🔥 TRENDING खेरागढ़ में 20 दिसंबर को 14वाँ सर्वजात... भितरवार में दो सड़क दुर्घटनाओं में तीन... स्किल इंडिया बनाम जमीनी अनुभव: एक ही क... *परीक्षा में सफलता की मंगलकामना के साथ... भव्य जैन भागवती दीक्षा महोत्सव 2027 মাঝরাতে ভয়াবহ অগ্নিকাণ্ড! শর্ট সার্কি...
23 Nov 2026•
ગુજરાતી मराठी ਪੰਜਾਬੀ বাংলা
Local

ମୃତ୍ୟୁ ପୂର୍ବରୁ ଥାନାରେ ଟେବୁଲକୁ ଧରି ବିକଳ ହୋଇ କାନ୍ଦିଥିଲେ ଏସ୍‌ଆଇ; ସତରେ ବିଶ୍ୱନାଥପୁର ଯାଇଥିଲେ କି?

✍️ Reporter: Deepak Mahapatra 🗓 23 Nov 2026, 01:04 PM 👁 23
Share: 💬 WhatsApp 📘 Facebook 𝕏 Post
ରାୟଗଡ଼ା ଜିଲ୍ଲା ଅମ୍ବାଦଳା ଥାନା ସବ୍‌-ଇନ୍ସପେକ୍ଟର ଅଶୋକ ପ୍ରଧାନଙ୍କ ସନ୍ଦେହଜନକ ମୃତ୍ୟୁ ଘଟଣାକୁ ୧୬ ଦିନ ବିତି ଯାଇଛି। ହେଲେ ଏଯାଏ ତାଙ୍କ ମୃତ୍ୟୁର ପ୍ରକୃତ କାରଣ ସାମ୍ନାକୁ ଆସିପାରିନାହିଁ। ଅନ୍ୟପକ୍ଷରେ ତାଙ୍କୁ ନେଇ ଦୁଇଟି ବଡ଼ ତଥ୍ୟ ସାମ୍ନାକୁ ଆସିଛି।


ଘଟଣା ଦିନ ସକାଳେ ଥାନାରେ ଏକ ଟେବୁଲକୁ ଧରି ବହୁତ ବିକଳ ହୋଇ କାନ୍ଦିଥିଲେ ଏସ୍‌ଆଇ ଅଶୋକ ପ୍ରଧାନ। ଏ କଥା କହିଛନ୍ତି ଥାନାରେ ସଫେଇ କାର୍ଯ୍ୟ କରୁଥିବା ଜଣେ ମହିଳା। ତାଙ୍କ ସୂଚନା ଅନୁଯାୟୀ, ସେଦିନ ସକାଳ ପ୍ରାୟ ୭ଟା ବେଳେ ସେ ଥାନାରେ ପହଞ୍ଚିଥିଲେ। ସେତେବେଳେ ଏସ୍‌ଆଇ ଅଶୋକ ପ୍ରଧାନ କମ୍ପ୍ୟୁଟରରେ କିଛି କାମ କରୁଥିଲେ। ସେ ତାଙ୍କୁ ନମସ୍କାର କରି ଆଉ ଏକ ରୁମ୍‌କୁ ଝାଡ଼ୁ କରିବାକୁ ଯାଇଥିଲେ। ସେଠାରୁ ଫେରିଲା ବେଳକୁ ସେ ଦେଖିଥିଲେ ଯେ ଏସ୍‌ଆଇ ଅଶୋକ ପ୍ରଧାନ ଏକ ଟେବୁଲକୁ ଧରି ଖୁବ୍ ବିକଳ ହୋଇ କାନ୍ଦୁଥିଲେ। ଜଣେ ଅଫିସର କାନ୍ଦୁଥିବା ବେଳେ ସେ କ’ଣ ପଚାରିବେ ବୋଲି କିଛି ସମୟ ଭାବିଥିଲେ। ବଦଳି ହୋଇଥିବାରୁ କାନ୍ଦୁଥିବେ ଭାବି ସେ ସେଠାରୁ ପଳାଇ ଯାଇଥିଲେ।

