🔥 TRENDING Punjab Govt's Solar Power Scheme Aims... Punjab Saturday Lottery Nov 28: 50 Jac... Baltej Pannu accuses Congress of fear‑... लुधियाना में राष्ट्रीय अल्पसंख्यक आरक्... 73-year-old woman dies in Udharbond bo... Jharkhand Celebrates 26th State Founda...
29 Nov 2026•
ગુજરાતી मराठी ਪੰਜਾਬੀ বাংলা

ଗୁଣୁପୁର ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରର ୩୧ତମ ବାର୍ଷିକ କ୍ରୀଡ଼ା ଉତ୍ସବ ଉଦ୍‌ଯାପିତ

✍️ Reporter: Suresh Ch Rath 🗓 29 Nov 2026, 12:39 AM 👁 26
Share: 💬 WhatsApp 📘 Facebook 𝕏 Post

ପାଠପଢ଼ା ସହ ଖେଳକୁଦ ଶିଶୁଙ୍କ ସୁସ୍ଥ ଭବିଷ୍ୟତ ଗଠନର ମାଧ୍ୟମ: ଅତିଥି

ଗୁଣୁପୁର, ୨୮/୧୧ (ନିଡ୍୨୪ ନିୟୁଜ୍): ଗୁଣୁପୁରସ୍ଥିତ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରର ୩୧ତମ ବାର୍ଷିକ କ୍ରୀଡ଼ା ପ୍ରତିଯୋଗିତା ଓ ଉତ୍ସବ ଉତ୍ସାହ ଓ ଉଦ୍ଦୀପନାର ସହ ଉଦ୍‌ଯାପିତ ହୋଇଯାଇଛି। ନଭେମ୍ବର ୨୭ ଓ ୨୮ ତାରିଖ ଦୁଇଦିନ ଧରି ବିଭିନ୍ନ କ୍ରୀଡ଼ା ପ୍ରତିଯୋଗିତା ଆୟୋଜିତ ହେବା ପରେ ୨୮ ତାରିଖ ସନ୍ଧ୍ୟାରେ ବାର୍ଷିକ ଉତ୍ସବ ପାଳନ କରାଯାଇଥିଲା।

ଏହି ଉତ୍ସବରେ ପରିଚାଳନା ସମିତିର ସଭାପତି ଶ୍ରୀ ପଟ୍ଟନାୟକ ସଭାପତିତ୍ୱ କରିଥିବାବେଳେ ମୁଖ୍ୟ ଅତିଥି ଭାବେ ଦ୍ୱିତୀୟ ଭାରତ ସଂରକ୍ଷିତ ବାହିନୀର ଦୁର୍ଗପତି ଶ୍ରୀ ବ୍ରଜମୋହନ ନାୟକ ଯୋଗଦେଇଥିଲେ। ସମ୍ମାନିତ ଅତିଥି ଭାବେ ରାୟଗଡ଼ା ଜିଲ୍ଲା ସ୍ୱତନ୍ତ୍ର ଉନ୍ନୟନ ପରିଷଦର ଅଧ୍ୟକ୍ଷ ଶ୍ରୀ ବିଦ୍ୟାଧର ଶବର ଏବଂ ମୁଖ୍ୟବକ୍ତା ଭାବେ ଗୁଣୁପୁର ମହାବିଦ୍ୟାଳୟର ଅବସରପ୍ରାପ୍ତ କ୍ରୀଡ଼ା ଅଧ୍ୟାପକ ଶ୍ରୀ ଦେବୀ ପ୍ରସାଦ ପାଢ଼ୀ ଯୋଗଦେଇଥିଲେ।

ଅନ୍ୟମାନଙ୍କ ମଧ୍ୟରେ ବିଦ୍ୟାମନ୍ଦିରର ପ୍ରଧାନ ଆଚାର୍ଯ୍ୟ ଶ୍ରୀ ପ୍ରଫୁଲ୍ଲ କୁମାର ଶତପଥୀ, ପରିଚାଳନା ସମିତିର ସମ୍ପାଦକ ଏବଂ ପୂର୍ବତନ କୋଷାଧ୍ୟକ୍ଷ ଶ୍ରୀ ମୀନକେତନ ପାଢ଼ୀ ଉପସ୍ଥିତ ଥିଲେ। ଭାରତମାତାଙ୍କ ନିକଟରେ ଦୀପ ପ୍ରଜ୍ୱଳନ କରି ଉତ୍ସବର ଶୁଭାରମ୍ଭ କରାଯାଇଥିଲା।

ଏହି ଅବସରରେ ମୁଖ୍ୟବକ୍ତା ଶ୍ରୀ ପାଢ଼ୀ ନିଜ ଅଭିଭାଷଣରେ ଶିଶୁମାନଙ୍କ ଜୀବନରେ ଶିକ୍ଷା ସହିତ କ୍ରୀଡ଼ାର ଗୁରୁତ୍ୱ ଓ ଆବଶ୍ୟକତା ସମ୍ପର୍କରେ ଆଲୋକପାତ କରିଥିଲେ। ଖେଳକୁଦ ଶିଶୁଙ୍କ ଶାରୀରିକ ସୁସ୍ଥତା, ମାନସିକ ବିକାଶ ଓ ଉଜ୍ଜ୍ୱଳ ଭବିଷ୍ୟତ ଗଠନରେ ଏକ ଗୁରୁତ୍ୱପୂର୍ଣ୍ଣ ମାଧ୍ୟମ ବୋଲି ସେ ମତବ୍ୟକ୍ତ କରିଥିଲେ।

ପରେ ଛାତ୍ରମାନଙ୍କ ଦ୍ୱାରା ସାହସିକତାଭିତ୍ତିକ କ୍ରୀଡ଼ା ପ୍ରଦର୍ଶନ ଏବଂ ଛାତ୍ରୀମାନଙ୍କ ଦ୍ୱାରା ବ୍ୟାୟାମଭିତ୍ତିକ ନୃତ୍ୟ ପରିବେଷଣ କରାଯାଇଥିଲା। ଏହି ଆକର୍ଷଣୀୟ ପ୍ରଦର୍ଶନ ଅତିଥି, ଗୁରୁଜୀ, ଗୁରୁମା, ଅଭିଭାବକ ଓ ଛାତ୍ରଛାତ୍ରୀଙ୍କ ମନରେ ଉତ୍ସାହ ଓ ଆନନ୍ଦ ଭରିଦେଇଥିଲା।

ଉତ୍ସବର ଶେଷ ପର୍ଯ୍ୟାୟରେ ବିଭିନ୍ନ କ୍ରୀଡ଼ା ପ୍ରତିଯୋଗିତାରେ କୃତିତ୍ୱ ହାସଲ କରିଥିବା ପ୍ରତିଯୋଗୀମାନଙ୍କୁ ମାନପତ୍ର ଓ ଟ୍ରଫି ପ୍ରଦାନ କରି ପୁରସ୍କୃତ କରାଯାଇଥିଲା। ଶେଷରେ ପ୍ରଧାନ ଆଚାର୍ଯ୍ୟ ଶ୍ରୀ ପ୍ରଫୁଲ୍ଲ କୁମାର ଶତପଥୀ ଉପସ୍ଥିତ ସମସ୍ତ ଅତିଥି ଓ ସହଯୋଗୀଙ୍କୁ ଧନ୍ୟବାଦ ଅର୍ପଣ କରିବା ପରେ ସଭା ସାଙ୍ଗ ହୋଇଥିଲା।
📲Get App