🔥 ट्रेंडिंग કપડવંજ વિધાનસભાના સ્નેહમિલન સમારોહના આ... Mahhi maro vedna रफ़्तार देने के लिए वाणिज्य मंत्रालय न... चक्रवात अकवान का प्रभाव, गुरुवार को उत... पेंडिंग 21 लाख अपीलों के बीच पश्चिम बं... बिहार के अररिया में ज्वेलरी शोरूम से च...
18 नव. 2026•
ગુજરાતી मराठी ਪੰਜਾਬੀ বাংলা

ପି ଏମ ଶ୍ରୀ ସରକାରୀ ଉଚ୍ଚ ବିଦ୍ୟାଳୟରେ ବିଜ୍ଞାନମେଳା ଓ କୁଇଜ଼ ପ୍ରତିଯୋଗିତା ଅନୁଷ୍ଠିତ l

✍️ रिपोर्टर: Dulendra Kumar Meher 🗓 18 नव. 2026, 07:28 PM 👁 31
शेयर करें: 💬 WhatsApp 📘 Facebook 𝕏 Post
କଳାହାଣ୍ଡି :-କଳାହାଣ୍ଡି ଜିଲ୍ଲା ଜୁନାଗଡ଼ ବ୍ଲକ ଅନ୍ତର୍ଗତ ପିଏମ୍ ଶ୍ରୀ ସରକାରୀ ଉଚ୍ଚ ବିଦ୍ୟାଳୟ, ଚିଚୈଗୁଡା ଠାରେ ଗତ ୧୭ ତାରିଖ ଦିନ ବିଦ୍ୟାଳୟ ସ୍ତରୀୟ ବିଜ୍ଞାନ ପ୍ରଦର୍ଶନୀ ଓ କୁଇଜ୍ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା l ଉକ୍ତ ଉତ୍ସବରେ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ଶ୍ରୀ ଶକ୍ତି ପ୍ରସାଦ ମେହେର ଙ୍କ ସଭାପତିତ୍ବରେ ଅନୁଷ୍ଠିତ ହୋଇଯାଇଛି। ଏହି ବିଜ୍ଞାନ ଓ କୁଇଜ଼ ପ୍ରତିଯୋଗିତାରେ ବିଜ୍ଞାନ ପ୍ରକଳ୍ପ ପ୍ରଦର୍ଶନୀ କୁ କଳାହାଣ୍ଡି ଜିଲ୍ଲା ପରିଷଦ ଉପାଧ୍ୟକ୍ଷା ଶ୍ରୀମତୀ ସୁଧୀରା ମେହେର ଓ ସ୍ଥାନୀୟ ସରପଞ୍ଚ ପରମେଶ୍ବର ମେହେର ଉଦଘାଟନ କରିଥିଲେ। ଉଦ୍ଘାଟନ ପରେ ପ୍ରଦର୍ଶିତ ସମସ୍ତ ୨୬ ଗୋଟି ପ୍ରକଳ୍ପ ପରିଦର୍ଶନ କରି ଛାତ୍ର ଛାତ୍ରୀ ଓ ମାର୍ଗଦର୍ଶକ ଶିକ୍ଷକ ଶ୍ରୀ ଘନ କୁମାର ,ଶ୍ରୀ ବିକାଶ ସା ସହ ଅନ୍ୟ ସହଯୋଗୀ ମାନଙ୍କୁ ପ୍ରଶଂସା କରିଥିଲେ । ଏହି ପ୍ରକଳ୍ପ ର ମୂଲ୍ୟାୟନ କରିଥିଲେ ବିଜ୍ଞାନ ଶିକ୍ଷକ ଶ୍ରୀ ସୁଧାଂଶୁ ଶେଖର ପଣ୍ଡା ଓ ଶ୍ରୀ ସୁଶୀଲ କୁମାର ନାଗ ।
ଅପରାହ୍ନରେ ଉଦଯାପନୀ ଉତ୍ସବରେ ଜୁନାଗଡ଼ ଗୋଷ୍ଠି ଶିକ୍ଷାଧିକାରୀ ଶ୍ରୀ ଯୁକ୍ତ ତପନ ମାଝୀ ଓ ଧର୍ମଗଡ ଗୋଷ୍ଠି ଶିକ୍ଷାଧିକାରୀ ଶ୍ରୀଯୁକ୍ତ ନେପାଳ ବାଗ,ଅତିରିକ୍ତ ଗୋଷ୍ଠି ଶିକ୍ଷାଧିକାରୀ ଶ୍ରୀଯୁକ୍ତ କ୍ଷୀରୋଦ କୁମାର ଭୋଇ , ବିଦ୍ୟାଳୟ ପରିଚାଳନା କମିଟିର ସଭାପତି ଅଜୟ କୁମାର ମେହେର,ବରିଷ୍ଠ ବିଜ୍ଞାନ ଶିକ୍ଷକ ସୁଧୀର ମେହେର ଉପସ୍ଥିତ ଥିଲେ । କୃତି ଛାତ୍ର ଛାତ୍ରୀ ମାନଙ୍କୁ ଟ୍ରଫି ଓ ମାନପତ୍ର ପ୍ରଦାନ କରା ଯାଇଥିଲା। ଶେଷରେ ଶିକ୍ଷୟତ୍ରୀ ସୁମୁଖୀ ମେହେର ଙ୍କ ତତ୍ବାବଧାନରେ ଛାତ୍ର ଛାତ୍ରୀଙ୍କ ମାନଙ୍କ ଦ୍ବାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ ହୋଇଥିଲା। ସଭାକାର୍ଯ୍ୟ ଟିକୁ ବରିଷ୍ଠ ଶିକ୍ଷକ ଶ୍ରୀ ପ୍ରେମଲାଲ ବାଗ ପରିଚାଳନା କରିଥିଲେ । ଏହି କାର୍ଯ୍ୟକ୍ରମରେ ବିଦ୍ୟାଳୟ ର ସମସ୍ତ ଶିକ୍ଷକ, ଶିକ୍ଷୟିତ୍ରୀ ଓ କର୍ମଚାରୀ ସମ୍ପୁର୍ଣ୍ଣ ସହଯୋଗ କରିଥିଲେ।
📲Get App