🔥 TRENDING पाकिस्तान से जुड़े कट्टरपंथी नेटवर्क स... Ramayana Box Office Day 20: Advance Bo... OM Film Earns Over ₹64 Crore in India... Ramayana Tops Indian Film Box Office O... Jaishankar Meets German State Leader t... Telangana Today publishes cartoon on N...
25 Nov 2026•
ગુજરાતી मराठी ਪੰਜਾਬੀ বাংলা

ଅବହେଳିତ ଅବସ୍ଥାରେ ବାବା ମୁକ୍ତଞ୍ଜୟ ନୀଳକଣ୍ଠେଶ୍ୱର ମନ୍ଦିର, ଅଧାପନ୍ତରିଆ ନିର୍ମାଣ କାମ ଶେଷ ପାଇଁ ପ୍ରଶାସନର ହସ୍ତକ୍ଷେପ ଦାବି

✍️ Reporter: Sukumar Mandal 🗓 25 Nov 2026, 01:53 AM 👁 22
Share: 💬 WhatsApp 📘 Facebook 𝕏 Post
ମାଲକାନଗିରି, ୨୪ ନଭେମ୍ବର: ମାଲକାନଗିରି ପୁରୁଣା ମେଡିକାଲ ଗେଟ୍ ସମ୍ମୁଖରେ ଅବସ୍ଥିତ ବହୁ ପୁରାତନ ବାବା ମୁକ୍ତଞ୍ଜୟ ନୀଳକଣ୍ଠେଶ୍ୱର ମନ୍ଦିର ଏବେ ଅବହେଳିତ ଅବସ୍ଥାରେ ପଡ଼ିରହିଛି। ଦୀର୍ଘଦିନର ଏହି ପ୍ରାଚୀନ ଶୈବପୀଠ ପ୍ରତି ୧୪ ଓ ୧୫ ନମ୍ବର ୱାର୍ଡ ସମେତ ସହରର ବିଭିନ୍ନ ଅଞ୍ଚଳର ଶହ ଶହ ଶ୍ରଦ୍ଧାଳୁଙ୍କ ଗଭୀର ଆସ୍ଥା ରହିଥିବା ବେଳେ ଏହାର ଅଧାପନ୍ତରିଆ ନିର୍ମାଣ କାର୍ଯ୍ୟ ଭକ୍ତମାନଙ୍କୁ ନିରାଶ କରିଛି।

ସୂଚନା ଅନୁଯାୟୀ, ବର୍ଷା ଓ ବାତ୍ୟାରେ ପୁରୁଣା ମନ୍ଦିରଟି କ୍ଷତିଗ୍ରସ୍ତ ହେବା ପରେ ମନ୍ଦିର କମିଟି ପକ୍ଷରୁ ଏକ ନୂତନ ମନ୍ଦିର ନିର୍ମାଣ ପାଇଁ ପଦକ୍ଷେପ ନିଆଯାଇଥିଲା। ଏଥିପାଇଁ ତତ୍କାଳୀନ ସାଂସଦ ରମେଶ ଚନ୍ଦ୍ର ମାଝୀ ନିଜ ସାଂସଦ ପାଣ୍ଠିରୁ ୨ ଲକ୍ଷ ଟଙ୍କା ଏବଂ ୫-ଟି ଅଧୀନରେ ଭି.କେ. ପାଣ୍ଡିଆନଙ୍କ ପକ୍ଷରୁ ୧୦ ଲକ୍ଷ ଟଙ୍କା ଅନୁଦାନ ମିଳିଥିଲା। ତେବେ ଅର୍ଥ ଅନୁଦାନ ମିଳିବା ସତ୍ତ୍ୱେ ନିର୍ମାଣ କାର୍ଯ୍ୟ ଅଧାରେ ଅଟକି ରହିଥିବାରୁ ମନ୍ଦିରଟି ଏଯାବତ୍ ସମ୍ପୂର୍ଣ୍ଣ ହୋଇପାରିନାହିଁ।

ମନ୍ଦିର କମିଟିର ସଦସ୍ୟମାନଙ୍କ କହିବା ଅନୁଯାୟୀ, ପ୍ରଶାସନ ପକ୍ଷରୁ ଆବଶ୍ୟକ ସହଯୋଗ ଓ ଆର୍ଥିକ ସହାୟତା ମିଳିଲେ ଅବଶିଷ୍ଟ ନିର୍ମାଣ କାର୍ଯ୍ୟ ଶୀଘ୍ର ଶେଷ ହୋଇପାରିବ। ଏହି ପ୍ରାଚୀନ ଶୈବପୀଠ ପ୍ରତି ଶ୍ରଦ୍ଧାଳୁଙ୍କ ଅତୁଟ ବିଶ୍ୱାସ ରହିଛି। ଅନେକ ଭକ୍ତ ଏଠାରେ ମାନସିକ କରି ମନୋକାମନା ପୂରଣ ହେବା ସହ ଚାକିରି ପ୍ରାପ୍ତି ଓ ରୋଗରୁ ମୁକ୍ତି ମିଳିଥିବା ନେଇ ନିଜର ଆସ୍ଥା ପ୍ରକାଶ କରିଥାନ୍ତି।

ତେଣୁ ଏହି ପୁରାତନ ଧାର୍ମିକ ପୀଠର ସୁରକ୍ଷା, ଉନ୍ନତିକରଣ ଏବଂ ଅଧାପନ୍ତରିଆ ମନ୍ଦିର ନିର୍ମାଣ କାର୍ଯ୍ୟ ଶୀଘ୍ର ସମ୍ପୂର୍ଣ୍ଣ କରିବା ଦିଗରେ ଜିଲ୍ଲା ପ୍ରଶାସନ ଗୁରୁତ୍ୱ ଦେବାକୁ ମନ୍ଦିର କମିଟି ଓ ଶ୍ରଦ୍ଧାଳୁମାନେ ଦାବି କରିଛନ୍ତି। ଏକ ପ୍ରାଚୀନ ଧାର୍ମିକ ଓ ଆସ୍ଥାର ପ୍ରତୀକ ଭାବେ ପରିଚିତ ଏହି ମନ୍ଦିରର ପୁନରୁଦ୍ଧାର ପାଇଁ ପ୍ରଶାସନ କେବେ ପଦକ୍ଷେପ ନେଉଛି, ତାହାକୁ ଅଞ୍ଚଳବାସୀ ଅପେକ୍ଷା କରିଛନ୍ତି।
📲Get App