🔥 TRENDING দিলীপ ঘোষের মোদী জির জন্মদিনের বক্তব্য પ્રધાનમંત્રી નરેન્દ્ર મોદીના 76મા જન્મ... વડાપ્રધાનશ્રીના જન્મદિવસ નિમિત્તે લુણા... જૂનાગઢ કૃષિ યુનિવર્સિટીમાં મધમાખી પાલન... અખિલ ભારતીય વિધાર્થી પરિષદ Karnataka Minister Spearheads Removal...
17 Sep 2026
ગુજરાતી मराठी ਪੰਜਾਬੀ বাংলা
Crime

ତିନି ଲକ୍ଷ ଟଙ୍କାର ବଟି ମାଗି ତିନି ଗିରଫ

✍️ Reporter: Deepak Mahapatra 🗓 17 Sep 2026, 05:25 PM 👁 13
Share: 💬 WhatsApp 📘 Facebook 𝕏 Post
ଅଭିଯୋଗକାରିଣୀ 24 ଲକ୍ଷ ଟଙ୍କା ଦେଇ ଏକ ମହିନ୍ଦ୍ରା ଥାର୍ ଗାଡ଼ି 'ବୈଷ୍ଣୋ ମୋଟର୍ସ' ରୁ କିଣିଥିଲେ। ଗତ ୦୮.୦୯.୨୦୨୬ ତାରିଖରେ ତାଙ୍କର ଜଣେ ପରିଚିତ ବ୍ୟକ୍ତି ଉକ୍ତ ଗାଡ଼ି ନେଇ ଏସ୍ପ୍ଲାନେଡ୍ ମଲ୍ ଯାଇଥିଲେ। ସେଠାରେ ଦୁଇ ଜଣ ବ୍ୟକ୍ତି ନିଜକୁ ମହିନ୍ଦ୍ରା ଫାଇନାନ୍ସ ଓ ଏକ ରେପୋ ଏଜେନ୍ସି ର କର୍ମଚାରୀ ବୋଲି ପରିଚୟ ଦେଇ ଆର୍ଥିକ ଅନିୟମିତତା ଦର୍ଶାଇ ବଳପୂର୍ବକ ଗାଡ଼ିଟିକୁ ଉଠାଇ ନେଇ ପାହାଳ ସ୍ଥିତ ଷ୍ଟକ୍ ୟାର୍ଡକୁ ନେଇଯାଇଥିଲେ।
ଏହାପରେ ଅଭିଯୁକ୍ତ ଶମ୍ଭୁନାଥ ଦାସ ମୋବାଇଲ୍ ରେ ଫୋନ୍ କରି ଗାଡ଼ି ଛାଡ଼ିବା ପାଇଁ ଅଭିଯୋଗକାରିଣୀଙ୍କୁ ୩ ଲକ୍ଷ ଟଙ୍କା ଦାବି କରିଥିଲା ଏବଂ ଅନ୍ୟ ଜଣଙ୍କ ଠାରୁ କ୍ୟୁଆର୍ କୋଡ୍ ମାଧ୍ୟମରେ ୧୨,୦୦୦/- ଟଙ୍କା ଲାଞ୍ଚ ନେଇଥିଲା। ସହିଦ ନଗର ପୋଲିସ ତଦନ୍ତ ବେଳେ ଜାଣିବାକୁ ପାଇଥିଲା ଯେ ମହିନ୍ଦ୍ରା ଫାଇନାନ୍ସ ର ଡିଭିଜନାଲ୍ ମ୍ୟାନେଜର ରଞ୍ଜନ ଦାସଙ୍କ ନିର୍ଦ୍ଦେଶକ୍ରମେ ଏହି ବେଆଇନ ଉଠାଣ କରାଯାଇଥିଲା। ଆଶ୍ଚର୍ଯ୍ୟଜନକ ଭାବେ ଗାଡ଼ିଟିର ଅସଲି ନମ୍ବର ଥିବା ବେଳେ ଉଦ୍ଧାର ବେଳେ ସେଥିରେ ଏକ ଜାଲ୍ ନମ୍ବର ପ୍ଲେଟ୍ ଲଗାଯାଇଥିଲା (ଯେଉଁଥିପାଇଁ ପୋଲିସ ଏକ ପୃଥକ୍ ମାମଲା- ୪୮୪/୨୬ ରୁଜୁ କରି ତଦନ୍ତ କରୁଛି)।
ସହିଦ ନଗର ପୋଲିସ ବେଆଇନ ଭାବେ ଗାଡ଼ି ଉଠାଇ ନେବା ଏବଂ ଟଙ୍କା ଦାବି କରିବା ଅଭିଯୋଗରେ ଆଜି ମହିନ୍ଦ୍ରା ଫାଇନାନ୍ସ ର ଡିଭିଜନାଲ୍ ମ୍ୟାନେଜରଙ୍କ ସମେତ ରେପୋ ଏଜେନ୍ସି ର ଦୁଇ କର୍ମଚାରୀଙ୍କୁ ବିଧିବଦ୍ଧ ଭାବେ ଗିରଫ କରିଛି। ସଂଗୃହୀତ ପ୍ରମାଣ ଆଧାରରେ ତିନି ଜଣଙ୍କୁ ୧୫ ଦିନିଆ ରିମାଣ୍ଡ ପ୍ରାର୍ଥନା ସହ କୋର୍ଟ ଚାଲାଣ କରାଯାଇଛି l
📲Get App