🔥 TRENDING રાજકોટમાં ઘરેલુ હિંસા મામલે પતિ સહિતના... English version of TV series 'Ramayana... I-Pop Emerges: Indian Pop Music Moves... Karnataka Cabinet clears land allocati... Monsoon weakens in Himachal Pradesh, w... Tamil Nadu grapples with fresh power c...
19 Sep 2026
ગુજરાતી मराठी ਪੰਜਾਬੀ বাংলা
Odisha ରେ ପୁଞ୍ଜିନିବେଶକୁ ନେଇ ଶିଳ୍ପମନ୍ତ୍ରୀଙ୍କ ଦମ୍ଭୋକ୍ତି: ବିଜେଡି ସରକାରର ୧୦ବର୍ଷର ରେକର୍ଡକୁ ୨ବର୍ଷରେ ଭାଙ୍ଗିଲା ବିଜେପି ସରକାର
Politics

Odisha ରେ ପୁଞ୍ଜିନିବେଶକୁ ନେଇ ଶିଳ୍ପମନ୍ତ୍ରୀଙ୍କ ଦମ୍ଭୋକ୍ତି: ବିଜେଡି ସରକାରର ୧୦ବର୍ଷର ରେକର୍ଡକୁ ୨ବର୍ଷରେ ଭାଙ୍ଗିଲା ବିଜେପି ସରକାର

✍️ Reporter: Deepak Mahapatra 🗓 19 Sep 2026, 12:04 PM 👁 8
Share: 💬 WhatsApp 📘 Facebook 𝕏 Post
ବିଜେଡି ନିଜର ୧୦ ବର୍ଷର ଶାସନ କାଳରେ ଯେତିକି ପୁଞ୍ଜି ପ୍ରକଳ୍ପର ଶିଳାନ୍ୟାସ କରିଥିଲା, ବିଜେପି ସରକାର ମାତ୍ର ଦୁଇ ବର୍ଷରେ ତାହାଠୁ ଅଧିକ କରି ଦେଖାଇଛି ବୋଲି ରାଜ୍ୟ ଶିଳ୍ପ ମନ୍ତ୍ରୀ ସମ୍ପଦ ଚନ୍ଦ୍ର ସ୍ୱାଇଁ ଦମ୍ଭୋକ୍ତି ବାଢ଼ିଛନ୍ତି।ରାଜ୍ୟରେ ବିଜେପି ସରକାର ଆସିବା ପରେ ପୁଞ୍ଜିନିବେଶ କ୍ଷେତ୍ରରେ ନୂଆ ଇତିହାସ ରଚିଛି ଓଡ଼ିଶା। ବିଜେଡି ନିଜର ୧୦ ବର୍ଷର ଶାସନ କାଳରେ ଯେତିକି ପୁଞ୍ଜି ପ୍ରକଳ୍ପର ଶିଳାନ୍ୟାସ କରିଥିଲା, ବିଜେପି ସରକାର ମାତ୍ର ଦୁଇ ବର୍ଷରେ ତାହାଠୁ ଅଧିକ କରି ଦେଖାଇଛି ବୋଲି ରାଜ୍ୟ ଶିଳ୍ପ ମନ୍ତ୍ରୀ ସମ୍ପଦ ଚନ୍ଦ୍ର ସ୍ୱାଇଁ ଦମ୍ଭୋକ୍ତି ବାଢ଼ିଛନ୍ତି । ଆବୁଧାବିରୁ ମିଳିଥିବା ବିଶାଳ ସଫଳତା ସହ ପୁଞ୍ଜିନିବେଶର ହିସାବ ଦେଇ ମନ୍ତ୍ରୀ କହିଛନ୍ତି ଯେ ବିଜେଡି ନିଜର ରାଜନୈତିକ ହତାଶା ଲୁଚାଇବା ପାଇଁ ଲୋକଙ୍କୁ ଭ୍ରମିତ କରୁଛି, କିନ୍ତୁ ସରକାରଙ୍କ ତଥ୍ୟ ଓ କାମ ହିଁ ପ୍ରକୃତ ସତ୍ୟକୁ ପ୍ରମାଣିତ କରୁଛି ।