Politics
ମୋଦୀଙ୍କ ଜନ୍ମଦିନ ଅବସରରେ ‘ମେଗା ରକ୍ତଦାନ ଶିବିର’, ସଂଗ୍ରହ ହେଲା ୮୮୧୦ ୟୁନିଟ ରକ୍ତ, ସୃଷ୍ଟି ହେଲା ନୂତନ ବିଶ୍ୱ ରେକର୍ଡ
Watch on:
▶️ YouTube
ଭୁବନେଶ୍ୱର: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ୭୬ତମ ଜନ୍ମଦିବସ ଅବସରରେ ରାଜ୍ୟରେ ଆରମ୍ଭ ହୋଇଛି ଏକ ମାସବ୍ୟାପୀ 'ସେବା ସଂକଳ୍ପ ଅଭିଯାନ'। ଏହି ଅବସରରେ ଭୁବନେଶ୍ୱର ୟୁନିଟ୍-୩ ସ୍ଥିତ ଇଡକୋ ପ୍ରଦର୍ଶନୀ ପଡ଼ିଆରେ ବିଜେପି ଯୁବ ମୋର୍ଚ୍ଚା ପକ୍ଷରୁ ଏକ ବିଶାଳ ମେଗା ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି। କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ମୁଖ୍ୟଅତିଥି ଭାବେ ଯୋଗଦେଇ ରକ୍ତଦାତାମାନଙ୍କୁ ଉତ୍ସାହିତ କରିଛନ୍ତି।
ମାନବ ସେବାର ଏକ ବିରାଟ ଜନ ଆନ୍ଦୋଳନ: ମୁଖ୍ୟମନ୍ତ୍ରୀ
କାର୍ଯ୍ୟକ୍ରମକୁ ସମ୍ବୋଧିତ କରି ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ କହିଛନ୍ତି ଯେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ୫୦ ବର୍ଷର ଜନସେବା ଏବଂ ୨୫ ବର୍ଷର ନିରବଚ୍ଛିନ ଶାସନ ଦେଶରେ ବଡ଼ଧରଣର ପରିବର୍ତ୍ତନ ଆଣିଛି। ଏହି ସେବା ସଂକଳ୍ପ ଅଭିଯାନ କେବଳ ଏକ ସାଧାରଣ କାର୍ଯ୍ୟକ୍ରମ ନୁହେଁ, ବରଂ ଏହା ମାନବ ସେବା ଓ ତ୍ୟାଗର ଏକ ମହାନ ଜନ ଆନ୍ଦୋଳନ ଅଟେ। ବିଜ୍ଞାନ ଯେତେ ଆଗେଇଲେ ମଧ୍ୟ ରକ୍ତର କୌଣସି ବିକଳ୍ପ ନାହିଁ। ରାଜ୍ୟରେ ରକ୍ତ ଅଭାବରୁ ଯେପରି କାହାର ଜୀବନ ନ ଯାଏ, ସେଥିପାଇଁ ଚଳିତ ଆର୍ଥିକ ବର୍ଷ ବଜେଟରେ ୫୦.୪୫ କୋଟି ଟଙ୍କାର ବ୍ୟୟବରାଦ କରାଯାଇ 'ଅଟଳ ରକ୍ତଦାନ ଅଭିଯାନ' ଆରମ୍ଭ କରାଯାଇଛି ବୋଲି ସେ ମତପ୍ରକାଶ କରିଛନ୍ତି।
୮୮୧୦ ୟୁନିଟ୍ ରକ୍ତ ସଂଗ୍ରହ ସହ ରଚିଲା ବିଶ୍ୱ ରେକର୍ଡ
ଏହି ମେଗା ରକ୍ତଦାନ ଶିବିର ଏକ ନୂତନ ଇତିହାସ ସୃଷ୍ଟି କରିଛି। ସେବା ସଂକଳ୍ପ ଅଭିଯାନର ରାଜ୍ୟ ସଂଯୋଜକ ତଥା ମନ୍ତ୍ରୀ ଡା. କୃଷ୍ଣଚନ୍ଦ୍ର ମହାପାତ୍ର ସୂଚନା ଦେଇ କହିଛନ୍ତି ଯେ, ଗୋଟିଏ ଦିନରେ, ଗୋଟିଏ ସ୍ଥାନରେ, ଗୋଟିଏ କ୍ୟାମ୍ପ୍ ଏବଂ ଗୋଟିଏ ସଂସ୍ଥା ଜରିଆରେ ସର୍ବାଧିକ ୮୮୧୦ ୟୁନିଟ୍ ରକ୍ତ ସଂଗ୍ରହ କରାଯାଇଛି, ଯାହାକି ଏକ ବିଶ୍ୱ ରେକର୍ଡ ଅଟେ। ଏହି ସଫଳତା ପାଇଁ ‘ୱାର୍ଲ୍ଡ ବୁକ୍ ଅଫ୍ ରେକର୍ଡ’ ସଂସ୍ଥାର ପ୍ରତିନିଧିମାନେ ଏକ ସାର୍ଟିଫିକେଟ୍ ପ୍ରଦାନ କରିଛନ୍ତି।
ଏହି ବିଶାଳ କାର୍ଯ୍ୟକ୍ରମରେ ରାଜ୍ୟ ସଭାପତି ମନମୋହନ ସାମଲ, ମନ୍ତ୍ରୀ ସୁରେଶ ପୂଜାରୀ, ସାଂସଦ ସୁଜିତ୍ କୁମାର, ଅପରାଜିତା ଷଡ଼ଙ୍ଗୀ, ବିଧାୟକ ଇରାଶିଷ ଆଚାର୍ଯ୍ୟ, ବାବୁ ସିଂ, ଦୁର୍ଗାପ୍ରସନ୍ନ ନାୟକ, ପ୍ରଶାନ୍ତ ଜଗଦ୍ଦେବ ପ୍ରମୁଖ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଉପସ୍ଥିତ ରହି ସ୍ୱେଚ୍ଛାସେବୀମାନଙ୍କୁ ଉତ୍ସାହିତ କରିଥିଲେ।