🔥 TRENDING Kailash Kher Performs at Mehram Rangt... ସତିଗୁଡ଼ା ମାଟିବନ୍ଧରୁ ମହାଦେବତୀର୍ଥ କେନାଲର... Premier League 2026/27 Broadcast Detai... Asianet's 'Kireedam' to Premiere on Ji... BIG Media Secures Global Deal for Wild... Ranbir Kapoor's 'Ramayana' Poised to O...
21 Nov 2026•
ગુજરાતી मराठी ਪੰਜਾਬੀ বাংলা

ସତିଗୁଡ଼ା ମାଟିବନ୍ଧରୁ ମହାଦେବତୀର୍ଥ କେନାଲର ପୁନରୁଦ୍ଧାର କାର୍ଯ୍ୟ ଆରମ୍ଭ, ଚାଷୀଙ୍କ ମଧ୍ୟରେ ଖୁସି

✍️ Reporter: Sukumar Mandal 🗓 21 Nov 2026, 04:10 AM 👁 11
Share: 💬 WhatsApp 📘 Facebook 𝕏 Post
ମାଲକାନଗିରି: ଦୀର୍ଘଦିନ ଧରି ଅବହେଳିତ ହୋଇ ପଡ଼ିରହିଥିବା ସତିଗୁଡ଼ା ମାଟିବନ୍ଧରୁ ମହାଦେବତୀର୍ଥ ନାମରେ ପରିଚିତ କେନାଲର ପୁନରୁଦ୍ଧାର କାର୍ଯ୍ୟ ଆରମ୍ଭ ହୋଇଛି। ଏହି କେନାଲଟି ଦୀର୍ଘଦିନ ଧରି ପୋତି ହୋଇଯିବା ସହ ବିଭିନ୍ନ ସ୍ଥାନରେ ଭାଙ୍ଗିରୁଜି ଯାଇଥିବାରୁ ଏହା ଉପରେ ନିର୍ଭରଶୀଳ ଚାଷୀମାନେ ଜଳସେଚନ କ୍ଷେତ୍ରରେ ବହୁ ସମସ୍ୟାର ସମ୍ମୁଖୀନ ହେଉଥିଲେ।
ଚାଷୀମାନଙ୍କ ଏହି ଦୀର୍ଘଦିନର ସମସ୍ୟା ସମ୍ପର୍କରେ ସ୍ଥାନୀୟ ବିଧାୟକଙ୍କ ଦୃଷ୍ଟି ଆକର୍ଷଣ କରାଯିବା ପରେ ସେ ତୁରନ୍ତ ସମ୍ପୃକ୍ତ ଜଳସେଚନ ବିଭାଗର ACE (ଅଧୀକ୍ଷଣ ମୁଖ୍ୟଯନ୍ତ୍ରୀ)ଙ୍କୁ କେନାଲର ପୁନରୁଦ୍ଧାର ପାଇଁ ଆବଶ୍ୟକ ପଦକ୍ଷେପ ନେବାକୁ କହିଥିଲେ। ବିଧାୟକଙ୍କ ଉଦ୍ୟମ ଓ ବିଭାଗୀୟ ଅଧିକାରୀଙ୍କ ତତ୍ପରତା ଯୋଗୁଁ ଗତକାଲିଠାରୁ କେନାଲର ପୁନରୁଦ୍ଧାର କାର୍ଯ୍ୟ ଆରମ୍ଭ ହୋଇଛି।
ଏହି କାର୍ଯ୍ୟ ଆରମ୍ଭ ହେବା ପରେ କେନାଲ ଉପରେ ନିର୍ଭରଶୀଳ ଚାଷୀ ଓ ସ୍ଥାନୀୟ ସାଧାରଣ ନାଗରିକଙ୍କ ମଧ୍ୟରେ ଆନନ୍ଦ ପ୍ରକାଶ ପାଇଛି। ଦୀର୍ଘଦିନର ଜଳସେଚନ ସମସ୍ୟାର ସମାଧାନ ହେବା ନେଇ ସେମାନେ ଆଶାବାଦୀ ହୋଇଛନ୍ତି। ଏଥିପାଇଁ ଚାଷୀ ଓ ସାଧାରଣ ନାଗରିକଙ୍କ ପକ୍ଷରୁ ସ୍ଥାନୀୟ ବିଧାୟକ ଏବଂ ACEଙ୍କୁ ହୃଦୟରୁ ଧନ୍ୟବାଦ ଓ କୃତଜ୍ଞତା ଜଣାଯାଇଛି।
📲Get App