🔥 TRENDING ભાજપના શાસનમાં તહેવારો ના સમયે સામાન્ય... ରାତିରେ ରାଜି, ସକାଳେ ମନା: ଗିଡ଼ିପାବାଲିରେ... પાટણમાં દિવાળીના પર્વે અનોખી પહેલ: જાણ... वैशाली में पि एम के संभावित कार्यक्रम... ଆନ୍ଧ୍ର ନିର୍ବାଚନ: ଗଜପତିରେ ପ୍ରଶାସନର କଡ଼ା... पंचायत चुनाव तीसरा चरण मतदान आज
05 Nov 2026•
ગુજરાતી मराठी ਪੰਜਾਬੀ বাংলা
Local

କୋଟିଆକୁ ନେଇ ପୁଣି ଓଡ଼ିଶା-ଆନ୍ଧ୍ର ମୁହାଁମୁହିଁ: ପ୍ରଶାସନ ବିରୁଦ୍ଧରେ ବର୍ଷିଲେ ଆନ୍ଧ୍ର ମନ୍ତ୍ରୀ, ସୁରେଶ ପୂଜାରୀଙ୍କ କଡ଼ା ପାଲଟା ଜବାବ

✍️ Reporter: Deepak Mahapatra 🗓 05 Nov 2026, 01:02 PM 👁 13
Share: 💬 WhatsApp 📘 Facebook 𝕏 Post
କୋରାପୁଟ / ଭୁବନେଶ୍ୱର: ସୀମାନ୍ତ କୋଟିଆ ଗ୍ରାମପୁଞ୍ଜରେ ନିର୍ବାଚନକୁ ନେଇ ଓଡ଼ିଶା ଏବଂ ଆନ୍ଧ୍ରପ୍ରଦେଶ ମଧ୍ୟରେ ଚାଲିଥିବା ବିବାଦ ପୁଣିଥରେ ଉଗ୍ରରୂପ ଧାରଣ କରିଛି। ସ୍ଥାନୀୟ ଲୋକଙ୍କ ତୀବ୍ର ବିରୋଧ ପରେ କୋଟିଆକୁ ଆସିଥିବା ଆନ୍ଧ୍ରର ପୁଲିଂ ପାର୍ଟି ଫେରିବାକୁ ବାଧ୍ୟ ହେବା ପରେ, ଏହାକୁ ନେଇ ଦୁଇ ରାଜ୍ୟର ମନ୍ତ୍ରୀଙ୍କ ମଧ୍ୟରେ ତୀକ୍ଷ୍ଣ ବାକ୍ଯୁଦ୍ଧ ଆରମ୍ଭ ହୋଇଯାଇଛି।
ଓଡ଼ିଶା ପ୍ରଶାସନ ବିରୁଦ୍ଧରେ ଆନ୍ଧ୍ର ମନ୍ତ୍ରୀଙ୍କ ସଙ୍ଗୀନ ଅଭିଯୋଗ
କୋଟିଆରେ ପଞ୍ଚାୟତ ଓ ମଣ୍ଡଳ ନିର୍ବାଚନ ପାଇଁ ଆସିଥିବା ପୁଲିଂ ପାର୍ଟି ଫେରିଯିବା ପରେ ଆନ୍ଧ୍ରପ୍ରଦେଶର ଆଦିବାସୀ କଲ୍ୟାଣ ମନ୍ତ୍ରୀ ଗୁମ୍ମଡି ସନ୍ଧ୍ୟାରାଣୀ ଗଣମାଧ୍ୟମ ସମ୍ମୁଖରେ କଡ଼ା ପ୍ରତିକ୍ରିୟା ରଖିଛନ୍ତି। ଓଡ଼ିଶା ସରକାରଙ୍କ ଅଧିକାରୀମାନେ କୋଟିଆର ଆଦିବାସୀଙ୍କ ମୌଳିକ ତଥା ଗଣତାନ୍ତ୍ରିକ ଅଧିକାର ଛଡ଼ାଇ ନେବା ସହ ସେମାନଙ୍କୁ ଆତଙ୍କିତ କରୁଛନ୍ତି ବୋଲି ସେ ଅଭିଯୋଗ ଆଣିଛନ୍ତି।
