🔥 TRENDING ଢେଙ୍କାନାଳ ପୌରପରିଷଦର ଜଣେ କାଉନସିଲର ନିଖୋଜ... କୂଅରୁ ୧୦ମାସର ଶିଶୁପୁତ୍ରର ମୃତଦେହ ମିଳିବା... फिरोजाबाद के मदनपुर ब्लॉक में तालाब पर... ଦୁଷ୍କର୍ମ ଅଭିଯୁକ୍ତକୁ ପିଟି ପିଟି ମାରିଦେଲେ... ଏହି ଜିଲ୍ଲାରେ ଆସନ୍ତାକାଲି ବି ସ୍କୁଲ,କଲେଜ... Congress Leaders Claim Bias in BCCI’s...
21 Nov 2026•
ગુજરાતી मराठी ਪੰਜਾਬੀ বাংলা
Local

ମହୁମାଛି ଆକ୍ରମଣରେ ବୃଦ୍ଧଙ୍କ ମୃତ୍ୟୁ

✍️ Reporter: Deepak Mahapatra 🗓 21 Nov 2026, 03:14 PM 👁 16
Share: 💬 WhatsApp 📘 Facebook 𝕏 Post
ମହୁମାଛି ଆକ୍ରମଣରେ ଚାଲିଗଲା ଜଣେ ୭୦ ବର୍ଷୀୟ ବୃଦ୍ଧଙ୍କ ଜୀବନ। ଘଟଣା ଘଟିଛି ବଲାଙ୍ଗିର ଜିଲ୍ଲା ମୁରିବାହାଲ ବ୍ଲକ ପତ୍ରାପାଲି ଗାଁରେ। ମୃତକଙ୍କ ନାଁ ପକ୍ଷୀରାଜ ଘିବେଲା।

ସେ ଆଜି ଗାଁ ପୋଖରୀକୁ ଗାଧୋଇବା ପାଇଁ ଯାଇଥିଲେ। ହଠାତ୍ ମହୁମାଛିମାନେ ତାଙ୍କୁ ଆକ୍ରମଣ କରିଥିଲେ। ମହୁମାଛି ତାଙ୍କ କାନରେ ମଧ୍ୟ ପଶିଯାଇଥିଲେ। ଯନ୍ତ୍ରଣାରେ ଚିତ୍କାର କରି ସେ ଗଛ ତଳେ ପଡ଼ିଯାଇଥିଲେ।

ପକ୍ଷୀରାଜଙ୍କ ଚିତ୍କାର ଶୁଣି ସ୍ଥାନୀୟ ଲୋକେ ପହଞ୍ଚି ତାଙ୍କୁ ଉଦ୍ଧାର କରିବା ସହ କାନ ଭିତରୁ ମହୁମାଛି ବାହାର କରିଥିଲେ। ପରେ ପରିବାର ଲୋକେ ଆମ୍ବୁଲାନ୍ସ ଯୋଗେ ତାଙ୍କୁ ଟିଟିଲାଗଡ଼ ଡାକ୍ତରଖାନା ନେଇଥିଲେ। ହେଲେ ସ୍ୱାସ୍ଥ୍ୟାବସ୍ଥା ଅଧିକ ଗୁରୁତର ହେବାରୁ ତାଙ୍କୁ ବଲାଙ୍ଗିର ଭୀମଭୋଇ ମେଡିକାଲ କଲେଜ ଓ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଥିଲା। କିନ୍ତୁ ବଲାଙ୍ଗିର ଆସିବା ବାଟରେ ହିଁ ପକ୍ଷୀରାଜଙ୍କର ମୃତ୍ୟୁ ଘଟିଥିଲା। ପରେ ଭୀମଭୋଇ ମେଡିକାଲ କଲେଜ ଓ ହସ୍ପିଟାଲରେ ଶବ ବ୍ୟବଚ୍ଛେଦ କରାଯାଇ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଥିଲା।

ପୁଲିସ ଘଟଣାର ତଦନ୍ତ କରୁଛି। ମହୁମାଛି ଆକ୍ରମଣରେ ମୃତ୍ୟୁ ହେଲେ ସରକାରୀ ଗାଇଡଲାଇନ ଅନୁସାରେ କ୍ଷତିପୂରଣ ବ୍ୟବସ୍ଥା ନଥିବା ଜିଲ୍ଲା ଜରୁରୀକାଳୀନ ଅଧିକାରୀ ଓ ଡିଏଫଓ କହିଛନ୍ତି। ଅନ୍ୟପକ୍ଷରେ ପକ୍ଷୀରାଜଙ୍କ ପରିବାର ବହୁତ ଗରିବ ହୋଇଥିବାରୁ ସେମାନଙ୍କୁ ରେଡକ୍ରସ ପାଣ୍ଠିରୁ ଆର୍ଥିକ ସହାୟତା ଯୋଗାଇଦେବାକୁ ଦାବି ହୋଇଛି।
📲Get App