🔥 ट्रेंडिंग શ્રી વિશ્વકર્મા લુહાર અતિથિ ભવન अहमदाबाद में तेज़ बारिश, सड़कों पर जलज... आगरा और गैंडहिनगर पर लगातार हो रही भार... आज पाँच जिलों में भारी बारिश के लिए रे... पंजाब सरकार ने कर्मचारियों के महंगाई भ... भाजपा की नशा‑मुक्त यात्रा के काफिले पर...
18 सित. 2026
ગુજરાતી मराठी ਪੰਜਾਬੀ বাংলা
राजनीति

CM ଙ୍କ ଘୋଷଣା ପରେ ଆକ୍ସନମୋଡରେ ଅର୍ଥ ବିଭାଗ: ଜାରି କଲା ଗାଇଡଲାଇନ୍ , ଦରମାରୁ ସିଧାସଳଖ କଟିବ ଭରଣପୋଷଣ ରାଶି

✍️ रिपोर्टर: Deepak Mahapatra 🗓 18 सित. 2026, 12:18 PM 👁 20
यहाँ देखें: ▶️ YouTube
शेयर करें: 💬 WhatsApp 📘 Facebook 𝕏 Post
କୋର୍ଟଙ୍କ ଆଦେଶ ପହଂଚିବା ମାତ୍ରେ ଉଠାଣ ଓ ବିତରଣ ଅଧିକାରୀ (DDO) ସମ୍ପୃକ୍ତ କର୍ମଚାରୀଙ୍କ ମାସିକ ବେତନ ପ୍ରସ୍ତୁତିବେଳେ ଏଚଆରଏମଏସ ପ୍ରଣାଳୀରେ ଭରଣପୋଷଣ ରାଶିକୁ ‘ପ୍ରାଇଭେଟ୍ ଡିଡକ୍ସନ’ ବା ବ୍ୟକ୍ତିଗତ କଟନୀ ଶୀର୍ଷକରେ ଚିହ୍ନିତ କରି ଦରମାରୁ କାଟି ରଖିବେ।ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ କଡ଼ା ଆଭିମୁଖ୍ୟ ପରେ ଏବେ ସମ୍ପୂର୍ଣ୍ଣ ଆକ୍ସନ ମୋଡକୁ ଆସିଛି ରାଜ୍ୟ ଅର୍ଥ ବିଭାଗ। କୋର୍ଟଙ୍କ ସ୍ପଷ୍ଟ ନିର୍ଦ୍ଦେଶ ସତ୍ତ୍ୱେ ପତ୍ନୀ ଓ ସନ୍ତାନସନ୍ତତିଙ୍କୁ ଭରଣପୋଷଣ ଭତ୍ତା ପ୍ରଦାନ କରୁନଥିବା ସରକାରୀ କର୍ମଚାରୀଙ୍କ ଦରମାରୁ ସିଧାସଳଖ ଭରଣପୋଷଣ ରାଶି କାଟିବାକୁ ଆଜି ଅର୍ଥ ବିଭାଗ ପକ୍ଷରୁ ଜାରି ହୋଇଛି ବିଧିବଦ୍ଧ ଗାଇଡଲାଇନ୍। ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠରେ ଏଭଳି ଅନେକ ସମ୍ବେଦନଶୀଳ ଅଭିଯୋଗ ଆସିବା ପରେ ଗତ ଅଗଷ୍ଟ ୩୦ତାରିଖରେ ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ଏଭଳି କଡ଼ା ଆଭିମୁଖ୍ୟ ପୋଷଣ କରି କର୍ମଚାରୀଙ୍କ ଦରମାରୁ ଭରଣପୋଷଣ ଭତ୍ତା କାଟିବାକୁ ନିର୍ଦ୍ଦେଶ ଦେଇଥିଲେ।

ଆଜି ଅର୍ଥ ବିଭାଗ ପକ୍ଷରୁ ଜାରି ହୋଇଥିବା ଗାଇଡଲାଇନ୍ ଅନୁସାରେ, କୋର୍ଟଙ୍କ ଆଦେଶ ପହଂଚିବା ମାତ୍ରେ ଉଠାଣ ଓ ବିତରଣ ଅଧିକାରୀ (DDO) ସମ୍ପୃକ୍ତ କର୍ମଚାରୀଙ୍କ ମାସିକ ବେତନ ପ୍ରସ୍ତୁତିବେଳେ ଏଚଆରଏମଏସ ପ୍ରଣାଳୀରେ ଭରଣପୋଷଣ ରାଶିକୁ ‘ପ୍ରାଇଭେଟ୍ ଡିଡକ୍ସନ’ ବା ବ୍ୟକ୍ତିଗତ କଟନୀ ଶୀର୍ଷକରେ ଚିହ୍ନିତ କରି ଦରମାରୁ କାଟି ରଖିବେ। ଟ୍ରେଜେରୀରୁ ଉକ୍ତ ‘କଟନୀ ରାଶି’ ପ୍ରଥମେ ଡିଡିଓଙ୍କ ସହିତ ସଂଯୁକ୍ତ ସ୍ୱତନ୍ତ୍ର ସରକାରୀ କରେଣ୍ଟ ବ୍ୟାଙ୍କ ଆକାଉଣ୍ଟରେ ଜମା ହେବ। ଏହାପରେ ଡିଡିଓ ସିଧାସଳଖ ଇଲେକ୍ଟ୍ରୋନିକ୍ ମାଧ୍ୟମ ଯଥା RTGS, NEFT କିମ୍ବା ECS ଜରିଆରେ ଉକ୍ତ ଅର୍ଥକୁ ହିତାଧିକାରୀଙ୍କ ଯାଂଚ ହୋଇଥିବା ବ୍ୟାଙ୍କ ଆକାଉଣ୍ଟକୁ ପଠାଇବେ।

