शिक्षा
ଆଉ ଏକ ଜିଲ୍ଲାରେ ଆସନ୍ତାକାଲି ସ୍କୁଲ,କଲେଜ ଛୁଟି; କୋଚିଂ ଓ ଟ୍ୟୁସନ୍ ସେଣ୍ଟର ବି ବନ୍ଦ ରହିବ
ବାତ୍ୟା ଅକୱାନ ଯୋଗୁ ପ୍ରବଳ ବର୍ଷା ଓ ପ୍ରତିକୂଳ ପାଗକୁ ଦୃଷ୍ଟିରେ ରଖି ଛାତ୍ରଛାତ୍ରୀଙ୍କ ସୁରକ୍ଷା ପାଇଁ ଆସନ୍ତାକାଲି ଭଦ୍ରକ ଜିଲ୍ଲାର ସମସ୍ତ ଶିକ୍ଷାନୁଷ୍ଠାନଗୁଡ଼ିକୁ ଛୁଟି ଘୋଷଣା କରିଛନ୍ତି ଜିଲ୍ଲାପାଳ।
ଆସନ୍ତାକାଲି ଜିଲ୍ଲାର ସମସ୍ତ ଅଙ୍ଗନବାଡ଼ି କେନ୍ଦ୍ର, ପ୍ରାଥମିକ, ମାଧ୍ୟମିକ ଓ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ, ଡିଗ୍ରୀ କଲେଜ୍, ଘରୋଇ ଶିକ୍ଷାନୁଷ୍ଠାନ, କୋଚିଂ ଓ ଟ୍ୟୁସନ୍ ସେଣ୍ଟର, କେନ୍ଦ୍ରୀୟ ବିଦ୍ୟାଳୟ (KV), ଜବାହର ନବୋଦୟ ବିଦ୍ୟାଳୟ (JNV) ଏବଂ ଓଡ଼ିଶା ଆଦର୍ଶ ବିଦ୍ୟାଳୟ (OAV)ଗୁଡ଼ିକ ବନ୍ଦ ରହିବ।
ଭଦ୍ରକ ଜିଲ୍ଲାକୁ ଆଜିଠାରୁ ୨୧ ତାରିଖ ସକାଳ ସାଢ଼େ ୮ଟା ପର୍ଯ୍ୟନ୍ତ ପ୍ରବଳରୁ ଅତି ପ୍ରବଳ ବର୍ଷା ସମ୍ଭାବନା ନେଇ ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଥିବା ବେଳେ ୨୧ ତାରିଖ ସକାଳ ସାଢ଼େ ୮ଟାରୁ ୨୨ ତାରିଖ ସକାଳ ସାଢ଼େ ୮ଟା ପର୍ଯ୍ୟନ୍ତ କିଛି ସ୍ଥାନରେ ପ୍ରବଳ ବର୍ଷା ହେବାର ସମ୍ଭାବନା ଥିବାରୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି।
ବାତ୍ୟା ପ୍ରଭାବରେ ପ୍ରବଳ ବର୍ଷା ସହିତ ପବନ ହେବାର ସମ୍ଭାବନା ଥିବାରୁ ଗତକାଲିଠାରୁ ରାଜ୍ୟର ୧୧ ଜିଲ୍ଲାରେ ଶିକ୍ଷାନୁଷ୍ଠାନଗୁଡ଼ିକୁ ଛୁଟି ଘୋଷଣା କରାଯାଇଥିଲା। ଗଂଜାମ, ଗଜପତି, ପୁରୀ, ଖୋର୍ଦ୍ଧା, ଜଗତସିଂହପୁର, କେନ୍ଦ୍ରାପଡ଼ା, କନ୍ଧମାଳ, ମାଲକାନଗିରି, କୋରାପୁଟ, ନୟାଗଡ଼ ଓ ରାୟଗଡ଼ାରେ ସ୍କୁଲ୍ ଛୁଟି ଘୋଷଣା କରାଯାଇଛି। ଖୋର୍ଦ୍ଧା, ନୟାଗଡ଼, ମାଲକାନଗିରି, ରାୟଗଡ଼ା ଓ କୋରାପୁଟ ଭଳି ଜିଲ୍ଲାରେ ଆଜି ଓ ଆସନ୍ତାକାଲି ସ୍କୁଲ ଛୁଟି କରାଯାଇଥିବା ବେଳେ ଅନ୍ୟଗୁଡ଼ିକରେ ୨୧ ତାରିଖ ପର୍ଯ୍ୟନ୍ତ ଛୁଟି ଘୋଷଣା କରାଯାଇଛି। ଗଞ୍ଜାମ ଜିଲ୍ଲାରେ ସମସ୍ତ ଶିକ୍ଷାନୁଷ୍ଠାନକୁ ବନ୍ଦ ଘୋଷଣା କରାଯାଇଛି।
ବାତ୍ୟା ‘ଅକୱାନ’ ବାରମ୍ବାର ଦିଗ ବଦଳାଉଥିବା ବେଳେ ଏହା ଗୋପାଳପୁର ନିକଟରେ ଲ୍ୟାଣ୍ଡଫଲ୍ କରିବ ବୋଲି ଆକଳନ କରାଯାଇଛି। ବାତ୍ୟା ଅକ୍ୱାନ୍ ପ୍ରଭାବ ନେଇ ଭାରତୀୟ ପାଣିପାଗ ବିଭାଗ (IMD) ଡିଜି ମୃତ୍ୟୁଞ୍ଜୟ ମହାପାତ୍ର କହିଛନ୍ତି ଯେ ଆଜି ଉପକୂଳବର୍ତ୍ତୀ ଜିଲ୍ଲାମାନଙ୍କରେ ଅତ୍ୟନ୍ତ ପ୍ରବଳ ବର୍ଷିପାରେ। ଅର୍ଥାତ୍ କିଛି ସ୍ଥାନରେ ୨୦ରୁ ୩୦ ସେମି ପର୍ଯ୍ୟନ୍ତ ବର୍ଷା ସମ୍ଭାବନା ରହିଛି। ସେଥିପାଇଁ କିଛି ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ ଜାରି କରାଯାଇଛି। ଅର୍ଣ୍ଣବ ତୁଳନାରେ କମ୍ ବର୍ଷା ହୋଇପାରେ, ମାତ୍ର ପ୍ରସ୍ତୁତି ଦରକାର। କିଛି ସ୍ଥାନରେ ଫ୍ଲାସ୍ ପ୍ଲଡ୍ ଓ ଭୂସ୍ଖଳନର ବି ଆଶଙ୍କା ରହିଛି। ରାତିକୁ ଉପକୂଳ ଓଡ଼ିଶାରେ ୬୦ରୁ ୭୦ କିମି ପବନ ବହିବ। ଆସନ୍ତାକାଲି ଅପରାହ୍ନରେ ବାତ୍ୟା ଗୋପାଳପୁର ପାଖରେ ଲ୍ୟାଣ୍ଡ୍ଫଲ୍ ହେବ। ଲ୍ୟାଣ୍ଡଫଲ୍ ପରେ ଅକୱାନ ଦ୍ରୁତଗତିରେ ଦୁର୍ବଳ ହୋଇପାରେ। ଲ୍ୟାଣ୍ଡଫଲ ବେଳେ ପବନର ବେଗ ଘଣ୍ଟା ପ୍ରତି ୭୦ରୁ ୮୦ କିମି ଓ ଝଟକା ପବନର ବେଗ ୯୦ କିମି ରହିପାରେ। କାଲି ଅପରାହ୍ନ ପର୍ଯ୍ୟନ୍ତ ବର୍ଷା ଓ ପବନର ପ୍ରଭାବ ରହିବ।