🔥 TRENDING जनार्दन ने पूर्णिया में जनता दर्शन के... फिरोजाबाद में नाबालिग से दुष्कर्म के आ... Telangana Medical Council Seizes Four... ବାତ୍ୟା ‘ଅକ୍ୱାନ୍' ପରେ ଓଡ଼ିଶାକୁ ବନ୍ୟା ଭୟ... Rahul Gandhi Accused of Contradicting... Hyderabad Food Authority Suspends Lice...
21 Nov 2026•
ગુજરાતી मराठी ਪੰਜਾਬੀ বাংলা
Entertainment

ବାଲିଯାତ୍ରା ପାଇଁ ଟ୍ରାଫିକ୍ କଟକଣା, ନଭେମ୍ବର ୨୪ରୁ ଲାଗୁ ହେବ ନୂଆ ନିୟମ; ଜାଣନ୍ତୁ କେଉଁ ରାସ୍ତାରେ ଗାଡ଼ି ଚଳାଚଳ ମନା

✍️ Reporter: Deepak Mahapatra 🗓 21 Nov 2026, 03:29 PM 👁 18
Share: 💬 WhatsApp 📘 Facebook 𝕏 Post
ଭୁବନେଶ୍ୱର: ଆସୁଛି ବାଲିଯାତ୍ରା। ଏଥିପାଇଁ ଚଳଚଞ୍ଚଳ ହେବ ରାଜଧାନୀର ମଞ୍ଚେଶ୍ୱର ଅଞ୍ଚଳ। ଚଳିତ ନଭେମ୍ବର ୨୪ରୁ ଡିସେମ୍ବର ୩ ତାରିଖ ପର୍ଯ୍ୟନ୍ତ କୁଆଖାଇ ନଦୀପଠାରେ ଆୟୋଜିତ ହେବ ବାଲିଯାତ୍ରା। ଏହି ସମୟରେ ପ୍ରବଳ ଜନସମାଗମ ଓ ଯାନବାହନ ଭିଡ଼କୁ ଦୃଷ୍ଟିରେ ରଖି ଟ୍ରାଫିକ୍ କଟକଣା ଜାରି କରିଛି ଭୁବନେଶ୍ୱର-କଟକ କମିଶନରେଟ୍ ପୋଲିସ।

ପୋଲିସ ପକ୍ଷରୁ ଜାରି ହୋଇଥିବା ଟ୍ରାଫିକ୍ ଆଡଭାଇଜରୀ ଅନୁସାରେ, ଉକ୍ତ ଦିନଗୁଡ଼ିକରେ ଅପରାହ୍ନ ୨ଟାରୁ ଭିଡ଼ ନିୟନ୍ତ୍ରଣ ହେବା ପର୍ଯ୍ୟନ୍ତ ଏହି କଟକଣା ବଳବତ୍ତର ରହିବ। ଯାତାୟାତକୁ ସୁଗମ କରିବା ସହ ଦର୍ଶକଙ୍କ ସୁରକ୍ଷା ଓ ଟ୍ରାଫିକ୍ ନିୟନ୍ତ୍ରଣ ପାଇଁ ରୁଟ୍ ଡାଇଭର୍ସନ୍ ଏବଂ ପାର୍କିଂ ବ୍ୟବସ୍ଥା କରାଯାଇଛି।

କେଉଁ ରାସ୍ତାରେ କ'ଣ ରହିଛି କଟକଣା?

୧. ମଞ୍ଚେଶ୍ୱର ଗଡ଼ା ପଟୁ ଆସୁଥିବା ଗାଡ଼ି: ମଞ୍ଚେଶ୍ୱର ଗଡ଼ା ଦେଇ ବାଲିଯାତ୍ରା ପଡ଼ିଆକୁ ଆସୁଥିବା ଗାଡ଼ିଗୁଡ଼ିକୁ ନିର୍ଦ୍ଦିଷ୍ଟ ପାର୍କିଂ ସ୍ଥାନ ପର୍ଯ୍ୟନ୍ତ ଅନୁମତି ମିଳିବ। ଏହା ପରେ ବାଲିଯାତ୍ରା ପଡ଼ିଆକୁ ଗାଡ଼ି ନେବାକୁ ଅନୁମତି ମିଳିବ ନାହିଁ।

