🔥 TRENDING Karnataka CM Shivakumar Urges Minister... Vande Bharat Express to Link Bengaluru... Priyank Kharge urges RSS to approve Vi... Lawrence Bishnoi jailed as shadow cabi... Government Orders Fixed Airline Fares... બગોદરા ગામની નજીક પુલ પર ફોર વ્હીલ વાહ...
21 Oct 2026•
ગુજરાતી मराठी ਪੰਜਾਬੀ বাংলা
ଭିଜିଲାନ୍ସ ଜାଲରେ RI, ୫ ହଜାର ଲାଞ୍ଚ ନେଉଥିବା ବେଳେ ଧରାପଡ଼ିଲେ
Crime

ଭିଜିଲାନ୍ସ ଜାଲରେ RI, ୫ ହଜାର ଲାଞ୍ଚ ନେଉଥିବା ବେଳେ ଧରାପଡ଼ିଲେ

✍️ Reporter: Deepak Mahapatra 🗓 06 Oct 2026, 03:00 PM 👁 40
Watch on: ▶️ YouTube
Share: 💬 WhatsApp 📘 Facebook 𝕏 Post
ଭିଜିଲାନ୍ସ ଜାଲରେ ଭୁବନେଶ୍ବର କେଶରୀ ନଗର RI ନିରଞ୍ଜନ ସିଂ। ୫ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ମାଡି ବସିଲା ଭିଜିଲାନ୍ସ । ଆଇନଗତ ପ୍ରମାଣପତ୍ର ଦେବା ପାଇଁ ୫,୦୦୦ ଟଙ୍କା ଏସିଡ୍‌ ନେଉଥିବାବେଳେ ଧରାପଡ଼ିଲେ ନିରଞ୍ଜନ ସିଂହ । ଆୟବହିର୍ଭୂତ ସମ୍ପତ୍ତି ସନ୍ଦେହରେ ଦୁଇଟି ସ୍ଥାନରେ ଭିଜିଲାନ୍ସ ଚଢାଉ କରିଛି । ଅଭିଯୋଗକାରୀଙ୍କ ମାଆ ଏବଂ ସାନ ଭାଇଙ୍କ ଦେହାନ୍ତ ପରେ ସେ ଏକ ଆଇନଗତ ପ୍ରମାଣପତ୍ର (Legal Heir Certificate) ପାଇଁ ଗତ ସେପ୍ଟେମ୍ବର ୯ ତାରିଖରେ ଅନଲାଇନ୍‌ରେ ଆବେଦନ କରିଥିଲେ ଏବଂ ଆବଶ୍ୟକୀୟ କାଗଜପତ୍ର ଦାଖଲ କରିଥିଲେ। ରିପୋର୍ଟ ପଠାଇବା ପାଇଁ ଅଭିଯୋଗକାରୀ ଆର.ଆଇ. (RI) ନିରଞ୍ଜନ ସିଂହଙ୍କୁ ୩-୪ ଥର ଭେଟିଥିଲେ ମଧ୍ୟ ସେ ବିନା କାରଣରେ କାମ ବିଳମ୍ବ କରିଥିଲେ ଏବଂ ଏଥିପାଇଁ ୫,୦୦୦ ଟଙ୍କା ଲାଞ୍ଚ ଦାବି କରିଥିଲେ।
ଏହା ପରେ ବାଧ୍ୟ ହୋଇ ଅଭିଯୋଗକାରୀ ଜଣକ ଓଡ଼ିଶା ଭିଜିଲାନ୍ସ କର୍ତ୍ତୃପକ୍ଷଙ୍କ ଦ୍ୱାରସ୍ଥ ହୋଇଥିଲେ। ପୂର୍ବ ଯୋଜନା ଅନୁଯାୟୀ ଆଜି (୦୫.୧୦.୨୦୨୬) ଭିଜିଲାନ୍ସ ଟିମ୍‌ ଏକ ଜାଲ ବିଛାଇ ନିରଞ୍ଜନ ସିଂହଙ୍କୁ ଲାଞ୍ଚ ଟଙ୍କା ନେଉଥିବାବେଳେ ହାତେରଙ୍ଗା କାବୁ କରିଛି। ଏହି ଘଟଣା ପରେ ଶ୍ରୀ ସିଂହଙ୍କ ସମ୍ପୃକ୍ତି ଥିବା ଦୁଇଟି ଭିନ୍ନ ସ୍ଥାନରେ ଆୟ ବହିର୍ଭୂତ ସମ୍ପତ୍ତି (DA angle) ଆଙ୍ଗିକରୁ ଚଢ଼ଉ ଜାରି ରହିଛି।
📲Get App