ପ୍ରଶ୍ନ ଉଠୁଛି ଯେ ତାଙ୍କ ସହିତ ଏମିତି କ’ଣ ଘଟିଥିଲା ଯେ ସେ ବିକଳ ହୋଇ ଥାନାରେ କାନ୍ଦିଥିଲେ? ସେ ଯେଉଁ କଥାକୁ ନେଇ ଏତେ ବିଚଳିତ ଥିଲେ, ତାହା ତାଙ୍କ ମୃତ୍ୟୁ ପଛର କାରଣ କି? ତା’ହେଲେ ସେ କଥାଟି କ’ଣ? ପୁଲିସ୍ ଏ ଦିଗରେ ତଦନ୍ତ କରିଛି କି?
ସେହିପରି ଆଉ ଏକ ତଥ୍ୟ ସାମ୍ନାକୁ ଆସିଛି। ଘଟଣା ଦିନ ଏସ୍‌ଆଇ ଅଶୋକ ପ୍ରଧାନ ଘରକୁ ଖାଇବାକୁ ଯାଇ ନଥିଲେ। ସେଥିପାଇଁ ତାଙ୍କ ପତ୍ନୀ ଫୋନ୍ କରିଥିଲେ। ତେବେ ସେ କଳାହାଣ୍ଡିର ବିଶ୍ୱନାଥପୁର ଯାଉଥିବା ତାଙ୍କ ପତ୍ନୀଙ୍କୁ କହିଥିଲେ। ଅଶୋକ ପ୍ରଧାନ ପୂର୍ବରୁ ବିଶ୍ୱନାଥପୁର ଥାନାରେ ଥିଲେ। ପ୍ରଶ୍ନ ଉଠୁଛି ଯେ ସେ ପ୍ରକୃତରେ ସେଦିନ ବିଶ୍ୱନାଥପୁର ଯାଇଥିଲେ କି? ଯଦି ଯାଇଥିଲେ, ତା’ହେଲେ କାହାକୁ ଭେଟିଥିଲେ? ସେଠାରେ କିଛି ଘଟିଥିଲା କି? ତାଙ୍କ ମୃତ୍ୟୁ ପଛର କାରଣ ବିଶ୍ୱନାଥପୁରରେ ଲୁଚିଛି କି?

ଏହି ସବୁ କଥାଗୁଡ଼ିକ ସାମ୍ନାକୁ ଆସିବା ସହିତ ତଦନ୍ତ ଶେଷ ହେବାରେ ବିଳମ୍ବ ହେଉଥିବାରୁ ଏସ୍‌ଆଇ ଅଶୋକ ପ୍ରଧାନଙ୍କ ମୃତ୍ୟୁ ଘଟଣାକୁ ନେଇ ଧୀରେ ଧୀରେ ରହସ୍ୟ ବଢ଼ିବାରେ ଲାଗିଛି।

ଅନ୍ୟପକ୍ଷରେ ରାୟଗଡ଼ା ଏସ୍‌ପି କହିଛନ୍ତି ଯେ ଏସ୍‌ଆଇ ଅଶୋକ ପ୍ରଧାନଙ୍କ ଉପରେ ଥାନା ପକ୍ଷରୁ କୌଣସି ଚାପ ଥିବା ନେଇ ଆମ ନିକଟକୁ କୌଣସି ଅଭିଯୋଗ ଆସିନାହିଁ। ତାଙ୍କର କିଛି ବ୍ୟକ୍ତିଗତ ଚାପ ଥାଇପାରେ ବୋଲି ଆମର ସନ୍ଦେହ ରହିଛି। ତେବେ ଘଟଣାର ତଦନ୍ତ ଜାରି ରହିଛି। ତଦନ୍ତ ଶେଷ ହେବା ପରେ ପ୍ରକୃତ ତଥ୍ୟ ସାମ୍ନାକୁ ଆସିବ।

ସୂଚନାଯୋଗ୍ୟ, ୧୬ ଦିନ ତଳେ ଅମ୍ବାଦଳା ଥାନା ପରିସରରେ ଥିବା ସରକାରୀ ବାସଭବନରୁ ମିଳିଥିଲା ଏସ୍‌ଆଇ ଅଶୋକ ପ୍ରଧାନଙ୍କ ଝୁଲନ୍ତା ମୃତଦେହ।
📲Get App