🔥 TRENDING Ramayana Becomes First Non‑Sequel Film... PNB Chief Manager, 44, Attempts Suicid... Divyansh Clinches U12 Boys Singles Tit... Punjab Politics: AAP MLA Charanjit Sin... Four Cattle Seized in Kamrup: Suspecte... CII Report Urges India to Move Beyond...
29 Nov 2026•
ગુજરાતી मराठी ਪੰਜਾਬੀ বাংলা

ପୁରୀ ଶ୍ରୀମନ୍ଦିରରେ ଆସନ୍ତାକାଲି ୫ ଘଣ୍ଟା ସର୍ବସାଧାରଣ ଦର୍ଶନ ବନ୍ଦ: ଶ୍ରୀମନ୍ଦିର ପ୍ରଶାସନର ସୂଚନା

✍️ Reporter: Abhijit Patra 🗓 29 Nov 2026, 03:18 PM 👁 30
Watch on: ▶️ YouTube
Share: 💬 WhatsApp 📘 Facebook 𝕏 Post

ପୁରୀ: ଆସନ୍ତାକାଲି (ନଭେମ୍ବର ୩୦, ସୋମବାର) ପୁରୀ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଏକ ବିଶେଷ ନୀତି ଅନୁଷ୍ଠିତ ହେବାକୁ ଯାଉଛି

ପୁରୀ: ଆସନ୍ତାକାଲି (ନଭେମ୍ବର ୩୦, ସୋମବାର) ପୁରୀ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଏକ ବିଶେଷ ନୀତି ଅନୁଷ୍ଠିତ ହେବାକୁ ଯାଉଛି। ଏଥିପାଇଁ ଶ୍ରୀମନ୍ଦିରରେ ୫ ଘଣ୍ଟା ଧରି ସର୍ବସାଧାରଣ ଦର୍ଶନ ବନ୍ଦ ରହିବ ବୋଲି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି।
ସୂଚନା ଅନୁଯାୟୀ, ମହାପ୍ରଭୁଙ୍କ ଏହି ସ୍ୱତନ୍ତ୍ର ନୀତିକାନ୍ତି ସଂପାଦନ ନିମନ୍ତେ ନିର୍ଦ୍ଧାରିତ ୫ ଘଣ୍ଟା ସମୟ ମଧ୍ୟରେ ଭକ୍ତମାନଙ୍କୁ ମନ୍ଦିର ଭିତରକୁ ପ୍ରବେଶ କରିବାକୁ ଅନୁମତି ମିଳିବ ନାହିଁ। ନୀତି ସମ୍ପନ୍ନ ହେବା ପରେ ପୁନର୍ବାର ଶ୍ରଦ୍ଧାଳୁଙ୍କ ପାଇଁ ସର୍ବସାଧାରଣ ଦର୍ଶନ ସ୍ୱାଭାବିକ ହେବ। ତେଣୁ ଭକ୍ତମାନେ ଏହି ସମୟସୀମାକୁ ଦୃଷ୍ଟିରେ ରଖି ଶ୍ରୀମନ୍ଦିରକୁ ଦର୍ଶନ ପାଇଁ ଆସିବାକୁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଅନୁରୋଧ କରାଯାଇଛି।
📲Get App