🔥 ट्रेंडिंग आईपीएल में उभरे छत्तीसगढ़ के युवा बैटर... गोल्डी ब्रार अपडेट: न्यूज़18 पंजाब 8 ब... दिल्ली में 20 नवंबर को सुबह धुंध, तापम... एएपी ने बीजेडपी पर पंजाब के किसानों को... असम के हाई स्कूल 2027 परीक्षा 12 मार्च... रेलवे पुलिस ने लुमडिंग स्टेशन पर 25 कि...
20 नव. 2026•
ગુજરાતી मराठी ਪੰਜਾਬੀ বাংলা

ବିଦ୍ୟୁତ୍ ସର୍ଟ ସର୍କିଟ୍‌ରୁ ଘରେ ଅଗ୍ନିକାଣ୍ଡ, କ୍ଷତିଗ୍ରସ୍ତ ପରିବାରକୁ ଭେଟିଲେ ବିଜେପି ନେତା

✍️ रिपोर्टर: Sukumar Mandal 🗓 20 नव. 2026, 08:59 AM 👁 24
शेयर करें: 💬 WhatsApp 📘 Facebook 𝕏 Post
ମାଲକାନଗିରି: ମାଲକାନଗିରି ଜିଲ୍ଲା ମାଲାଭରମ ମଣ୍ଡଳ ଅନ୍ତର୍ଗତ ପଶୁଗୁଡ଼ା ପଞ୍ଚାୟତର ଏମ୍‌ଭି-୧୩୧ ଗ୍ରାମରେ ବିଦ୍ୟୁତ୍ ସର୍ଟ ସର୍କିଟ୍‌ ଯୋଗୁଁ ଏକ ଘରେ ଅଗ୍ନିକାଣ୍ଡ ଘଟି ବ୍ୟାପକ କ୍ଷୟକ୍ଷତି ହୋଇଛି। ଏଥିରେ ବିକାଶ ବାଛାରଙ୍କ ଘରେ ଥିବା ସମସ୍ତ ଆସବାବପତ୍ର ଓ ଘରୋଇ ସାମଗ୍ରୀ ପୋଡ଼ି ନଷ୍ଟ ହୋଇଥିବା ଜଣାପଡ଼ିଛି।

ଏହି ଦୁଃଖଦ ଘଟଣା ସମ୍ପର୍କରେ ଖବର ପାଇ ଗତକାଲି ଭାରତୀୟ ଜନତା ପାର୍ଟିର ମାଲାଭରମ ମଣ୍ଡଳ ପକ୍ଷରୁ ଏକ ପ୍ରତିନିଧି ଦଳ ଘଟଣାସ୍ଥଳରେ ପହଞ୍ଚି କ୍ଷତିଗ୍ରସ୍ତ ପରିବାରକୁ ଭେଟିଥିଲେ। ପରିବାରର ସଦସ୍ୟମାନଙ୍କ ସହ ଆଲୋଚନା କରି ସେମାନଙ୍କ ଦୁଃଖ ଓ ସମସ୍ୟା ବୁଝିବା ସହିତ ସମବେଦନା ଜଣାଇଥିଲେ।

ଏହି ଅବସରରେ ରେଭେନ୍ୟୁ ଇନ୍ସପେକ୍ଟର ଦିନେଶ ବିଶ୍ୱାସ ଏବଂ ବିଦ୍ୟୁତ୍ ବିଭାଗର ଅଧିକାରୀ ସ୍ୱରୂପ ପାଣିଗ୍ରାହୀଙ୍କ ସହ ବିଜେପି ପ୍ରତିନିଧିମାନେ ଆଲୋଚନା କରିଥିଲେ। କ୍ଷତିଗ୍ରସ୍ତ ପରିବାରକୁ ଯଥାଶୀଘ୍ର ସରକାରୀ ସହାୟତା ଓ ଆବଶ୍ୟକୀୟ ସୁବିଧା ଯୋଗାଇଦେବା ସହ କ୍ଷୟକ୍ଷତିର ଆକଳନ କରିବା ଦିଗରେ ପଦକ୍ଷେପ ନେବାକୁ ଆଲୋଚନା ହୋଇଥିଲା।

ଏହି ସମୟରେ କୃଷକ ମୋର୍ଚ୍ଚା ସଭାପତି କୌଶିକ ହାଲଦାର, ମଣ୍ଡଳ ସମ୍ପାଦକ ଜ୍ୟୋତି ହାଲଦାର, ମଣ୍ଡଳ ସାଧାରଣ ସମ୍ପାଦକ ବିଜୟ ମଣ୍ଡଳ, ଶକ୍ତିକେନ୍ଦ୍ର ପ୍ରମୁଖ ଶ୍ୟାମଲ ବେପାରୀ ଏବଂ ମାଲାଭରମ ମଣ୍ଡଳ ସଭାପତି ଜୟନ୍ତ କୁମାର ମଜୁମଦାର ଉପସ୍ଥିତ ଥିଲେ।

ବିପଦ ସମୟରେ ପ୍ରଭାବିତ ପରିବାରଙ୍କ ପାଖରେ ଠିଆ ହୋଇ ସେମାନଙ୍କୁ ସମ୍ଭାବ୍ୟ ସମସ୍ତ ସହଯୋଗ ଯୋଗାଇଦେବା ହିଁ ଦଳର ପ୍ରାଥମିକ କର୍ତ୍ତବ୍ୟ ବୋଲି ବିଜେପି ମଣ୍ଡଳ ପକ୍ଷରୁ କୁହାଯାଇଛି।
📲Get App