🔥 ट्रेंडिंग ભરૂચના વોર્ડ નં. 1‑2માં શાળા, આંગણવાડી... સ્વચ્છતા श्री चारंगबाबा मित्र मंडळाचा देखावा ठर... બાપુનગર હોસ્પિટલમાં કરાર સમાપ્ત થયા બા... महाराष्ट्र FDA ने मुंबई के रेस्तरां पर... महाराष्ट्र पुलिस में 2027 में 8,100 रि...
16 सित. 2026
ગુજરાતી मराठी ਪੰਜਾਬੀ বাংলা
अपराध

ମଦ ଉଜାଡ଼ି ଦେଲା ସଂସାର; ଶେଷରେ ସ୍ତ୍ରୀକୁ ମାରିଦେଲେ, ମା’ ଛେଉଣ୍ଡ ହୋଇଗଲେ ୩ ଛୋଟ ଛୁଆ

✍️ रिपोर्टर: Deepak Mahapatra 🗓 16 सित. 2026, 12:50 PM 👁 17
यहाँ देखें: ▶️ YouTube
शेयर करें: 💬 WhatsApp 📘 Facebook 𝕏 Post

ମଦ୍ୟପ ସ୍ୱାମୀର ମାଡ଼ରେ ସ୍ତ୍ରୀ ମୃତ। ଏହି ଅଭିଯୋଗ ଆସିଛି ଭଦ୍ରକ ଜିଲ୍ଲା ଚାନ୍ଦବାଲି ଥାନା ପାଇକିରାପୁର ଗାଁରୁ। ମୃତ ମହିଳାଙ୍କ ନାଁ କମଳିନୀ ପତି। ଅଭିଯୁକ୍ତ ତଥା ତାଙ୍କ ସ୍ୱାମୀଙ୍କ ନାଁ ବିଜୟ ପତି।

ଅଭିଯୋଗ ଅନୁଯାୟୀ, ବିଜୟ ସବୁବେଳେ ମଦ ପିଇ କମଳିନୀଙ୍କୁ ପାଟିତୁଣ୍ଡ କରୁଥିଲେ। ବିଜୟଙ୍କର ଏହି ମଦ ନିଶା ଯୋଗୁ ପ୍ରାୟ ସବୁଦିନେ ପତ୍ନୀଙ୍କ ସହିତ ତାଙ୍କର ଝଗଡ଼ା ହେଉଥିଲା। ସେ ପତ୍ନୀ କମଳିନୀଙ୍କୁ ମାରପିଟ କରୁଥିଲେ। ଗତକାଲି ରାତିରେ ମଦ ପିଇ ଘରକୁ ଆସିଥିଲେ ବିଜୟ। ପତ୍ନୀଙ୍କ ସହିତ କାଲି ରାତିରେ ମଧ୍ୟ ତାଙ୍କର ଝଗଡ଼ା ହୋଇଥିଲା। ପାଟିତୁଣ୍ଡ ମଧ୍ୟରେ ବିଜୟ ତାଙ୍କ ପତ୍ନୀଙ୍କୁ ନିର୍ମମ ଭାବେ ମାଡ଼ ମାରିଥିଲେ। ଫଳରେ ତାଙ୍କର ମୃତ୍ୟୁ ଘଟିଥିଲା। ଘଟଣାସ୍ଥଳରେ ମଦ ବୋତଲର ଭଙ୍ଗା କାଚ ମଧ୍ୟ ପଡ଼ିଛି। ଏଣୁ ସେ ତାଙ୍କୁ ମଦ ବୋତଲରେ ପିଟିଥିବା ଅନୁମାନ କରାଯାଉଛି।

ଆଜି ସକାଳେ ଚାନ୍ଦବାଲି ପୁଲିସ ପହଞ୍ଚି ଘଟଣାସ୍ଥଳରେ ଯାଞ୍ଚ କରିଛି। ମୃତଦେହକୁ ବ୍ୟବଚ୍ଛେଦ ପାଇଁ ପଠାଯାଇଥିବା ବେଳେ ବିଜୟଙ୍କୁ ଅଟକ ରଖି ପଚରାଉଚରା କରୁଛି ପୁଲିସ।ଗାଁର କେଶବ ପତି କହିଛନ୍ତି ଯେ ବିଜୟ ସବୁବେଳେ ନିଶାରେ ରହେ। ମାସରେ ପ୍ରାୟ ୨୦ ଦିନ ରାତିରେ ସ୍ୱାମୀ-ସ୍ତ୍ରୀଙ୍କ ମଧ୍ୟରେ ଝଗଡ଼ା ହେଉଥିଲା। ଲୋକେ ସେମାନଙ୍କୁ ବୁଝାନ୍ତି। ଗତକାଲି ରାତି ପ୍ରାୟ ୨ଟା ବେଳେ ଏହି ଘଟଣା ଘଟିଛି। ସେ (ବିଜୟ) ନିଜେ ଏ କଥା ମାନୁଛି। ଝଗଡ଼ା ଲାଗିବାରୁ ସେ ନିଜେ ମାରି ଦେଇଥିବା କହିଛି।
ମୃତ ମହିଳାଙ୍କ ଭାଇ ମାନଗୋବିନ୍ଦ ପତି କହିଛନ୍ତି, ଭିଣୋଇ ସବୁବେଳେ ନାନୀଙ୍କୁ ମାରଧର କରୁଥିଲେ। ସବୁଦିନେ ମଦ ପିଇ ଘରକୁ ସେ ଆସୁଥିଲେ। କିଛି ରୋଜଗାର କରୁ ନଥିଲେ। କିନ୍ତୁ ମଦ ପିଇବା ପାଇଁ ନାନୀଙ୍କୁ ପଇସା ମାଗୁଥିଲେ ଓ ଝଗଡ଼ା କରୁଥିଲେ। ମଦ ପିଇବାକୁ ଟଙ୍କା ନଦେଲେ ନାନୀଙ୍କୁ ପିଟୁଥିଲେ।

ବିଜୟ ଓ କମଳିନୀଙ୍କର ତିନିଟି ଛୋଟ ଛୁଆ ଅଛନ୍ତି। ସେମାନେ ମା’ ଛେଉଣ୍ଡ ହୋଇଗଲେ।
📲Get App