ଏହି ପ୍ରକ୍ରିୟାକୁ ସ୍ୱଚ୍ଛ, ତ୍ରୁଟିମୁକ୍ତ ଏବଂ ନିରାପଦ ରଖିବା ପାଇଁ ଅର୍ଥ ବିଭାଗ କଡ଼ା ଯାଂଚ ନିୟମ ଲାଗୁ କରିଛି। ପ୍ରଥମ କିସ୍ତି ପ୍ରଦାନ ପୂର୍ବରୁ ଅଦାଲତଙ୍କ ଆଦେଶର ସତ୍ୟତା, ହିତାଧିକାରୀଙ୍କ ପରିଚୟ ତଥା ବ୍ୟାଙ୍କ ଖାତା ଯାଂଚ କରିବା ଦାୟିତ୍ୱ ଡିଡିଓଙ୍କ ଉପରେ ରହିବ। ଏଥିସହିତ ହିତାଧିକାରୀଙ୍କଠାରୁ ‘ଅନେକ୍ସଚର-ଏ’ ଫର୍ମାଟରେ ଏକ ବୈଧ ଅଣ୍ଡରଟେକିଂ ଗ୍ରହଣ କରାଯିବ, ଯେଉଁଥିରେ ଅଦାଲତଙ୍କ ଆଦେଶରେ କୌଣସି ପରିବର୍ତ୍ତନ କିମ୍ବା ପୁନର୍ବିବାହ ଭଳି ଆଇନଗତ ସ୍ଥିତି ବଦଳିଲେ ତୁରନ୍ତ ଜଣାଇବାକୁ ହିତାଧିକାରୀ ବାଧ୍ୟ ରହିବେ। ଯଦି ତଥ୍ୟ ଲୁଚାଇ କୌଣସି ଅତିରିକ୍ତ ଅର୍ଥ ନିଆଯାଏ, ତେବେ ତାହା ଆଇନଗତ ଭାବେ ହିତାଧିକାରୀଙ୍କ ଠାରୁ ଆଦାୟ କରାଯିବ ବୋଲି ସ୍ପଷ୍ଟ ଉଲ୍ଲେଖ ରହିଛି। ସରକାରୀ ଅର୍ଥ କାରବାରରେ ଯେପରି କୌଣସି ଅନିୟମିତତା ନହୁଏ, ସେଥିପାଇଁ ହିତାଧିକାରୀଙ୍କ ପାଇଁ ଅର୍ଦ୍ଧବାର୍ଷିକ ପ୍ରତ୍ୟକ୍ଷ ଯାଂଚ ବାଧ୍ୟତାମୂଳକ କରାଯାଇଛି। ହିତାଧିକାରୀଙ୍କୁ ପ୍ରତି ଆର୍ଥକ ବର୍ଷରେ ଦୁଇଥର ଯଥା-ପ୍ରଥମେ ଏପ୍ରିଲ ଓ ପରେ ନଭେମ୍ବର ମାସରେ ଡିଡିଓଙ୍କ କାର୍ଯ୍ୟାଳୟରେ ନିଜେ ଉପସ୍ଥିତ ହୋଇ ଯାଂଚ କରାଇବାକୁ ପଡ଼ିବ। ନିର୍ଦ୍ଧାରିତ ଛଅ ମାସ ମଧ୍ୟରେ ଯାଂଚ ନକରାଇଲେ କୌଣସି ପୂର୍ବ ସୂଚନା ବିନା ପରବର୍ତ୍ତୀ ଭରଣପୋଷଣ ରାଶି ପ୍ରଦାନ ତୁରନ୍ତ ସ୍ଥଗିତ ରଖିବାକୁ ଡିଡିଓଙ୍କୁ ନିର୍ଦ୍ଦେଶ ଦିଆଯାଇଛି।
ଅର୍ଥ ବିଭାଗ ସ୍ପଷ୍ଟ କରିଛି ଯେ, ଏହି ସମସ୍ତ କଟନୀ ଓ ଜମାର ବିସ୍ତୃତ ରେକର୍ଡ ଅଡିଟ୍ ଉଦ୍ଦେଶ୍ୟରେ ଡିଡିଓମାନେ ସଂରକ୍ଷିତ ରଖିବେ। HRMS ଓ IFMS ମାଧ୍ୟମରେ ସମ୍ପୂର୍ଣ୍ଣ ସ୍ୱୟଂଚାଳିତ ଡିଜିଟାଲ ବ୍ୟବସ୍ଥା କାର୍ଯ୍ୟକ୍ଷମ ନହେବା ପର୍ଯ୍ୟନ୍ତ ଏହି ନିୟମାବଳୀ ମଧ୍ୟବର୍ତ୍ତୀକାଳୀନ ଭାବେ ଲାଗୁ ରହିବ। ଅର୍ଥ ବିଭାଗ ପକ୍ଷରୁ ଜାରି ହୋଇଥିବା ଏହି ଗାଇଡଲାଇନ୍ ଫଳରେ ଅଦାଲତଙ୍କ ଆଦେଶକୁ ଆଳ ଦେଖାଇ ଆଉ କୌଣସି ସରକାରୀ କର୍ମଚାରୀ ଦାୟିତ୍ୱରୁ ଖସିପାରିବେ ନାହିଁ ଓ ନିର୍ଭରଶୀଳ ପରିବାରବର୍ଗଙ୍କୁ ବାରମ୍ବାର କୋର୍ଟ ନଦୌଡ଼ି ଠିକ୍ ସମୟରେ ନିଜ ପ୍ରାପ୍ୟ ଭରଣପୋଷଣ ସହାୟତା ମିଳିପାରିବ।
📲Get App