ଆଜି ଗଣମାଧ୍ୟମକୁ ସୂଚନା ଦେଇ ମନ୍ତ୍ରୀ ଶ୍ରୀ ସ୍ୱାଇଁ କହିଛନ୍ତି ଯେ, ନିକଟରେ ମୁଖ୍ୟମନ୍ତ୍ରୀଙ୍କ ଆବୁଧାବି ଗସ୍ତରୁ ରାଜ୍ୟକୁ ବେଶ୍ ସଫଳତା ମିଳିଛି । ସେଠାରେ ୧୬୦ ଜଣ ପ୍ରମୁଖ ନିବେଶକ ଓ ୫୨ଟି ବଡ଼ ଶିଳ୍ପ ସଂସ୍ଥା ସହ ୪୬ଟି ୱାନ୍‌-ଟୁ-ୱାନ୍ ଏବଂ ୬ଟି ରାଉଣ୍ଡଟେବୁଲ ବୈଠକ ଅନୁଷ୍ଠିତ ହୋଇଥିଲା ।

ଏହି ଆଲୋଚନା ପରେ ୨୫ଟି ବଡ଼ ପ୍ରକଳ୍ପ ପାଇଁ ମୋଟ ୨ ଲକ୍ଷ ୪୩ ହଜାର କୋଟି ଟଙ୍କାର ନିବେଶ ପ୍ରସ୍ତାବ ଆସିଛି, ଯାହାଦ୍ୱାରା ରାଜ୍ୟରେ ପ୍ରାୟ ୮ ଲକ୍ଷ ୯୫ ହଜାର ନିଯୁକ୍ତି ସୁଯୋଗ ସୃଷ୍ଟି ହେବ। ଆଦାନୀ ଇଣ୍ଟର ନ୍ୟାସନଲା ହୋଲଡିଂ କମ୍ପାନୀ ଓଡ଼ିଶାରେ ୧ ଲକ୍ଷ ୮ ହଜାର କୋଟି ନିବେଶ ପାଇଁ ଏମଓୟୁ କରିଥିଲା। ଓଡିଶା ସରକାରଙ୍କ ସ୍ପିଡ଼ ଅଫ ଡୁଇଙ୍ଗ ନୀତି ଯୋଗୁ ଶିଳ୍ପ ସଂସ୍ଥା ମାନେ ଆବୁଧାବିରେ ୨ ଲକ୍ଷ ୧୦ ହଜାର କୋଟି ନିବେଶ ପାଇଁ ଏମଓୟୁ କରିଛନ୍ତି।ମନ୍ତ୍ରୀ ଶ୍ରୀ ସ୍ୱାଇଁ ଆହୁରି ମଧ୍ୟ କହିଛନ୍ତି ଯେ, ରାଜ୍ୟରେ ବିଜେପି ସରକାର ଆସିବା ପରଠାରୁ ଦେଶ ତଥା ବିଦେଶରୁ ନିବେଶର ସୁଅ ଛୁଟିଛି । 'ଉତ୍କର୍ଷ ଓଡ଼ିଶା' ପଦକ୍ଷେପ ମାଧ୍ୟମରେ ମୋଟ ୧୬ ଲକ୍ଷ ୭୩ ହଜାର କୋଟି ଟଙ୍କାର ୫୧୬ଟି ପ୍ରକଳ୍ପ ପ୍ରସ୍ତାବ ମିଳିସାରିଛି। ବିଭିନ୍ନ ସହରରେ ଆୟୋଜିତ ନିବେଶକ ସମ୍ମିଳନୀ ମଧ୍ୟରୁ ଦିଲ୍ଲୀରୁ ୯୮୮୮୦ କୋଟି ଟଙ୍କା ଓ ୬୭ ହଜାର ନିଯୁକ୍ତି, ହାଇଦ୍ରାବାଦରୁ ୬୬ ୭୮୧ କୋଟି ଟଙ୍କା ଓ ୫୬୩୪୦ ନିଯୁକ୍ତି, କୋଲକାତାରୁ ୧ ଲକ୍ଷ ୩୧୭ କୋଟିରୁ ଊର୍ଦ୍ଧ୍ୱ ଓ ୯୦ ହଜାର ନିଯୁକ୍ତି, ରାଉରକେଲାରୁ ୫୨ ହଜାର କୋଟି ଟଙ୍କା ସହ ୨୦ ହଜାର ନିଯୁକ୍ତି, ଗୁଜୁରାଟରୁ ୪୮୩୪୮ କୋଟି ଟଙ୍କା ଓ ୪୭ ହଜାର ନିଯୁକ୍ତି