୨. ବରିମୁଣ୍ଡା ଗାଁ ପଟୁ ଆସୁଥିବା ଗାଡ଼ି: ବରିମୁଣ୍ଡା ଗାଁ ପଟୁ ଆସୁଥିବା ଗାଡ଼ିଗୁଡ଼ିକୁ ଜରିପାଟଣା ଗାଁ ନିକଟରେ ଥିବା ବ୍ଲକିଂ ପଏଣ୍ଟ ପରେ ଛଡ଼ାଯିବ ନାହିଁ। ବାଲିଯାତ୍ରା ପଡ଼ିଆ ଓ ଜରିପାଟଣା ଗାଁ ପଡ଼ିଆ ନିକଟରେ ଥିବା ନିର୍ଦ୍ଦିଷ୍ଟ ସ୍ଥାନରେ ଗାଡ଼ି ପାର୍କିଂ କରିବାକୁ ହେବ।

୩. ନନ୍ଦନକାନନ ପଟୁ ଆସୁଥିବା ଗାଡ଼ି: ନନ୍ଦନକାନନ ପଟୁ ଆସୁଥିବା ପର୍ଯ୍ୟଟକ ଗାଡ଼ିଗୁଡ଼ିକୁ ଇଞ୍ଜଣା କେନାଲ ବ୍ରିଜ୍ ନିକଟରୁ ରସୁଲଗଡ଼ / ପଳାଶୁଣି ଆଡ଼କୁ ଡାଇଭର୍ଟ କରାଯିବ। ଏହି ଗାଡ଼ିଗୁଡ଼ିକୁ ବାଲିଯାତ୍ରା ପଡ଼ିଆ ଆଡ଼କୁ ଯିବାକୁ ଅନୁମତି ମିଳିବ ନାହିଁ।

୪. ଭାରୀ ଓ ବାଣିଜ୍ୟିକ ଯାନ ଉପରେ କଟକଣା: ବାଲିଯାତ୍ରା ସମୟରେ ଭିଡ଼କୁ ଦୃଷ୍ଟିରେ ରଖି ମଞ୍ଚେଶ୍ୱର ଗଡ଼ାରୁ ନନ୍ଦନକାନନ ପର୍ଯ୍ୟନ୍ତ କୁଆଖାଇ ନଦୀ ରାସ୍ତାରେ ଭାରୀ ଓ ବାଣିଜ୍ୟିକ ଯାନ ଚଳାଚଳ ଉପରେ ପିକ୍ ଆୱାର୍ସରେ କଟକଣା ଲଗାଯାଇଛି।

ତେବେ ଜରୁରୀକାଳୀନ ସେବାକୁ ଏହି କଟକଣାରୁ ବାଦ୍ ଦିଆଯାଇଛି। ଆମ୍ବୁଲାନ୍ସ, ଦମକଳ, ପୋଲିସ ଗାଡ଼ି ଓ ଅତ୍ୟାବଶ୍ୟକ ସେବାରେ ନିୟୋଜିତ ଯାନଗୁଡ଼ିକୁ ବିନା ବାଧାରେ ଯାତାୟାତ ପାଇଁ ସୁଯୋଗ ଦିଆଯିବ। ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ଛକରେ ଟ୍ରାଫିକ୍ କର୍ମଚାରୀ ମୁତୟନ ରହି ଏହି ଯାନଗୁଡ଼ିକୁ ପ୍ରାଥମିକତା ଦେବେ। ତେଣୁ ବାଲିଯାତ୍ରାକୁ ଯିବାକୁ ଯୋଜନା କରୁଥିବା ଲୋକେ ଟ୍ରାଫିକ୍ ନିୟମ ଓ ପାର୍କିଂ ବ୍ୟବସ୍ଥା ସମ୍ପର୍କରେ ଆଗୁଆ ଜାଣି ରଖିବାକୁ କମିଶନରେଟ୍ ପୋଲିସ ପକ୍ଷରୁ ପରାମର୍ଶ ଦିଆଯାଇଛି।
📲Get App