🔥 TRENDING श्रीयांश संस्था: दुष्काळमुक्त गावासाठी... Jharkhand Declares High Alert as Cyclo... India's Solar Power Capacity Sees 68-F... Aditya Vision Expands to 223 Showrooms... Three Global Powers Sign Historic Peac... FICCI President Calls on Businesses to...
19 Nov 2026•
ગુજરાતી मराठी ਪੰਜਾਬੀ বাংলা

ବାତ୍ୟା ଅକଭନ କୁ ଆଖି ଆଗରେ ରଖି ବାଲିମେଳା ଜଳଭଣ୍ଡାର ର ଖୋଲିଲା ଦୁଇଟି ଗେଟ l

✍️ Reporter: DHARMENDRA ROUT 🗓 18 Nov 2026, 07:07 PM 👁 46
Share: 💬 WhatsApp 📘 Facebook 𝕏 Post
ଚିତ୍ରକୋଣ୍ଡା (୧୮/୧୧) - ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ସଦର ମହକୁମାକୁ ଲାଗି ରହିଛି ବାଲିମେଳା ଜଳଭଣ୍ଡାର। ୬୫ କିଲୋମିଟର ପରିମିତ ଅଞ୍ଚଳରେ ବ୍ୟାପିଛି ଏହି ଜଳଭଣ୍ଡାର। ଜଳଭଣ୍ଡାରର ସର୍ବୋଚ୍ଚ ଜଳଧାରଣା କ୍ଷମତା ରହିଛି ୧୫୬୧ ଫୁଟ। ବର୍ତମାନ ଜଳସ୍ତର ରହିଛି ୧୫୦୭.୪୧। ଆଗକୁ ବାତ୍ୟା ଅକଭାନ ପ୍ରଭାବରେ ଅଧିକ ବର୍ଷା ଆଶଙ୍କାରେ ସତର୍କତାମୂଳକ ପଦକ୍ଷେପ ସ୍ୱରୂପ ପୂର୍ବରୁ ଜଳଭଣ୍ଡାରର ଜଳସ୍ତରକୁ ସ୍ଥିର ରଖିବା ପାଇଁ ଗତ କାଲି ରାତି ଦଶଟାରେ ଚିତ୍ରକୋଣ୍ଡା ଜଳଭଣ୍ଡାରରୁ ଦୁଇଟି ରେଡ଼ିଇଲ ଗେଟ ଓ ଦୁଇଟି ସଲୁଇସ ଗେଟ ଯୋଗେ ପ୍ରତି ସେକେଣ୍ଡରେ ୧୦୫୦୦ କ୍ୟୁସେକ ଜଳ ନିଷ୍କାସନ କରାଯାଉଥିବା ବେଳେ ଆଜି ସକାଳରୁ ଆଉ ଦୁଇଟି ରେଡ଼ିଆଲ ଗେଟ ଖୋଲା ଯାଇଛି l

ଚିତ୍ରକୋଣ୍ଡା ମାଟିବନ୍ଧ ବିଭାଗ ଅଧୀକ୍ଷଣ ଯନ୍ତ୍ରୀ କୈଳାସ ଚନ୍ଦ୍ର ସେଠୀଙ୍କ ସୂଚନା ଅନୁଯାୟୀ ବର୍ତମାନ ଦୁଇଟି ସଲୁଇସ ଗେଟ ବନ୍ଦ କରାଯାଇ ଚାରୋଟି ରେଡ଼ିଏଲ ଗେଟ ଯୋଗେ ସମୁଦାୟ ୨୪୫୦୦ କ୍ୟୁସେକ ଜଳ ଜଳଭଣ୍ଡାରରୁ ନିଷ୍କାସନ କରାଯାଉଛି। ଆଗକୁ ବର୍ଷାର ପ୍ରଭାବ ଓ ଜଳଭଣ୍ଡାର ଭିତରକୁ ପ୍ରବେଶ କରୁଥିବା ଜଳପ୍ରଭାବକୁ ଦୃଷ୍ଟିରେ ରଖି ଅଧିକ ଗେଟ ଖୋଲାଯିବ ନା ନାହିଁ ନିର୍ଣ୍ଣୟ ନିଆଯିବ ବୋଲି ଅଧୀକ୍ଷଣ ଯନ୍ତ୍ରୀ ସୂଚନା ପ୍ରଦାନ କରିଛନ୍ତି। ଜଳଭଣ୍ଡାର ଗେଟ ଖୋଲାଯିବା ସମୟରେ ବାଲିମେଳା ବନ୍ଧ ବିଭାଜନ ଅଧୀକ୍ଷଣ ଯନ୍ତ୍ରୀ କୈଳାସ ଚନ୍ଦ୍ର ସେଠୀ, ସହକାରୀ ନିର୍ବାହୀ ଯନ୍ତ୍ରୀ ତୁଷାର ରଞ୍ଜନ ଖୁଣ୍ଟିଆ ଓ କନିଷ୍ଠ ଯନ୍ତ୍ରୀ ଜ୍ୟୋତି ଟପନୋ, ବିଭୂତି ବେହେରା ଉପସ୍ଥିତ ଥିଲେ l
📲Get App