🔥 TRENDING बालमटाकळी गावात टँकरद्वारे पाणीपुरवठा... सुरक्षित आहार, हमर अधिकार अभियान: गौरे... ବାତ୍ୟାକୁ ନେଇ ହାଇଆଲର୍ଟରେ ଭୁବନେଶ୍ୱର ଏୟାର... कलेक्टर विजय दयाराम ने 44 प्रतिभागियों... ବାତ୍ୟା ପୂର୍ବରୁ ପୁରୀରେ ଜୋରଦାର ପ୍ରସ୍ତୁତି... कल्याणपुरा ब्लॉक नंबर 2 में खिला कमल,...
20 Nov 2026•
ગુજરાતી मराठी ਪੰਜਾਬੀ বাংলা
Technology

ଅକୱାନ' ପାଇଁ ସୁଦୃଢ଼ କରାଗଲା ଟେଲିକମ୍ ନେଟୱର୍କ, ୬ ଜିଲ୍ଲାରେ ଆକ୍ଟିଭ୍ ହେଲା ଇନଟ୍ରା ସର୍କଲ ରୋମିଂ ବ୍ୟବସ୍ଥା

✍️ Reporter: Deepak Mahapatra 🗓 20 Nov 2026, 02:21 PM 👁 28
Share: 💬 WhatsApp 📘 Facebook 𝕏 Post
ଭୁବନେଶ୍ୱର : ଭୀଷଣ ବାତ୍ୟା 'ଅକୱାନ'କୁ ଦୃଷ୍ଟିରେ ରଖି ଓଡ଼ିଶାର ୬ଟି ଜିଲ୍ଲାରେ ଇନଟ୍ରା ସର୍କଲ ରୋମିଂ (ICR) ବ୍ୟବସ୍ଥା ଲାଗୁ କରିବାକୁ କେନ୍ଦ୍ର ଟେଲିକମ୍ ବିଭାଗ ନିର୍ଦ୍ଦେଶ ଦେଇଛି। ଖରାପ ପାଗ ଯୋଗୁଁ ମୋବାଇଲ୍ ନେଟୱର୍କ ପ୍ରଭାବିତ ହେବାର ଆଶଙ୍କା ରହିଥିବାରୁ ଲୋକଙ୍କୁ ନିରବଚ୍ଛିନ୍ନ ଯୋଗାଯୋଗ ସୁବିଧା ଯୋଗାଇଦେବା ପାଇଁ ଏହି ପଦକ୍ଷେପ ନିଆଯାଇଛି। ଏହି ସେବା ୬ଟି ଜିଲ୍ଲା ଗଞ୍ଜାମ, ଗଜପତି, ପୁରୀ, ଖୋର୍ଦ୍ଧା, ଜଗତସିଂହପୁର ଏବଂ କେନ୍ଦ୍ରାପଡ଼ା ଲାଗୁ ହୋଇଛି ।

ଆଜି ରାତି ୧୧ଟା ୫୯ ମିନିଟ୍ ୫୯ ସେକେଣ୍ଡରୁ ଆସନ୍ତାକାଲି ରାତି ୧୧ଟା ୫୯ ମିନିଟ୍ ୫୯ ସେକେଣ୍ଡ ପର୍ଯ୍ୟନ୍ତ କିମ୍ବା ପରବର୍ତ୍ତୀ ନିର୍ଦ୍ଦେଶ ପର୍ଯ୍ୟନ୍ତ ଏହା କାର୍ଯ୍ୟକାରୀ ହେବ। Airtel, BSNL, Reliance Jio ଏବଂ Vodafone Idea (Vi) ଉପଭୋକ୍ତାମାନେ ଏହି ସୁବିଧା ପାଇପାରିବେ।

ଯଦି ବାତ୍ୟା ଯୋଗୁଁ ଆପଣ ବ୍ୟବହାର କରୁଥିବା ସିମ୍ କାର୍ଡର ନିଜସ୍ୱ ନେଟୱର୍କ ଅଚଳ ହୋଇଯାଏ, ତେବେ ଆପଣଙ୍କ ମୋବାଇଲ୍ ସେହି ଅଞ୍ଚଳରେ ଉପଲବ୍ଧ ଥିବା ଅନ୍ୟ ଯେକୌଣସି ଟେଲିକମ୍ କମ୍ପାନୀର ନେଟୱର୍କ ସହ ସ୍ୱୟଂଚାଳିତ ଭାବେ ବା ମାନୁଆଲି ସଂଯୁକ୍ତ ହୋଇପାରିବ।

ସେହିପରି ଓଡ଼ିଶା ବାହାରୁ ଆସି ଏହି ୬ଟି ଜିଲ୍ଲାରେ ଥିବା ମୋବାଇଲ୍ ଉପଭୋକ୍ତା ମାନେ ମଧ୍ୟ ଜରୁରୀକାଳୀନ ପରିସ୍ଥିତିରେ ଏହି ସେବାର ଉପଲବ୍ଧି ପାଇପାରିବେ।
📲Get App