ଏବଂ ଦିଲ୍ଲୀ ଫୁଡ୍ ପ୍ରୋ ସମ୍ମିଳନୀରୁ ୬୬୩୯୨ କୋଟି ଟଙ୍କାର ନିବେଶ ପ୍ରସ୍ତାବ ଆସିଛି। ଏହାସହ ଖୋର୍ଦ୍ଧାରେ ୧୯ଟି ଟେକ୍ସଟାଇଲ୍ ପ୍ରକଳ୍ପର ଭୂମିପୂଜନ ଶେଷ ହୋଇସାରିଛି। ସେମିକଣ୍ଡକ୍ଟର ଶିଳ୍ପ ପ୍ରତିଷ୍ଠା ଦିଗରେ ଓଡ଼ିଶା ଦେଶର ଅଗ୍ରଣୀ ରାଜ୍ୟ ଭାବେ ଉଭା ହେଉଛି।

ଶିଳ୍ପମନ୍ତ୍ରୀ ଶ୍ରୀ ସ୍ୱାଇଁ ପୂର୍ବର ବିଜେଡି ସରକାରକୁ ଟାର୍ଗେଟ୍ କରି କହିଛନ୍ତି ଯେ, ବିଜେଡି ତାର ୧୦ ବର୍ଷର ଶାସନରେ ମାତ୍ର ୩ ଲକ୍ଷ ୧୦ ହଜାର କୋଟି ଟଙ୍କାର ଶିଳାନ୍ୟାସ କରିଥିବାବେଳେ ବର୍ତ୍ତମାନର ସରକାର ମାତ୍ର ଦୁଇ ବର୍ଷରେ ୧୦ ଲକ୍ଷ କୋଟି ଟଙ୍କାର ନିବେଶ ଅନୁମୋଦନ ଦେଇସାରିଛନ୍ତି। ଏଥିମଧ୍ୟରୁ ୩ ଲକ୍ଷ ୧୨ ହଜାର କୋଟି ଟଙ୍କାର ୧୯୧ଟି ପ୍ରକଳ୍ପର ଶିଳାନ୍ୟାସ କାର୍ଯ୍ୟ ମଧ୍ୟ ସରିଛି, ଯାହାକି ୨ ଲକ୍ଷ ୪୦ ହଜାର ଯୁବକଯୁବତୀଙ୍କ ପାଇଁ ନିଯୁକ୍ତି ସୁନିଶ୍ଚିତ କରିବ। ରାଜ୍ୟର ସମସ୍ତ ୩୦ଟି ଜିଲ୍ଲାରେ ଶିଳ୍ପ ପ୍ରତିଷ୍ଠା ପାଇଁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଅନୁମୋଦନ ଦେଇଛନ୍ତି।
ପୂର୍ବରୁ କେବେ ଏତେ ପରିମାଣର ବିଦେଶୀ ପୁଞ୍ଜି ଓଡ଼ିଶା ଆସି ନ ଥିଲା ବୋଲି ଉଲ୍ଲେଖ କରି ମନ୍ତ୍ରୀ କହିଛନ୍ତି ଯେ, ବିଜେଡି ପାଖରେ ଅପାର ସୁଯୋଗ ଥିଲେ ବି ସେମାନେ ତାହା କାର୍ଯ୍ୟରେ ପରିଣତ କରିପାରିଲେ ନାହିଁ। ଏବେ ପ୍ରତ୍ୟେକ ସଫଳତାକୁ ‘ଫଟୋ’ କହି ରାଜନୈତିକ ଚଷମା ପିନ୍ଧି ସମାଲୋଚନା କରୁଛନ୍ତି। ସିଏମଆଇଇ ରିପୋର୍ଟରେ ନିବେଶକଙ୍କୁ ଆକୃଷ୍ଟ କରିବାରେ ଓଡ଼ିଶା ଦ୍ୱିତୀୟ ଓ ନୀତି ଆୟୋଗ ରିପୋର୍ଟରେ ଶ୍ରେଷ୍ଠ ପ୍ରଦର୍ଶନକାରୀ ରାଜ୍ୟ ଭାବେ ମାନ୍ୟତା ପାଇବା ପ୍ରମାଣ କରୁଛି ଯେ ମୁଖ୍ୟମନ୍ତ୍ରୀଙ୍କ ନେତୃତ୍ୱରେ ଓଡ଼ିଶା ଶିଳ୍ପ କ୍ଷେତ୍ରରେ ନୂଆ ଶିଖର ଛୁଉଁଛି ବୋଲି ମନ୍ତ୍ରୀ ଶ୍ରୀ ସ୍ୱାଇଁ କହିଛନ୍ତି।
📲Get App