🔥 TRENDING Jalandhar Municipal Authority Gives Gr... AIIMS Director Nikhil Tandon Updates o... Buxar Administration Halts Boat Servic... Clever thief caught in Sehore after 20... అర్జునీ—మారుగూడ వాగుపై బ్రిడ్జి నిర్మి... कोंच क्षेत्राधिकारी परमेश्वर प्रसाद को...
23 Nov 2026•
ગુજરાતી मराठी ਪੰਜਾਬੀ বাংলা
Crime

ଭିଜିଲାନ୍ସ ଜାଲରେ ଜୁନାଗଡ଼ ଏନ୍‌ଏସିର ଏମ୍‌ଆଇଏସ୍‌ ଆସିଷ୍ଟାଣ୍ଟ

✍️ Reporter: Deepak Mahapatra 🗓 23 Nov 2026, 04:56 PM 👁 19
Share: 💬 WhatsApp 📘 Facebook 𝕏 Post
କଳାହାଣ୍ଡି: ପୁଣି ଜଣେ ସରକାରୀ କର୍ମଚାରୀ ଭିଜିଲାନ୍ସ ଜାଲରେ ପଡ଼ିଛନ୍ତି। ପ୍ରଧାନମନ୍ତ୍ରୀ ଆବାସ ଯୋଜନାର ବିଲ୍ କରାଇଦେବା ପାଇଁ ଜଣେ ହିତାଧିକାରୀଙ୍କଠାରୁ ୭ ହଜାର ଟଙ୍କା ଲାଞ୍ଚ ନେଉଥିବା ସମୟରେ ଆଜି ଜୁନାଗଡ଼ ଏନ୍‌ଏସିର ଏମ୍‌ଆଇଏସ୍‌ ଆସିଷ୍ଟାଣ୍ଟ ପ୍ରଦ୍ୟୁମ୍ନ କୁମାର ଦାସ ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି।

ଜଣେ ଆବାସ ଯୋଜନା ହିତାଧିକାରୀ ପିଏମ୍ ଆବାସ୍ ଯୋଜନାରେ ୨ ଲକ୍ଷ ଟଙ୍କା ରୁ ୧ ଲକ୍ଷ ୬୦ ଟଙ୍କାର ପ୍ରଥମ କିସ୍ତି ନେଇଥିଲେ । ଘର ନିର୍ମାଣ ସମ୍ପୂର୍ଣ୍ଣ ହେବା ପରେ ବାକି ୪୦ ହଜାର ଟଙ୍କା ନେବାକୁ ଶେଷ ବିଲ ପ୍ରସ୍ତୁତ କରିବା ପାଇଁ ସମ୍ପୃକ୍ତ କର୍ମଚାରୀ ୭ ହଜାର ଟଙ୍କା ଦାବି କରିଥିଲେ। ଏନେଇ ହିତାଧିକାରୀ ଭିଜିଲାନ୍ସ ବିଭାଗରେ ଅଭିଯୋଗ କରିଥିଲେ। ଶନିବାର ଟଙ୍କା ଗ୍ରହଣ କରୁଥିବା ସମୟରେ ଭିଜିଲାନ୍ସ ଅଧିକାରୀମାନେ ଏମ୍ଆଇଏସ୍ ଆସିଷ୍ଟାଣ୍ଟ ପ୍ରଦ୍ୟୁମ୍ନ କୁମାର ଦାସଙ୍କୁ ଧରିଥିଲେ। ତାଙ୍କଠାରୁ ଲାଞ୍ଚ ଟଙ୍କା ଜବତ କରିବା ସହ ଅଧିକ ପଚରାଉଚରା ଓ ତଦନ୍ତ ପାଇଁ ଭବାନୀପାଟଣାସ୍ଥିତ ଭିଜିଲାନ୍ସ କାର୍ଯ୍ୟାଳୟକୁ ନେଇଛନ୍ତି।

ଏହାର ଦୁଇ ଦିନ ପୂର୍ବରୁ ଗୁରୁବାର ଗୋଲାମୁଣ୍ଡା ତହସିଲଦାର ଚନ୍ଦନ କୁମାର ନାୟକ ଓ ତାଙ୍କ ଡ୍ରାଇଭର ପଙ୍କଜ ସିପକା ୧୨ ହଜାର ଟଙ୍କା ଲାଞ୍ଚ ନେଇ ଭିଜିଲାନ୍ସ ଜାଲରେ ପଡ଼ିଥିଲେ। ଜମିର କିସମ ପରିବର୍ତ୍ତନ ଓ ସଂଶୋଧିତ ପଟ୍ଟା ପ୍ରଦାନ ମାମଲାରେ ଏହି ଘଟଣା ଘଟିଥିଲା। ଶୁକ୍ରବାର ଜାମିନ ନ ମିଳିବାରୁ ତହସିଲଦାର ଓ ତାଙ୍କ ଡ୍ରାଇଭର ଜେଲ ଯାଇଥିଲେ।ଲଗାତାର ଦୁଇ ଦିନରେ ଜିଲାର ଦୁଇଟି ସରକାରୀ କାର୍ଯ୍ୟାଳୟର କର୍ମଚାରୀ ଲାଞ୍ଚ ମାମଲାରେ ଭିଜିଲାନ୍ସ ହାତରେ ଧରାପଡ଼ିବା ଘଟଣା ଜିଲାର ଚର୍ଚ୍ଚାର ବିଷୟ ହୋଇଛି।
📲Get App