🔥 TRENDING Fire engulfs two‑storey paint shop bui... Talikote Police Retrieve Rs 75,000 Sto... పశ్చిమగోదావరి జిల్లాలో కూటమి అభ్యర్థి... ਪੈਟਰੋਲ ਪੰਪ ਨੇੜੇ 7 ਟਨ ਗੈਸ ਨਾਲ ਭਰੇ ਟੈਂਕਰ... Beat Guard Santosh Kumar Baiga’s Body... Karnataka CM to Head Japanese Delegati...
21 Nov 2026•
ગુજરાતી मराठी ਪੰਜਾਬੀ বাংলা

ଅସହାୟ ୪ ଶିଶୁଙ୍କୁ ମିଳିବ ଆବାସ ଓ ଉନ୍ନତ ଶିକ୍ଷା ସୁବିଧା, ପ୍ରଶାସନର ତ୍ୱରିତ ପଦକ୍ଷେପ

✍️ Reporter: Sukumar Mandal 🗓 21 Nov 2026, 11:16 AM 👁 11
Share: 💬 WhatsApp 📘 Facebook 𝕏 Post
ମାଲକାନଗିରି, ୨୧ ନଭେମ୍ବର : ମାଲକାନଗିରି ସଦର ମହକୁମାର ତଳସାହିର ସ୍ୱର୍ଗତ ପ୍ରଦୀପ ଚିନାମଙ୍କ ଚାରିଜଣ ଅସହାୟ ସନ୍ତାନଙ୍କ ସହାୟତା ପାଇଁ ପ୍ରଶାସନ ପକ୍ଷରୁ ତ୍ୱରିତ ପଦକ୍ଷେପ ଗ୍ରହଣ କରାଯାଇଛି। ଏହି ଅସହାୟ ଶିଶୁମାନଙ୍କୁ ଆବାସ ଗୃହ, ସୁରକ୍ଷା ଓ ଉନ୍ନତ ଶିକ୍ଷା ଯୋଗାଇଦେବା ଦିଗରେ ପ୍ରଶାସନ ଆଗେଇ ଆସିଛି।

ସୂଚନା ଅନୁଯାୟୀ, ଏହି ଚାରିଜଣ ଶିଶୁଙ୍କ ଦୁରବସ୍ଥା ସମ୍ପର୍କରେ ଜାଣିବା ପରେ ମିରର ଅଫ୍ ମାଲକାନଗିରିର ସଦସ୍ୟ କେ. ଦେଶିରାଜୁ ଆଚାରି ଓ ତାଙ୍କ ଟିମ୍ ପୌରପରିଷଦ ଅଧିକାରୀ ଶ୍ରୀ ରାଜୀବ ନାୟକଙ୍କୁ ଭେଟି ଶିଶୁମାନଙ୍କ ପାଇଁ ଏକ ଆବାସ ଗୃହ ନିର୍ମାଣ କରିବାକୁ ଅନୁରୋଧ କରିଥିଲେ।

ଏହାପରେ ପ୍ରଶାସନ ପକ୍ଷରୁ ତୁରନ୍ତ ପଦକ୍ଷେପ ନିଆଯାଇ ଗତକାଲି ସମ୍ପୃକ୍ତ ଶିଶୁମାନଙ୍କ ଘରକୁ ଅଧିକାରୀମାନେ ଯାଇ ଘରର ସ୍ଥିତି ଅନୁଧ୍ୟାନ କରିଥିଲେ। ଏଥିସହ ସେମାନଙ୍କର ଆବଶ୍ୟକୀୟ କାଗଜପତ୍ର ଯାଞ୍ଚ କରି ଅତିଶୀଘ୍ର ଆବାସ ଗୃହ ଯୋଗାଇଦେବାକୁ ପ୍ରତିଶ୍ରୁତି ଦେଇଛନ୍ତି।

ଅନ୍ୟପକ୍ଷରେ, ଶିଶୁମାନଙ୍କ ସୁରକ୍ଷା ଓ ଯତ୍ନକୁ ଗୁରୁତ୍ୱ ଦେଇ ପ୍ରଶାସନ ପକ୍ଷରୁ ଦୁଇଜଣ ଝିଅଙ୍କୁ ଶିଶୁ ଗୃହରେ ଥଇଥାନ କରିବା ପାଇଁ ପଦକ୍ଷେପ ନିଆଯାଉଛି। ସେହିପରି ଜିଲ୍ଲା ଶିକ୍ଷା ଅଧିକାରୀ ଓ ତାଙ୍କ କର୍ମଚାରୀମାନେ ଚାରିଜଣ ଶିଶୁଙ୍କୁ ଉତ୍ତମ ଶିକ୍ଷା ଯୋଗାଇଦେବା ପାଇଁ ପ୍ରୟାସ ଆରମ୍ଭ କରିଛନ୍ତି।

ଏହି ମାନବିକ ପଦକ୍ଷେପ ପାଇଁ କେ. ଦେଶିରାଜୁ ଆଚାରି ସମସ୍ୟାଟିକୁ ପ୍ରଥମେ ସାମ୍ନାକୁ ଆଣିଥିବା ମିରର ଅଫ୍ ମାଲକାନଗିରିର ସଦସ୍ୟା ଚୁମୁକି ବେହେରାଙ୍କ ସମେତ ଗଣମାଧ୍ୟମ ଓ ସମସ୍ତ ପ୍ରଶାସନିକ ଅଧିକାରୀଙ୍କୁ ଧନ୍ୟବାଦ ଜଣାଇଛନ୍ତି।

ଅସହାୟ ଶିଶୁମାନଙ୍କ ଜୀବନରେ ସୁରକ୍ଷା, ଶିକ୍ଷା ଓ ଉତ୍ତମ ଭବିଷ୍ୟତର ଆଶା ସୃଷ୍ଟି କରିବା ଦିଗରେ ପ୍ରଶାସନର ଏହି ପଦକ୍ଷେପକୁ ସାଧାରଣରେ ସ୍ୱାଗତ କରାଯାଇଛି।
📲Get App