ମନ୍ତ୍ରୀ ସନ୍ଧ୍ୟାରାଣୀ କହିଛନ୍ତି ଯେ, କୋଟିଆର ୨୯ଟି ଗାଁରେ ବସବାସ କରୁଥିବା ଆଦିବାସୀଙ୍କ ମଧ୍ୟରେ ଓଡ଼ିଶା ପ୍ରଶାସନ ଭୟର ବାତାବରଣ ତିଆରି କରିବା ସହ ନିର୍ବାଚନ ବର୍ଜନ ପାଇଁ ଚାପ ପକାଉଛି। ଭୋଟର ଓ ପ୍ରାର୍ଥୀଙ୍କୁ ଧମକଚମକ ଦେବା ସମ୍ପୂର୍ଣ୍ଣ ଅଗଣତାନ୍ତ୍ରିକ। ଏପରିକି ଆଦିବାସୀ ବାସିନ୍ଦାଙ୍କୁ ଅଟକ ରଖାଯିବା, ଲୁଚାଇ ରଖାଯିବା ଏବଂ ଭୋଟ୍ ଦେବାକୁ ଯାଉଥିବା ସନ୍ଦେହରେ ଗାଡ଼ି ଜବତ କରାଯାଉଥିବା ନେଇ ସେ ଉଦ୍ବେଗ ପ୍ରକାଶ କରିଛନ୍ତି। ସୁପ୍ରିମକୋର୍ଟଙ୍କ ଯଥାସ୍ଥିତି (Status Quo) ବଜାୟ ରଖିବା ନିର୍ଦ୍ଦେଶ ସତ୍ତ୍ୱେ ଓଡ଼ିଶା ଅଧିକାରୀମାନେ ଅଶାନ୍ତି ସୃଷ୍ଟି କରୁଛନ୍ତି ବୋଲି ଦର୍ଶାଇ, ଆନ୍ଧ୍ର ସରକାର ସଦାସର୍ବଦା ଆଦିବାସୀଙ୍କ ସହ ଦୃଢ଼ ଭାବେ ଠିଆ ହୋଇଛି ବୋଲି ସେ ଚେତାବନୀ ଦେଇଛନ୍ତି।
‘ଆନ୍ଧ୍ରର ନିର୍ବାଚନ ପ୍ରହସନ ସଫଳ ହେବାକୁ ଦିଆଯିବନି’: ସୁରେଶ ପୂଜାରୀ
ଆନ୍ଧ୍ର ମନ୍ତ୍ରୀଙ୍କ ଅଭିଯୋଗର କଡ଼ା ପାଲଟା ଜବାବ ଦେଇଛନ୍ତି ଓଡ଼ିଶାର ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ। କୋଟିଆରେ ଆନ୍ଧ୍ରପ୍ରଦେଶର ନିର୍ବାଚନ ପ୍ରହସନକୁ କୌଣସି ପରିସ୍ଥିତିରେ ବି ସଫଳ ହେବାକୁ ଦିଆଯିବ ନାହିଁ ବୋଲି ଶ୍ରୀ ପୂଜାରୀ ସ୍ପଷ୍ଟ କରିଛନ୍ତି। କୋଟିଆ ପ୍ରସଙ୍ଗରେ ଓଡ଼ିଶାର ସବୁ ରାଜନୈତିକ ଦଳ ଏକଜୁଟ ଥିବା ସେ ପ୍ରକାଶ କରିଛନ୍ତି।
ମନ୍ତ୍ରୀ ଶ୍ରୀ ପୂଜାରୀ କହିଛନ୍ତି ଯେ, ଆଇନ ଉଲ୍ଲଂଘନ କରୁଥିବା ଆନ୍ଧ୍ର ଅଧିକାରୀଙ୍କ ବିରୋଧରେ କୋର୍ଟ ଅବମାନନା ମାମଲା ଦାୟର କରାଯାଇଛି ଏବଂ ଏନେଇ କେନ୍ଦ୍ର ସରକାରଙ୍କ ଦୃଷ୍ଟି ଆକର୍ଷଣ କରାଯିବ। କୋଟିଆରେ ରାସ୍ତାଘାଟ, ସ୍କୁଲ୍ ଏବଂ ସମସ୍ତ ମୌଳିକ ଭିତ୍ତିଭୂମି ଓଡ଼ିଶା ସରକାର ହିଁ ନିର୍ମାଣ କରିଛନ୍ତି। ସେଠାରେ ଓଡ଼ିଶାର କାର୍ଯ୍ୟରତ ସରପଞ୍ଚ ଏବଂ ସମିତି ସଭ୍ୟ ରହିଛନ୍ତି। କୋଟିଆରେ ଆନ୍ଧ୍ରର ଗୋଟିଏ ହେଲେ ପ୍ରଶାସନିକ କାର୍ଯ୍ୟାଳୟ କିମ୍ବା ପୁଲିସ ଚେକ୍ପୋଷ୍ଟ ନାହିଁ। ଗତଥର ଏକ ଚର୍ଚ୍ଚ ଭିତରେ ବେଆଇନ ଭାବେ ପୋଲିଂ ଷ୍ଟେସନ କରି ନିର୍ବାଚନ କରିବାକୁ ଚେଷ୍ଟା କରାଯାଇଥିବା ବେଳେ, ଏଥର କୋଟିଆ ଭିତରେ ଗୋଟିଏ ହେଲେ ବି ପୋଲିଂ ଷ୍ଟେସନ କରିବାକୁ ସୁଯୋଗ ଦିଆଯାଇ ନାହିଁ ବୋଲି ସେ ସ୍ପଷ୍ଟ କରିଛନ୍ତି।
📲Get App