Business
ରାଜଧାନୀରେ ଡ୍ରଗ୍ସ କଣ୍ଟ୍ରୋଲ ବ୍ୟୁରୋ-STF ଆକ୍ସନ୍; ବିଭିନ୍ନ ମେଡିସିନ୍ ଦୋକାନରେ ହେଉଛି ରେଡ୍
ଭୁବନେଶ୍ୱର: ବେଆଇନ ନିଶାଦ୍ରବ୍ୟ ବିକ୍ରି ଉପରେ ଏବେ ଆକ୍ସନ୍ ମୋଡ୍ରେ ପ୍ରଶାସନ। ଭୁବନେଶ୍ୱରର ବିଭିନ୍ନ ମେଡିସିନ୍ ଦୋକାନରେ ଡ୍ରଗ୍ସ କଣ୍ଟ୍ରୋଲ ବ୍ୟୁରୋ ଓ ଓଡ଼ିଶା STFର ମିଳିତ ଚଢ଼ାଉ ଚାଲିଛି। ବିଶେଷକରି ବିନା ପ୍ରେସକ୍ରିପ୍ସନରେ ଔଷଧ ଓ ନିଶାଦ୍ରବ୍ୟ ବିକ୍ରି ହେଉଛି କି ନାହିଁ, ତାହା ଯାଞ୍ଚ କରୁଛି ଟିମ୍।
ନିଶାମୁକ୍ତ ଭାରତ ଅଭିଯାନ ଅଧୀନରେ ଏହି ଚଢ଼ାଉ କରାଯାଉଛି। ମେଡିସିନ୍ ଦୋକାନଗୁଡ଼ିକରେ ଔଷଧ ସହିତ କଫ୍ ସିରପ୍ର ଷ୍ଟକ୍ ଓ ବିକ୍ରି ପ୍ରକ୍ରିୟା ମଧ୍ୟ ଯାଞ୍ଚ କରାଯାଉଛି। ନିୟମ ଅନୁସାରେ ଔଷଧ ବିକ୍ରି ହେଉଛି କି ନାହିଁ ଏବଂ ଆବଶ୍ୟକ ପ୍ରେସକ୍ରିପ୍ସନ୍ ରହିଛି କି ନାହିଁ, ତାହା ଉପରେ ଟିମ୍ର ନଜର ରହିଛି। ଭୁବନେଶ୍ୱରର ଆପୋଲୋ ଫାର୍ମାସୀ, ମେଡ୍ପ୍ଲସ୍ ସମେତ ବିଭିନ୍ନ ଡ୍ରଗିଷ୍ଟ ଓ ଷ୍ଟକିଷ୍ଟ ପଏଣ୍ଟରେ ଯାଞ୍ଚ ଚାଲିଥିବା ଜଣାପଡ଼ିଛି।
ବିନା ଡାକ୍ତରୀ ପ୍ରେସକ୍ରିପ୍ସନରେ ନିୟନ୍ତ୍ରିତ ଔଷଧ କିମ୍ବା କଫ୍ ସିରପ୍ ବିକ୍ରି କରୁଥିବା ଧରାପଡ଼ିଲେ, ସମ୍ପୃକ୍ତ ଦୋକାନ ବିରୋଧରେ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ନିଆଯିବ। ଚଢ଼ାଉ ସମୟରେ ଔଷଧର ଷ୍ଟକ୍, ବିକ୍ରି ରେକର୍ଡ ଓ ଅନ୍ୟାନ୍ୟ ଦସ୍ତାବିଜ ଯାଞ୍ଚ କରାଯାଉଛି।
ବେଆଇନ ନିଶାଦ୍ରବ୍ୟ କାରବାରକୁ ରୋକିବା ସହ ଯୁବପିଢ଼ିଙ୍କୁ ନିଶା କବଳରୁ ଦୂରେଇ ରଖିବା ଉଦ୍ଦେଶ୍ୟରେ ଏଭଳି ଯାଞ୍ଚ ଓ ଚଢ଼ାଉ ଜାରି ରହିବ ବୋଲି ସୂଚନା ମିଳିଛି।