🔥 TRENDING શ્રી વિશ્વકર્મા લુહાર અતિથિ ભવન Torrential Rain Deluges Ahmedabad, Str... Heavy Rain Continues to Batter Ahmedab... Red Alert Issued for Heavy Rain in Fiv... Punjab Govt Boosts Employees' Inflatio... BJP’s anti-drug rally convoy attacked...
18 Sep 2026
ગુજરાતી मराठी ਪੰਜਾਬੀ বাংলা
Crime

ଭୁବନେଶ୍ୱରରେ ପୁଅ ସହ ମିଶି ଭଡ଼ାଟିଆଙ୍କ ଘରେ କଳାକନା ବୁଲାଇଲେ ମାଲିକାଣୀ

✍️ Reporter: Deepak Mahapatra 🗓 18 Sep 2026, 12:16 PM 👁 20
Watch on: ▶️ YouTube
Share: 💬 WhatsApp 📘 Facebook 𝕏 Post
ଭଡ଼ାଟିଆଙ୍କ ଘରୁ ସୁନା ଅଳଙ୍କାର ଚୋରି କରି ଗିରଫ ହୋଇଛନ୍ତି ଘର ମାଲିକାଣୀ ଓ ତାଙ୍କ ପୁଅ। ଭୁବନେଶ୍ବରର ଧଉଳି ଥାନା ଅଞ୍ଚଳରେ ଘଟିଛି ଏହି ଘଟଣା। ଗିରଫ ଅଭିଯୁକ୍ତମାନେ ହେଉଛନ୍ତି, ସୋନାଲି ସାହୁ ଏବଂ ବିଶ୍ୱରଞ୍ଜନ ସାହୁ। ଧଉଳି ଥାନା ପୁଲିସ ସେମାନଙ୍କୁ ଗିରଫ କୋର୍ଟଚାଲାଣ କରିଛି।

ଧଉଳି ଥାନା ଲିଙ୍ଗିପୁର ଅଞ୍ଚଳର ସୋନାଲିଙ୍କ ଘରେ ଭଡ଼ାରେ ରହୁଥିଲେ ରାଜଲକ୍ଷ୍ମୀ ପ୍ରଧାନ। ଗତ ୯ ମାସ ହେବ ସେ ଘରେ ନଥିଲେ। ଘରେ ତାଲା ପଡିଥିଲା। ସେହି ସମୟରେ ରାଜଲକ୍ଷ୍ମୀଙ୍କ ଘରେ କଳାକନା ବୁଲାଇଥିଲେ ଘର ମାଲିକାଣୀ ସୋନାଲି ସାହୁ ଓ ତାଙ୍କ ପୁଅ । ରାଜଲକ୍ଷ୍ମୀଙ୍କ ଘରେ ଥିବା ସୁନା ଅଳଙ୍କାର ଚୋରି କରିଥିଲେ ସେମାନେ।ରାଜଲକ୍ଷ୍ମୀ ଫେରିବା ପରେ ସୁନା ଅଳଙ୍କାର ନପାଇ ଚୋରି ହୋଇଥିବା ନେଇ ଧଉଳି ଥାନାରେ ଏତଲା ଦେଇଥିଲେ। ଘଟଣାର ତଦନ୍ତ କରି ପୁଲିସ ଘର ମାଲିକାଣୀ ଓ ତାଙ୍କ ପୁଅକୁ ଗିରଫ କରିଥିଲା । ସେମାନଙ୍କଠାରୁ ସମସ୍ତ ଚୋରି ଅଳଙ୍କାର ଜବତ କରିଛି।
📲Get App