🔥 TRENDING ଆସନ୍ତାକାଲି ଗଞ୍ଜାମ ଗସ୍ତ କରିବେ ମୁଖ୍ୟମନ୍ତ... वंचित बहुजन आघाडीने दादरच्या छत्रपती श... ଐତିହାସିକ କଟକ ବାଲିଯାତ୍ରା ପାଇଁ ବ୍ୟାପକ ସୁ... ਕੈਨੇਡਾ ''ਚ ਸਟੱਡੀ ਪਰਮਿਟ ਵਾਲੇ ਭਾਰਤੀਆਂ ਦੀ... ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ପୋଲିସ ହାବିଲଦ... Sikkim Introduces New Permit Rules and...
23 Nov 2026•
ગુજરાતી मराठी ਪੰਜਾਬੀ বাংলা
Religion

ବାବା ଧବଳେଶ୍ବରଙ୍କ ପାଖରେ ଲାଗି ହେଲା ବାବାଙ୍କ ପ୍ରିୟ ଗଜଭୋଗ ଓ ତରଣ

✍️ Reporter: Deepak Mahapatra 🗓 23 Nov 2026, 04:35 PM 👁 25
Share: 💬 WhatsApp 📘 Facebook 𝕏 Post
କଟକ : ଆଜି ପବିତ୍ର ବଡ଼ ଓଷା। ଚଳଚଞ୍ଚଳ ଧବଳେଶ୍ୱର ପୀଠ। ପବିତ୍ର ବଡ଼ଓଷା ଓ ପଞ୍ଚୁକ ଅବସରରେ କଟକର ଆଠଗଡ଼ ସ୍ଥିତ ପ୍ରସିଦ୍ଧ ଶୈବପୀଠ ବାବା ଧବଳେଶ୍ୱରଙ୍କ ନିକଟରେ ପ୍ରସିଦ୍ଧ ଗଜଭୋଗ ଓ ତରଣ ଲାଗି ହୋଇଛି। ପରେ ଭକ୍ତ ଓ ଶ୍ରଦ୍ଧାଳୁ ଭୋଗ ପାଇ ବେଶ ଆନନ୍ଦିତ ହୋଇଛନ୍ତି। ବାବା ଧବଳେଶ୍ୱର ହରିହର ବେଶରେ ଭକ୍ତମାନଙ୍କୁ ଦର୍ଶନ ଦେବା ସହିତ ସ୍ୱତନ୍ତ୍ର ନୀତିକାନ୍ତି ଅନୁଷ୍ଠିତ ହୋଇଛି।

ପରମ୍ପରା ଅନୁଯାୟୀ ପୂଜକ ପରିବାର ଦ୍ୱାରା ଶୁଦ୍ଧପୂତ ଭାବେ ପ୍ରସ୍ତୁତ ଗଜଭୋଗ ଓ ତରଣ ବାବାଙ୍କୁ ଅର୍ପଣ କରାଯିବା ପରେ ଭକ୍ତ ଓ ବ୍ରତଧାରୀମାନଙ୍କ ମଧ୍ୟରେ ବଣ୍ଟନ କରାଯାଇ ବ୍ରତ ଉଦଯାପନ ହୁଏ। ବର୍ଷ ଯାକର ଅପେକ୍ଷା ପରେ ଏହି ପ୍ରତିକ୍ଷିତ ଭୋଗ ପାଇ ବ୍ରତ ଉଦଯାପନ କରିଥାନ୍ତି ବ୍ରତଧାରୀ।

ମହାକାର୍ତ୍ତିକର ପବିତ୍ର ଅବସରରେ ହରିହର ବେଶରେ ଦର୍ଶନ ଦେଉଛନ୍ତି ବାବା । ଏହି ଦୁର୍ଲଭ ଦର୍ଶନ ପାଇବା ପାଇଁ ରାତିରୁ ହିଁ ଧବଳେଶ୍ୱର ପୀଠରେ ଲାଗିଛି ଭକ୍ତଙ୍କ ଗହଳି । ଭୋରୁ ଭୋରୁ ବାବାଙ୍କ ଦର୍ଶନ କରି ଆଶୀର୍ବାଦ ନେଉଛନ୍ତି ହଜାର ହଜାର ଶ୍ରଦ୍ଧାଳୁ । ଭକ୍ତଙ୍କ ଭିଡ଼କୁ ଦୃଷ୍ଟିରେ ରଖି ୧୬ ପ୍ଲାଟୁନ୍ ପୋଲିସ ଫୋର୍ସ ମୁତୟନ ଅଛନ୍ତି ।
📲Get App