🔥 TRENDING सूरत में दो बाइक सवार घायल, विवरण अभी... वणधर ग्राम पंचायत में नई सरपंच अलका कं... ବିଦେଶ ଗସ୍ତକୁ ନେଇ ନବୀନଙ୍କ ପ୍ରତିକ୍ରିୟା,... રાજસ્થાનના માઉન્ટ આબુમાં હિમવર્ષા અને... ଆୟୁଷ୍ମାନ ଯୋଜନାରେ ଓଡ଼ିଶାର ନୂଆ ରେକର୍ଡ, ଅ... ଓଡ଼ିଶା ପୋଲିସରେ ୨୬ ହଜାରରୁ ଅଧିକ ପଦବୀ ଖାଲ...
23 Nov 2026•
ગુજરાતી मराठी ਪੰਜਾਬੀ বাংলা
Sarkari Yojana

୮.୯୭ ଲକ୍ଷ ଟଙ୍କାର ବାର୍ଦ୍ଧକ୍ୟ ଭତ୍ତା ହଡ଼ପ କରି ଗିରଫ

✍️ Reporter: Deepak Mahapatra 🗓 23 Nov 2026, 02:56 PM 👁 18
Share: 💬 WhatsApp 📘 Facebook 𝕏 Post
କୋରାପୁଟ ଜିଲ୍ଲାର ଖୁର୍ଜି ଗ୍ରାମ ପଞ୍ଚାୟତର ପୂର୍ବତନ ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ (PEO) ଆଦିତ୍ୟ ଚୋପାଡି ଗିରଫ। ବାର୍ଦ୍ଧକ୍ୟ ଭତ୍ତା ବାବଦ ୮.୯୭ ଲକ୍ଷ ଟଙ୍କା ହେରଫେର ଅଭିଯୋଗରେ ତାଙ୍କୁ ଗିରଫ କରିଛି ଭିଜିଲାନ୍ସ।


ଆଦିତ୍ୟ ଚୋପାଡ଼ି ୮ ଲକ୍ଷ ୯୭ ହଜାର ୫୮୦ ଟଙ୍କା ଆତ୍ମସାତ କରିଥିବା ଅଭିଯୋଗ ହୋଇଛି। ୨୦୨୩-୨୪ ଏବଂ ୨୦୨୪-୨୫ ଆର୍ଥିକ ବର୍ଷ ମଧ୍ୟରେ ଶ୍ରୀ ଚୋପାଡ଼ି ଖୁର୍ଜି ପଞ୍ଚାୟତର ଯୋଗ୍ୟ ହିତାଧିକାରୀଙ୍କ ପାଇଁ ଉଦ୍ଦିଷ୍ଟ ଅର୍ଥରାଶିରୁ ହେରଫେର କରିଥିଲେ।

ଏହି ଘଟଣାରେ, କୋରାପୁଟ ଭିଜିଲାନ୍ସ ଥାନାରେ 'ଦୁର୍ନୀତି ନିବାରଣ ଆଇନ' (Prevention of Corruption Act) ଏବଂ ଭାରତୀୟ ଦଣ୍ଡ ସଂହିତା (IPC)ର ସମ୍ପୃକ୍ତ ଧାରା ଅନୁଯାୟୀ ଏକ ମାମଲା (ନଂ. ୨୭/୨୦୨୬) ରୁଜୁ କରାଯାଇଛି।
📲Get App