🔥 TRENDING *खैरथल में 333वे.विशाल नि:शुल्क नेत्र... આમ આદમી પાર્ટી: પેટલાદ મામલતદાર સમક્ષ... Dayahang Rai to Lead Nepali Film ‘Bagh... ਵੱਡੀ ਖ਼ਬਰ: ਸ੍ਰੀ ਅਕਾਲ ਤਖ਼ਤ ਸਾਹਿਬ ਦੀ ਮਾਹ... Over 65 foreign terrorists active in J... Delhi Tourist Dies After Being Found U...
25 Nov 2026•
ગુજરાતી मराठी ਪੰਜਾਬੀ বাংলা
Agriculture

୧୦ ଏକର ଧାନ ଫସଲ ନଷ୍ଟ! ଭାବବିହ୍ୱଳ ହେଲେ ମୁଖ୍ୟମନ୍ତ୍ରୀ

✍️ Reporter: Deepak Mahapatra 🗓 25 Nov 2026, 03:37 PM 👁 27
Share: 💬 WhatsApp 📘 Facebook 𝕏 Post
ଆଖି ଆଗରେ ଉଜୁଡ଼ିଗଲା ବର୍ଷକର ପରିଶ୍ରମ। ଯେଉଁ ଜମିରେ ଦିନରାତି ଝାଳ ବୁହାଇ ସୁନାର ଫସଲ ଫଳାଇଥିଲେ, ଆଜି ସେହି ଜମିରେ ଲହଡ଼ି ଭାଙ୍ଗୁଛି ବନ୍ୟା ପାଣି।ଧାନ ବିଲରେ ଆଉ ଫସଲ ନାହିଁ, ଚାଷୀଙ୍କ ଆଖିରେ କେବଳ ଲୁହ ଆଉ ମନରେ ଅସରନ୍ତି ଚିନ୍ତା। ଆଉ ଏହି ଦୁଃଖକୁ ଆଜି ଅତି ପାଖରୁ ଦେଖିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ଅର୍ଣ୍ଣବ ଓ ଅକଭାନ ବାତ୍ୟାର ପ୍ରଭାବରେ କ୍ଷତିଗ୍ରସ୍ତ ହୋଇଥିବା ଅଞ୍ଚଳ ବୁଲି ସ୍ଥିତି ପରଖିଛନ୍ତି ମୁଖ୍ୟମନ୍ତ୍ରୀ।

ଗଞ୍ଜାମ ଜିଲ୍ଲା ପୁରୁଷୋତ୍ତମପୁର ବ୍ଲକର ହାଣ୍ଡିଘର ଗାଁ ନିକଟରେ ପହଞ୍ଚି ନଷ୍ଟ ହୋଇଥିବା ଧାନ ଫସଲ ଦେଖିବା ସହ ଋଷିକୁଲ୍ୟା ନଦୀର ଭାଙ୍ଗିଯାଇଥିବା ନଦୀବନ୍ଧର ସ୍ଥିତି ଅନୁଧ୍ୟାନ କରିଛନ୍ତି।କେବଳ ଦୂରରୁ ଦେଖିନାହାନ୍ତି, ବରଂ ନିଜେ କାଦୁଅ ଧାନ ବିଲକୁ ଓହ୍ଲାଇ ଫସଲ କ୍ଷୟକ୍ଷତିର ବାସ୍ତବ ଚିତ୍ର ଦେଖିଛନ୍ତି। ତେବେ ଏହି ଗସ୍ତ ସମୟରେ ସବୁଠାରୁ ହୃଦୟସ୍ପର୍ଶୀ ଥିଲା ଚାଷୀ ପରିବାରର ଯୁବତୀ ଜ୍ୟୋତିଶ୍ରୀ ମହାକୁଡ଼ଙ୍କ ଦୁଃଖଭରା କାହାଣୀ।

ଆଖିରେ ଲୁହ ଆଉ ମନରେ ଅସହାୟତା ନେଇ ସେ ମୁଖ୍ୟମନ୍ତ୍ରୀଙ୍କୁ ନିଜ ଦୁଃଖ ଜଣାଇଥିଲେ। ତାଙ୍କ କହିବା ଅନୁସାରେ, ପ୍ରାୟ ୧୦ ଏକର ଜମିର ଧାନ ଫସଲ ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଛି। ଚାଷ ଉପରେ ନିର୍ଭର କରୁଥିବା ପରିବାର ପାଇଁ ଏହା କେବଳ ଫସଲ କ୍ଷତି ନୁହେଁ, ବରଂ ବର୍ଷକର ଆଶା ଓ ଆୟ ଉଜୁଡ଼ିଯିବା ସହ ସମାନ। ଜ୍ୟୋତିଶ୍ରୀଙ୍କ ଦୁଃଖ ଶୁଣିବା ପରେ ମୁଖ୍ୟମନ୍ତ୍ରୀ ଖୁବ୍ ଶୀଘ୍ର ସହାୟତା ଯୋଗାଇଦେବାକୁ ପ୍ରତିଶ୍ରୁତି ଦେଇଛନ୍ତି।
📲Get App