🔥 TRENDING 23 States Applaud Chhattisgarh’s Smart... Chandigarh Conducts Mock Blackout Dril... Punjab Farmers Turn Crop Waste into In... Gurnoor Brar: Punjab’s 6ft 5in Pace St... Assam to Build New Airport Near Silcha... Assam Rifles Leads Arunachal Girls on...
27 Nov 2026•
ગુજરાતી मराठी ਪੰਜਾਬੀ বাংলা

ସ୍ୱଚ୍ଛ ଓ ତ୍ରୁଟିଶୂନ୍ୟ ଭୋଟର ତାଲିକା ପ୍ରସ୍ତୁତି ଉପରେ ଗୁରୁତ୍ୱ ### ରାଜନୈତିକ ଦଳର ପ୍ରତିନିଧିଙ୍କ ସହ ଜିଲ୍ଲାପାଳଙ୍କ ସମୀକ୍ଷା ବୈଠକ

✍️ Reporter: Sukumar Mandal 🗓 27 Nov 2026, 08:42 PM 👁 22
Watch on: ▶️ YouTube
Share: 💬 WhatsApp 📘 Facebook 𝕏 Post
ମାଲକାନଗିରି, ୨୭/୧୧: ମାଲକାନଗିରି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟସ୍ଥିତ ଏଫ୍‌ଏଲ୍‌ସି ହଲ୍‌ଠାରେ ୧୪୬-ମାଲକାନଗିରି ଓ ୧୪୭-ଚିତ୍ରକୋଣ୍ଡା ଅନୁସୂଚିତ ଜନଜାତି ବିଧାନସଭା ନିର୍ବାଚନମଣ୍ଡଳୀ ପାଇଁ ସ୍ୱତନ୍ତ୍ର ସଂକ୍ଷିପ୍ତ ଭୋଟର ତାଲିକା ସଂଶୋଧନକୁ ନେଇ ବିଭିନ୍ନ ରାଜନୈତିକ ଦଳର ପ୍ରତିନିଧିଙ୍କ ସହ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଆୟୋଜିତ ହୋଇଯାଇଛି।

ଜିଲ୍ଲାପାଳ ତଥା ଜିଲ୍ଲା ନିର୍ବାଚନ ଅଧିକାରୀ ପ୍ରଥମେଶ ଅରବିନ୍ଦ ରାଜେଶିର୍କେଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ଭୋଟର ତାଲିକା ସଂଶୋଧନର ଶୁଭାରମ୍ଭ, କାର୍ଯ୍ୟସୂଚୀ ଏବଂ ପରିଚାଳନାଗତ ପ୍ରକ୍ରିୟା ସମ୍ପର୍କରେ ବିସ୍ତୃତ ଆଲୋଚନା ହୋଇଥିଲା। ଏଥିରେ ଅତିରିକ୍ତ ଜିଲ୍ଲାପାଳ (ରାଜସ୍ୱ) ବେଦବର ପ୍ରଧାନ ଓ ଉପଜିଲ୍ଲାପାଳ ଦୁର୍ଯ୍ୟୋଧନ ଭୋଇ ଉପସ୍ଥିତ ରହି ନିର୍ବାଚନ କମିଶନଙ୍କ ନିର୍ଦ୍ଦେଶାବଳୀ ଏବଂ ସଂଶୋଧନ ପ୍ରକ୍ରିୟାର ବିଭିନ୍ନ ଦିଗ ସମ୍ପର୍କରେ ଆଲୋକପାତ କରିଥିଲେ।

ବୈଠକରେ ଜିଲ୍ଲାପାଳ ଶ୍ରୀ ରାଜେଶିର୍କେ କହିଥିଲେ ଯେ, ଏକ ସ୍ୱଚ୍ଛ, ନିର୍ଭୁଲ ଓ ତ୍ରୁଟିଶୂନ୍ୟ ଭୋଟର ତାଲିକା ପ୍ରସ୍ତୁତ କରିବା ସମସ୍ତଙ୍କର ମିଳିତ ଦାୟିତ୍ୱ। ୧୮ ବର୍ଷ ବୟସ ପୂରଣ କରିଥିବା ପ୍ରତ୍ୟେକ ଯୋଗ୍ୟ ଯୁବ ଭୋଟରଙ୍କ ନାମ ତାଲିକାରେ ସାମିଲ କରିବା ସହ ମୃତ ଓ ସ୍ଥାନାନ୍ତରିତ ଭୋଟରଙ୍କ ନାମ ବାଦ୍ ଦେବା ଦିଗରେ ଯତ୍ନବାନ ହେବା ଆବଶ୍ୟକ। ଏଥିପାଇଁ ସମସ୍ତ ରାଜନୈତିକ ଦଳ ନିଜ ନିଜର ବୁଥ୍‌ସ୍ତରୀୟ ଏଜେଣ୍ଟ (ବିଏଲ୍‌ଏ) ନିଯୁକ୍ତ କରି ପ୍ରଶାସନକୁ ସହଯୋଗ କରିବାକୁ ସେ ଆହ୍ୱାନ ଦେଇଥିଲେ।

ଏହି ବୈଠକରେ ବିଭିନ୍ନ ସ୍ୱୀକୃତିପ୍ରାପ୍ତ ରାଜନୈତିକ ଦଳର ପ୍ରତିନିଧି ଓ ନିର୍ବାଚନ ବିଭାଗର ଅଧିକାରୀମାନେ ଯୋଗଦେଇ ଭୋଟର ତାଲିକା ସଂଶୋଧନ ପ୍ରକ୍ରିୟାକୁ ସ୍ୱଚ୍ଛ, ନିରପେକ୍ଷ ଓ ସୁଚାରୁ ରୂପେ ସମ୍ପାଦନ କରିବା ନେଇ ନିଜ ନିଜର ମତାମତ ରଖିଥିଲେ।
📲Get App