नौकरी
ପୁଲିସ SI ପରୀକ୍ଷା ସ୍କାମ୍ରେ ପଶିଲା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ; ୯ଟି ସ୍ଥାନରେ ଇଡି ରେଡ୍
यहाँ देखें:
▶️ YouTube
ପୁଲିସ SI ପରୀକ୍ଷା ସ୍କାମ୍ରେ ପଶିଲା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ । ୯ ଟି ସ୍ଥାନରେ ଚାଲିଛି ରେଡ୍ । SI ସ୍କାମରେ ଗିରଫ ହୋଇ ଜେଲ୍ରେ ଥିବା ଦଲାଲ ମୁନା ମହାନ୍ତିର କଳାପଥର ଘରେ, ପଞ୍ଚ ସଫ୍ଟ କମ୍ପାନୀର ଶଙ୍କର ପୃଷ୍ଟି, ସିଲିକନ୍ ଟେକ୍ ସୁରେଶ ନାୟକଙ୍କ ଘରେ ମଧ୍ୟ ଚାଲିଛି ରେଡ୍ ଚାଳିଛି ।
ପୁଲିସ SI ପରୀକ୍ଷା ସ୍କାମ୍ରେ ପଶିଲା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ । ୯ ଟି ସ୍ଥାନରେ ଚାଲିଛି ରେଡ୍ ।SI ସ୍କାମରେ ଗିରଫ ହୋଇ ଜେଲ୍ରେ ଥିବା ଦଲାଲ ମୁନା ମହାନ୍ତିର କଳାପଥର ଘରେ, ପଞ୍ଚ ସଫ୍ଟ କମ୍ପାନୀର ଶଙ୍କର ପୃଷ୍ଟି, ସିଲିକନ୍ ଟେକ୍ ସୁରେଶ ନାୟକଙ୍କ ଘରେ ମଧ୍ୟ ଚାଲିଛି ରେଡ୍ ଚାଳିଛି । ଏହି ମାମଲାରେ CBI ତଦନ୍ତ କରିବା ସହ ଏକାଧିକ ଲୋକଙ୍କ ବିରୁଦ୍ଧରେ ଚାର୍ଜସିଟ୍ ଦାଖଲ କରିଛି । ମାମଲାରେ କୋଟି କୋଟି ଟଙ୍କା କାରବାର ହୋଇଥିବାର କଥା ସାମ୍ନାକୁ ଆସିବା ପରେ ଇଡି ପକ୍ଷରୁ ରେଡ୍ କରାଯାଉଛି ।
ଅନ୍ୟପକ୍ଷରେ ବରିଷ୍ଠ ଆଇପିଏସ୍ ଅଧିକାରୀଙ୍କ ଉପରେ ସିବିଆଇର ନଜର ରହିଛି । ଏହା ପୂର୍ବରୁ, ବରିଷ୍ଠ ଆଇପିଏସ୍ ଅଧିକାରୀ ସୁଶାନ୍ତ ନାଥଙ୍କ ଭୂମିକା ସିବିଆଇର ତଦନ୍ତ ପରିସରଭୁକ୍ତ ହୋଇଛି।
ସିବିଆଇ ତଦନ୍ତରୁ ମିଳିଥିବା ସୂଚନା ଅନୁଯାୟୀ, ସୁଶାନ୍ତ ନାଥ ଓଡ଼ିଶା ପୁଲିସ ନିଯୁକ୍ତି ବୋର୍ଡ (OPRB)ର ଅଧ୍ୟକ୍ଷ ଭାବେ କାର୍ଯ୍ୟ କରିଥିଲେ । ଏହି ବୋର୍ଡ ପୁଲିସ ଏସ୍ଆଇ ଓ ସମାନ ପାହ୍ୟାର ପଦବୀ ପାଇଁ ନିଯୁକ୍ତି ପରୀକ୍ଷା ପରିଚାଳନା କରିବା ଦାୟିତ୍ୱରେ ଥିଲା। ଏହି ପରୀକ୍ଷା ୨୦୨୫ ମସିହା ଅକ୍ଟୋବର ୫ ଓ ୬ ତାରିଖରେ ଅନୁଷ୍ଠିତ ହେବାକୁ ସ୍ଥିର କରାଯାଇଥିଲା।
ତେବେ ନିଯୁକ୍ତି ପ୍ରକ୍ରିୟାରେ ଅନିୟମିତତା ନେଇ ଅଭିଯୋଗ ଆସିବା ପରେ ଏହାର ତଦନ୍ତ ଆରମ୍ଭ ହୋଇଥିଲା । ଯାହା ସିବିଆଇ ଦ୍ୱାରା କରାଯାଉଛି।