🔥 TRENDING Man beaten and tied to tree in Chhatar... માધુપુર બંદર: નાન માછીમારીની હોરીને મો... Wolf Attack Injures Five in Ragda Vill... इंदौर नगर निगम के 4 साल पूरे: कांग्रेस... काली साड़ी और काले चश्मे में जुझारू आं... भारत- जापान रक्षा संवाद में सहमति; इंद...
20 Nov 2026•
ગુજરાતી मराठी ਪੰਜਾਬੀ বাংলা
Weather

ଆଜି ରାତିରୁ ଉପକୂଳ ସହ ଦକ୍ଷିଣ ଓଡ଼ିଶାରେ ବଢ଼ିବ ବର୍ଷା, ଖୋର୍ଦ୍ଧାରେ ୭୦ କିମି ବେଗରେ ବହିବ ପବନ

✍️ Reporter: Deepak Mahapatra 🗓 20 Nov 2026, 04:24 PM 👁 24
Share: 💬 WhatsApp 📘 Facebook 𝕏 Post
ଭୁବନେଶ୍ୱର: ବାତ୍ୟା ‘ଅକଭାନ’କୁ ନେଇ ରାଜ୍ୟରେ ବଢ଼ିଛି ଚିନ୍ତା। ସମ୍ଭାବ୍ୟ ବାତ୍ୟାର ପ୍ରଭାବରେ ଆଜି ରାତିଠାରୁ ଉପକୂଳବର୍ତ୍ତୀ ଜିଲ୍ଲା ସମେତ ଦକ୍ଷିଣ ଓଡ଼ିଶାରେ ବର୍ଷାର ପରିମାଣ ଓ ବିସ୍ତୃତି ବଢ଼ିବା ଆଶଙ୍କା ରହିଛି। ଏଥିସହ କିଛି ଜିଲ୍ଲାରେ ପବନର ବେଗ ମଧ୍ୟ ବଢ଼ିପାରେ। ବାତ୍ୟାର ଗତି ଓ ସ୍ଥିତି ଉପରେ ନଜର ରଖିବା ସହ ପାଣିପାଗ ବିଭାଗ ପକ୍ଷରୁ ଜାରି ହୋଇଛି ସତର୍କ ସୂଚନା।

ସନ୍ଧ୍ୟା ୬ଟା ସୁଦ୍ଧା ବାତ୍ୟା ‘ଅକ୍ୱାନ’ ଗୋପାଳପୁରଠାରୁ ପ୍ରାୟ ୪୧୦ କିଲୋମିଟର ଏବଂ ପୁରୀଠାରୁ ୪୭୦ କିଲୋମିଟର ଦକ୍ଷିଣରେ ରହିଥିଲା। ଗତ ୬ ଘଣ୍ଟା ଧରି ଏହା ଘଣ୍ଟାପ୍ରତି ପ୍ରାୟ ୧୩ କିଲୋମିଟର ବେଗରେ ଉତ୍ତର ଦିଗକୁ ଗତି କରୁଛି। ପାଣିପାଗ ବିଭାଗର ଆକଳନ ଅନୁସାରେ, ଆସନ୍ତାକାଲି ମଧ୍ୟାହ୍ନ ସୁଦ୍ଧା ବାତ୍ୟା ସ୍ଥଳଭାଗ ଅତିକ୍ରମ କରିପାରେ।

ସ୍ଥଳଭାଗ ଛୁଇଁବା ସମୟରେ ବାତ୍ୟାର ତୀବ୍ରତା ଭୀଷଣ ରୂପ ନେବା ଆଶଙ୍କା ରହିଛି। ସେହି ସମୟରେ ପବନର ବେଗ ଘଣ୍ଟାପ୍ରତି ୯୦ରୁ ୧୦୦ କିଲୋମିଟର ରହିପାରେ। ଏହାର ପ୍ରଭାବରେ ରାଜ୍ୟର ବିଭିନ୍ନ ଅଞ୍ଚଳରେ ବର୍ଷା ସହ ପବନର ତୀବ୍ରତା ବଢ଼ିବା ସମ୍ଭାବନା ରହିଛି।

ବିଶେଷ କରି ଖୋର୍ଦ୍ଧା ଜିଲ୍ଲାରେ ଘଣ୍ଟାପ୍ରତି ୬୦ରୁ ୭୦ କିଲୋମିଟର ବେଗରେ ପବନ ବହିପାରେ। ଝଟକା ପବନର ବେଗ ୮୦ କିଲୋମିଟର ପର୍ଯ୍ୟନ୍ତ ପହଞ୍ଚିବା ଆଶଙ୍କା ରହିଛି। ଖୋର୍ଦ୍ଧା ତୁଳନାରେ କଟକରେ ପବନର ବେଗ କମ୍ ରହିବା ସହ ବର୍ଷାର ପ୍ରଭାବ ଅଧିକ ରହିପାରେ।

ଆଜି ଓ ଆସନ୍ତାକାଲି ପାଇଁ ଗଞ୍ଜାମ, ଗଜପତି, କନ୍ଧମାଳ, ପୁରୀ, ଜଗତସିଂହପୁର ଓ କେନ୍ଦ୍ରାପଡ଼ା ଜିଲ୍ଲାକୁ ରେଡ୍ ଆଲର୍ଟ ଜାରି କରାଯାଇଛି। ଏହି ଜିଲ୍ଲାଗୁଡ଼ିକରେ ବାତ୍ୟାଜନିତ ପାଣିପାଗ ପରିସ୍ଥିତି ଉପରେ ପ୍ରଶାସନ ଓ ସାଧାରଣ ଲୋକଙ୍କୁ ସତର୍କ ରହିବାକୁ ପଡ଼ିବ।

ଏନେଇ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ନିର୍ଦ୍ଦେଶିକା ମନୋରମା ମହାନ୍ତି କହିଛନ୍ତି ଯେ, ଆଜି ରାତିଠାରୁ ଉପକୂଳବର୍ତ୍ତୀ ଜିଲ୍ଲା ସହ ଦକ୍ଷିଣ ଓଡ଼ିଶାରେ ବର୍ଷାର ପ୍ରଭାବ ବଢ଼ିବ। ଖୋର୍ଦ୍ଧାରେ ପବନର ବେଗ ଅଧିକ ରହିବା ସମ୍ଭାବନା ଥିବାବେଳେ କଟକରେ ପବନର ବେଗ ତୁଳନାତ୍ମକ ଭାବେ କମ୍ ରହିବ। ତେଣୁ ବାତ୍ୟାର ଗତିପଥ ଓ ପାଣିପାଗର ପରିବର୍ତ୍ତନ ଉପରେ ସମସ୍ତଙ୍କ ନଜର ରହିଛି।
📲Get App