🔥 TRENDING पंचायत चुनाव तीसरा चरण मतदान आज સદા અગ્રેસર ગુજરાત..! Jp Nadda sakina itoo Review progress... દિવાળીના તહેવાર નિમિત્તે ફટાકડા ફોડતી... କୋଟିଆକୁ ନେଇ ପୁଣି ଓଡ଼ିଶା-ଆନ୍ଧ୍ର ମୁହାଁମୁ... Amit Shah Visits Haryana Amid BJP's Fo...
05 Nov 2026•
ગુજરાતી मराठी ਪੰਜਾਬੀ বাংলা
Weather

OCS ପରୀକ୍ଷା: ସତ୍ୟପାଠ ମାଗିଲେ ହାଇକୋର୍ଟ

✍️ Reporter: Deepak Mahapatra 🗓 05 Nov 2026, 12:47 PM 👁 15
Share: 💬 WhatsApp 📘 Facebook 𝕏 Post
ବାତ୍ୟା ‘ଅର୍ଣ୍ଣବ’ ପରେ ଓଡ଼ିଶା ଲୋକସେବା ଆୟୋଗ (OPSC) ଦ୍ୱାରା କରାଯାଇଥିବା ଓଡ଼ିଶା ସିଭିଲ ସର୍ଭିସେସ୍‌ ପରୀକ୍ଷା (ମେନ ପରୀକ୍ଷା)କୁ କେମିତି ପରିଚାଳନା କରାଗଲା, ତାହା ଜଣାଇବାକୁ ନିର୍ଦ୍ଦେଶ ଦେଇଛନ୍ତି ହାଇକୋର୍ଟ। ଆସନ୍ତା ଶୁକ୍ରବାର ସୁଦ୍ଧା ସତ୍ୟପାଠ ମାଧ୍ୟମରେ ଏ ସଂପର୍କରେ ଜଣାଇବାକୁ ରାଜ୍ୟ ସରକାର ଏବଂ OPSCଙ୍କୁ ନିର୍ଦ୍ଦେଶ ଦେଇଛନ୍ତି କୋର୍ଟ। ବାତ୍ୟା ‘ଅର୍ଣ୍ଣବ’ ଯୋଗୁ ଆକସ୍ମିକ ବନ୍ୟାରେ କ୍ଷତିଗ୍ରସ୍ତ ହୋଇଥିବା ସ୍ଥାନଗୁଡ଼ିକରେ କିପରି ଓଡ଼ିଶା ସିଭିଲ ସର୍ଭିସେସ ପରୀକ୍ଷାର ମୁଖ୍ୟ ପରୀକ୍ଷାକୁ କରାଗଲା, ସେ ନେଇ ରୁଜୁ ହୋଇଥିବା ଜନସ୍ୱାର୍ଥ ମାମଲାର ଶୁଣାଣି କରି ହାଇକୋର୍ଟ ଏହି ନିର୍ଦ୍ଦେଶ ଦେଇଛନ୍ତି।
ବାତ୍ୟା ଅର୍ଣ୍ଣବର ‘ଦକ୍ଷିଣ ଓଡ଼ିଶା’ ଅଧିକ ପ୍ରଭାବିତ ହୋଇଥିଲା। ବିଶେଷ କରି ଗଞ୍ଜାମ ଓ ଗଜପତି ଜିଲ୍ଲା ଆକସ୍ମିକ ବନ୍ୟା ଓ ଭୂସ୍ଖଳନ ଯୋଗୁ ବହୁ କ୍ଷୟକ୍ଷତି ଘଟିଛି। ଏମିତିକି ଯୋଗାଯୋଗ ବିଚ୍ଛିନ୍ନ ହୋଇଥିଲା। ଏଭଳି ସ୍ଥିତିରେ ସେହି ସ୍ଥାନଗୁଡ଼ିକରେ ଏହି ପରୀକ୍ଷା ପରିଚାଳନା ପାଇଁ କ’ଣ ସବୁ ପଦକ୍ଷେପ ଗ୍ରହଣ କରାଯାଇଥିଲା? ବିଶେଷକରି ପରୀକ୍ଷାର୍ଥୀମାନଙ୍କ ସୁବିଧା ପାଇଁ କ’ଣ ସବୁ ପଦକ୍ଷେପ ନିଆ ଯାଇଥିଲା? ବନ୍ୟା ଅଞ୍ଚଳରେ ଗମନାଗମନ ବ୍ୟବସ୍ଥା କରାଯାଇଥିଲା କି ନାହିଁ? କେତେ ଜଣ ପରୀକ୍ଷାର୍ଥୀ ପରୀକ୍ଷା ଦେଇ ପାରି ନାହାନ୍ତି?- ଆଦି ପ୍ରଶ୍ନକୁ ନେଇ ଆବେଦନକାରୀ କୋର୍ଟଙ୍କ ନିକଟରେ ଜନସ୍ୱାର୍ଥ ମାମଲା ରୁଜୁ କରିଛନ୍ତି। ଏହି ମାମଲାକୁ କୋର୍ଟ ଗ୍ରହଣ କରିବା ସହ ଏହାର ତଥ୍ୟ ଆଗାମୀ ଶୁଣାଣି ମଧ୍ୟରେ ସତ୍ୟପାଠ ମାଧ୍ୟମରେ ଜଣାଇବାକୁ ନିର୍ଦ୍ଦେଶ ଦେଇଛନ୍ତି।
ବାତ୍ୟା ‘ଅର୍ଣ୍ଣବ’ ପରେ ଏହି ପରୀକ୍ଷାକୁ ଘୁଞ୍ଚାଇ ଦେବାକୁ ଅନେକ ଆଶାୟୀ ସୋଶାଲ ମିଡିଆ ମାଧ୍ୟମରେ ଦାବି କରିଥିଲେ। ତେବେ ସରକାରଙ୍କ ପକ୍ଷରୁ ଏହି ଦାବି ଗ୍ରହଣ କରାଯାଇନଥିଲା। ଥରେ ଏହି ପରୀକ୍ଷା ବନ୍ଦ କରିଦେଲେ ଆଉ ଥରେ କରିବାକୁ ୬ ମାସ ଲାଗିବ ବୋଲି କୁହାଯାଇଥିଲା। ଏହା ସହିତ ପ୍ରଭାବିତ ଅଞ୍ଚଳରେ ଆଶାୟୀମାନଙ୍କୁ ପରୀକ୍ଷାକେନ୍ଦ୍ର ପହଞ୍ଚାଇବା ଦାୟିତ୍ୱ ସଂପୃକ୍ତ ଜିଲ୍ଲା ପ୍ରଶାସନ ଉପରେ ନ୍ୟସ୍ତ କରାଯାଇଥିଲା।
📲Get App