🔥 TRENDING J&K Police Seize Land of Five Pakistan... Thousands Gather for Langar in Naharla... J&K Government Sets Monthly Cancer Fun... Arunachal Football Association Teams U... J&K Govt Boosts Cash Support for Cance... Vajiram & Ravi Unveils UPSC Prelims Cu...
25 Nov 2026•
ગુજરાતી मराठी ਪੰਜਾਬੀ বাংলা
Politics

ମୋହନ ମାଝୀଙ୍କୁ କେବଳ ଦସ୍ତଖତ କରିବା ପାଇଁ ରଖିଛନ୍ତି ମୋଦୀ: ଭକ୍ତ ଚରଣ ଦାସ।

✍️ Reporter: Deepak Mahapatra 🗓 25 Nov 2026, 03:33 PM 👁 18
Share: 💬 WhatsApp 📘 Facebook 𝕏 Post
ବାଲେଶ୍ୱର ଜିଲ୍ଲାର ସିମୁଳିଆରେ କଂଗ୍ରେସ ପକ୍ଷରୁ ଆୟୋଜିତ ହୋଇଥିଲା ଭୋଟ୍ ଚୋରି ବିରୋଧୀ ଗାଁ ଦାଣ୍ଡ ସଭା ବା ଚୌପାଲ୍। ଏହି ସଭାରେ ଯୋଗଦେଇ ରାଜ୍ୟ ଓ କେନ୍ଦ୍ରର ବିଜେପି ସରକାରକୁ ଜୋରଦାର ଟାର୍ଗେଟ୍ କରିଥିଲେ ପିସିସି ସଭାପତି ଭକ୍ତ ଚରଣ ଦାସ।ସେ କହିଥିଲେ, ଓଡ଼ିଶାର ଖଣିଖାଦାନ ଲୁଟିବା ପାଇଁ ଡବଲ୍ ଇଞ୍ଜିନ ସରକାର ସବୁ ଶକ୍ତି ଲଗାଇ ଦେଇଛି। ଗୋଟିଏ ପରେ ଗୋଟିଏ ଖଣି ପୁଞ୍ଜିପତିଙ୍କ ହାତକୁ ଟେକି ଦେବାକୁ ମୋଦୀ-ଶାହଙ୍କ ନିର୍ଦ୍ଦେଶ ଆସୁଛି। ଆଉ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ବିନା ପ୍ରତିବାଦରେ ଦସ୍ତଖତ କରିଚାଲିଛନ୍ତି ବୋଲି ସେ ଅଭିଯୋଗ କରିଥିଲେ।

ଏହା ସହ ରାଜ୍ୟରେ ଦରଦାମ୍ ବୃଦ୍ଧିକୁ ନେଇ ମଧ୍ୟ ସରକାରଙ୍କୁ ଘେରିଥିଲେ ଭକ୍ତ ଚରଣ ଦାସ। ତାଙ୍କ କହିବା ଅନୁଯାୟୀ, ଆକାଶଛୁଆଁ ଦରଦାମ୍ ଯୋଗୁଁ ସାଧାରଣ ଲୋକ ଅତିଷ୍ଠ ହୋଇପଡ଼ିଛନ୍ତି। ଜନସମର୍ଥନ ହରାଇବା ଭୟରେ ସରକାର ଏବେ ଭୋଟ୍ ଚୋରିରେ ଲିପ୍ତ ରହିଥିବା ସେ ଅଭିଯୋଗ କରିଥିଲେ। ସେ ଆହୁରି କହିଥିଲେ, ଓଡ଼ିଶାବାସୀଙ୍କ ସମସ୍ୟା, ଦୁଃଖ ଓ ଯନ୍ତ୍ରଣା ଦୂର କରିବା ହିଁ ଆଗାମୀ ଦିନରେ କଂଗ୍ରେସର ମୁଖ୍ୟ ଇସ୍ତାହାର ହେବ।

ସିମୁଳିଆ ନିର୍ବାଚନମଣ୍ଡଳୀର ବିଧାୟକ ପ୍ରାର୍ଥୀ ହିମାଂଶୁ ବେହେରାଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ସଭାରେ କଂଗ୍ରେସ ବିଧାୟକ ଦଳର ଉପନେତା ଅଶୋକ ଦାସ, ପୂର୍ବତନ ସାଂସଦ ଅନନ୍ତ ସେଠୀ, ପିସିସି ମିଡିଆ ଅଧ୍ୟକ୍ଷ ଏବଂ ପିସିସି ସାଧାରଣ ସମ୍ପାଦକ ବାଙ୍କବିହାରୀ ବେହେରା ଓ ମଧୁମିତା ସେଠୀଙ୍କ ସମେତ ବହୁ କଂଗ୍ରେସ ନେତା ଉପସ୍ଥିତ ଥିଲେ।
📲Get App