🔥 ट्रेंडिंग बारिश के बाद त्रिकुट पहाड़ पर चट्टानों... ପଞ୍ଚୁକ ପାଇଁ ଭୋରରୁ ସ୍ନାନ କରିବାକୁ ନଦୀକୁ... கிருஷ்ணகிரி மாவட்ட ஆட்சியர் அலுவலகத்தி... आदित्य साहू ने देवघर में भाजपा प्रमंडल... ಝಳಕಿ ಗ್ರಾಮದಲ್ಲಿ ಅಗ್ನಿಶಾಮಕ ಕಚೇರಿ ಸ್ಥಾಪನ... पुलिस लाइन पर 6 बजे ब्लैक आउट मॉक ड्रि...
23 नव. 2026•
ગુજરાતી मराठी ਪੰਜਾਬੀ বাংলা
अपराध

କେବେ ଖୋଲିବ ରହସ୍ୟ? କେବଳ ’ଗୁଡ୍ ମର୍ଣ୍ଣିଂ’ ନା ଆଉ କିଛି କଥାବାର୍ତ୍ତା ହୋଇଥିଲା

✍️ रिपोर्टर: Deepak Mahapatra 🗓 23 नव. 2026, 12:58 PM 👁 25
शेयर करें: 💬 WhatsApp 📘 Facebook 𝕏 Post
ଗଞ୍ଜାମ ଜିଲ୍ଲା ପୁରୁଷୋତ୍ତମପୁର ଥାନା ସବ୍‌-ଇନ୍ସପେକ୍ଟର ପ୍ରଭାସିନୀ ସାହୁଙ୍କ ଅନ୍ତିମ ସତ୍କାର ଆଜି ଭୋରରେ ପୁରୀ ସ୍ୱର୍ଗଦ୍ୱାରରେ କରାଯାଇଛି। ପରିବାର ସଦସ୍ୟଙ୍କ ଉପସ୍ଥିତିରେ ଗତକାଲି ସନ୍ଧ୍ୟାରେ ପୁରୁଷୋତ୍ତମପୁର ଥାନା ପରିସରରେ ଥିବା ସରକାରୀ ବାସଭବନରୁ ତାଙ୍କ ମୃତଦେହକୁ ଉଦ୍ଧାର କରାଯାଇ ବ୍ୟବଚ୍ଛେଦ ପାଇଁ ବ୍ରହ୍ମପୁର ଏମକେସିଜି ମେଡିକାଲ କଲେଜ ଓ ହସ୍‌ପିଟାଲକୁ ନିଆଯାଇଥିଲା। ରାତିରେ ଶବ ବ୍ୟବଚ୍ଛେଦ ସଂପନ୍ନ ହୋଇଥିଲା। ଏହା ପରେ ତାଙ୍କ ମୃତଦେହକୁ ପୁରୀ ସ୍ୱର୍ଗଦ୍ୱାର ନେଇ ସତ୍କାର କରାଯାଇଥିଲା।


ପ୍ରଭାସିନୀଙ୍କ ମୃତ୍ୟୁ ନେଇ ତାଙ୍କ ଶ୍ୱଶୁର ଘର ଲୋକେ ମୁହଁ ଖୋଲି ନାହାନ୍ତି। କେବଳ ତାଙ୍କ ଶ୍ୱଶୁର ଏନେଇ ଥାନାରେ ଏତଲା ଦେଇଥିଲେ। ସେହି ଅନୁସାରେ ପୁଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରି ଘଟଣାର ତଦନ୍ତ କରୁଛି।

ଅନ୍ୟପକ୍ଷରେ ଆଜି ପ୍ରଭାସିନୀଙ୍କୁ ବାପା, ଭାଇ ଓ ସଂପର୍କୀୟ ଭଉଣୀ ପୁରୁଷୋତ୍ତମପୁର ଥାନକୁ ଆସିଥିଲେ। ସେମାନେ ପୁରୁଷୋତ୍ତମପୁର ଏସ୍‌ଡିପିଓ ଓ ଥାନା ଅଧିକାରୀଙ୍କ ସହିତ ଆଲୋଚନା କରିଥିଲେ। ସେମାନେ ପ୍ରଭାସିନୀଙ୍କ ଝୁଲନ୍ତା ମୃତଦେହ ମିଳିଥିବା ସରକାରୀ ବାସଭବନକୁ ଯାଇଥିଲେ। ସେଠାରୁ ସେମାନେ ପ୍ରଭାସିନୀଙ୍କର କିଛି ସାମଗ୍ରୀ ନେଇଥିଲେ। କିନ୍ତୁ ସେମାନେ ଏହି ଘଟଣା ନେଇ ଗଣମାଧ୍ୟମରେ କୌଣସି ପ୍ରତିକ୍ରିୟା ରଖି ନଥିଲେ।

ପୁରୁଷୋତ୍ତମପୁର ଏସ୍‌ଡିପିଓ ସୁଜିତ କୁମାର ନାୟକ ଏହି ଘଟଣାର ତଦନ୍ତ କରୁଛନ୍ତି। ପ୍ରଭାସିନୀଙ୍କ ସରକାରୀ ବାସଭବାନରୁ ତାଙ୍କ ମୋବାଇଲ ଫୋନ୍‌, ଲାପଟପ ଓ ଗୋଟିଏ ମେଡିକାଲ ରିପୋର୍ଟ ଜବତ କରାଯାଇଛି। ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ତାଙ୍କ ମୃତ୍ୟୁ କିଭଳି ହେଲା, ତାହା ସ୍ପଷ୍ଟ ହୋଇପାରିବ ବୋଲି ଏସ୍‌ଡିପିଓ କହିଛନ୍ତି। ଏହା ସହିତ ତଦନ୍ତ ପରେ ସବୁ କଥା ସାମ୍ନାକୁ ଆସିବ ବୋଲି ସେ କହିଛନ୍ତି।

