦ୍ୱିତୀୟତଃ ଆଗାମୀ ସମବାୟ ନିର୍ବାଚନ ପୂର୍ବରୁ ପ୍ରଶାସନିକ ଲଗାମକୁ ସୁଦୃଢ଼ କରିବାକୁ ଶାସକ ବିଜେପି ଏବେ ତୃଣମୂଳସ୍ତରର ଚାଷୀ ଓ ସମବାୟ ନେତାମାନଙ୍କୁ ସକରାତ୍ମକ ସନ୍ଦେଶ ଦେବାକୁ ପ୍ରୟାସ କରୁଥିବା ଜଣାପଡ଼ିଛି।ରାଜ୍ୟରେ ଚାଷୀଙ୍କୁ ସାର,ବିହନ ଓ କୀଟନାଶକ ଯୋଗାଣରେ ମାର୍କଫେଡ୍ ସବୁଠୁ ବଡ଼ ମାଧ୍ୟମ ହୋଇଥିବାବେଳେ ସରକାରୀସ୍ତରରେ ଅଚାନକ ଏହି ବଦଳି ହୋଇଛି। ଶ୍ରୀ ନାୟକ ମାର୍କଫେଡର ବାର୍ଷିକ ସାଧାରଣ ବୈଠକରେ ବିବାଦୀୟ ମନ୍ତବ୍ୟ ଦେବା ଓ ତାଙ୍କ କାର୍ଯ୍ୟଶୈଳୀ ବିରୁଦ୍ଧରେ ତୃଣମୂଳସ୍ତର ସମବାୟ ନେତାମାନେ ଗତ କିଛିମାସ ତଳେ କେନ୍ଦ୍ର ସମବାୟ ମନ୍ତ୍ରୀ ଅମିତ୍ ଶାହଙ୍କୁ ଫେରାଦ ହୋଇଥିଲେ। ତା’ଛଡ଼ା ସମବାୟ ନିର୍ବାଚନ ପୂର୍ବରୁ ସମବାୟ ପ୍ରତିନିଧି ଓ ଚାଷୀ ସଂଗଠନଗୁଡ଼ିକୁ ଅସନ୍ତୁଷ୍ଟ କରିବାକୁ ସରକାର ଚାହିଁବେ ନାହିଁ। ତେଣୁ ସମ୍ଭବତଃ ଶ୍ରୀ ନାୟକଙ୍କୁ ମାର୍କଫେଡର କୋଟି କୋଟି ଟଙ୍କାର ଆର୍ଥକ କାରବାର ଓ ଫିଲ୍ଡ ଦାୟିତ୍ୱରୁ ସମ୍ପୂର୍ଣ୍ଣ ମୁକ୍ତ କରି ସଚିବାଳୟସ୍ତରୀୟ ଫାଇଲ୍ କାର୍ଯ୍ୟର ଦାୟିତ୍ୱ ଦେଇଥିବା ଚର୍ଚ୍ଚା ହେଉଛି।
ଶାସକ ବିଜେପି ଏବେ ରାଜ୍ୟରେ ନିଜର ସମବାୟ ୱିଙ୍ଗକୁ ସୁଦୃଢ଼ କରିବା ପାଇଁ ଜୋରଦାର ପ୍ରୟାସ କରୁଥିବାବେଳେ ଆଜିର ଏହି ବଦଳି ବେଶ୍ ଗୁରୁତ୍ୱ ବହନ କରୁଛି।