ଗଞ୍ଜାମ ଏସ୍‌ପିଙ୍କଠାରୁ ମିଳିଥିବା ସୂଚନା ଅନୁଯାୟୀ, ଗତକାଲି ସକାଳେ ପ୍ରଭାସିନୀ ଓ ତାଙ୍କ ସ୍ୱାମୀଙ୍କ ମଧ୍ୟରେ ହ୍ୱାଟ୍‌ସଆପ୍‌ରେ ମେସେଜ୍ ଦିଆନିଆ ହୋଇଥିଲା। ଏ କଥା ତାଙ୍କ ସ୍ୱାମୀ କହିଛନ୍ତି।

ଏହି ହ୍ୱାଟସ୍‌ଆପ୍ ମେସେଜ ସଂପର୍କରେ ଏସ୍‌ପି ଅଧିକ କିଛି କହି ନାହାନ୍ତି। ତେବେ ପ୍ରଭାସିନୀଙ୍କ ସ୍ୱାମୀ ଗୁଡ୍ ମର୍ଣ୍ଣିଂ ଲେଖି ପଠାଇଥିଲେ ଓ ପ୍ରଭାସିନୀ ଏହାର ଜବାବ ମଧ୍ୟ ଦେଇଥିଲେ। ସେ ବି ଗୁଡ୍ ମର୍ଣ୍ଣିଂ ଲେଖିଥିଲେ। ଗତକାଲି ସକାଳ ୬ଟା ୪୦ରେ ସେମାନଙ୍କ ମଧ୍ୟରେ ହ୍ୱାଟସ୍‌ଆପ୍‌ରେ ମେସେଜ ଦିଆନିଆ ହୋଇଥିଲା। ତେଣୁ ସକାଳ ୬ଟା ୪୦ ପରେ ଯାଇ ଏହି ଅଘଟଣ ଘଟିଥିବା ଜଣାପଡ଼ିଛି।
ଏସ୍‌ପି କହିଛନ୍ତି ଯେ ଶବ ବ୍ୟବଚ୍ଛେଦ ରିପୋର୍ଟକୁ ଅପେକ୍ଷା କରାଯାଇଛି। ପ୍ରଭାସିନୀଙ୍କ ମୋବାଇଲ ଫୋନ୍ ଜବତ କରାଯାଇଛି। ଯାଞ୍ଚ ପାଇଁ ମୋବାଇଲ ଫୋନ୍‌ଟିକୁ ଫୋରେନ୍‌ସିକ୍ ଲାବକୁ ପଠାଯିବ। ସିଡିଆର ପାଇଁ ଆବେଦନ କରାଯାଇଛି। ସିଡିଆର ଆସିଲେ ସେ ଶେଷ ଥର ପାଇଁ କାହା ସହିତ କଥା ହୋଇଥିଲେ, ତାହା ଜଣାପଡ଼ିବ। ଏହା ସହିତ ତାଙ୍କ ବାପାମା, ଶାଶୁଶ୍ୱଶୁର ଓ ଅନ୍ୟ ସଂପର୍କୀୟମାନଙ୍କର ବୟାନ ରେକର୍ଡ କରାଯିବ।

ପ୍ରଭାସିନୀଙ୍କ ଉପରେ କାମର ଚାପ ଥିଲା ବୋଲି ଅଭିଯୋଗ ହେଉଥିବା ବେଳେ ଏସ୍‌ପି ଏହାକୁ ଖଣ୍ଡନ କରିଛନ୍ତି। ତାଙ୍କ ସୂଚନା ଅନୁଯାୟୀ, କାର୍ଯ୍ୟରେ ଯୋଗ ଦେବା ପରେ ପ୍ରଭାସିନୀଙ୍କୁ ୨୦ଟି ମାମଲା ଦିଆଯାଇଥିଲା। ବିଶେଷ କରି ମିସଲାନୀୟସ ମାମଲା ପ୍ରଦାନ କରାଯାଇଥିଲା। ଏଗୁଡ଼ିକରେ ଉଚ୍ଚ ଅଧିକାରୀଙ୍କର କିଛି ଚାପ ନଥାଏ।

ଗତକାଲି ପ୍ରଭାସିନୀଙ୍କ ବଡ଼ ବାପା ଓ ଜେଜେ ମା’ ତାଙ୍କର ମୃତ୍ୟୁ ପାଇଁ ପୁଲିସକୁ ଦାୟୀ କରିଥିବା ବେଳେ ପାରିବାରିକ କାରଣ ବି ଥାଇ ପାରେ ବୋଲି ଆଲୋଚନା ହେଉଛି।

ସୂଚନାଯୋଗ୍ୟ, ଗତ ଏପ୍ରିଲ ମାସରେ ପ୍ରଭାସିନୀଙ୍କର ବିବାହ ହୋଇଥିଲା। ସେ ପୁରୀ ମୈତ୍ରୀ ବିହାର ଅଞ୍ଚଳରେ ବିବାହ କରିଥିଲେ। ତାଙ୍କ ସ୍ୱାମୀଙ୍କ ନାମ ସୁନୀଲ ବେହେରା। ସେ ରେଲବାଇରେ ଚାକିରି କରନ୍ତି।
📲Get App