🔥 ट्रेंडिंग राजस्थान पंचायत चुनाव में कांग्रेस ने... वर्षा तुरकर हत्येत धक्कादायक खुलासा: प... ਰਾਜ ਕੁੰਦਰਾ ਦੀ ਫ਼ਿਲਮ ਦੇ ਦਾਅਵਿਆਂ 'ਤੇ ਸ੍ਰ... શામળાજી ઓડ ગામમાં 2.61 લાખનું વિદેશી દ... चारामा में जान से मारने की धमकी देकर द... બેહરામપુરા થી પાટણ સુધી માતાજીનો રથ પગ...
20 नव. 2026•
ગુજરાતી मराठी ਪੰਜਾਬੀ বাংলা
यात्रा

ଗଞ୍ଜାମରେ ବସ୍ ଚଳାଚଳ ବନ୍ଦ

✍️ रिपोर्टर: Deepak Mahapatra 🗓 20 नव. 2026, 01:05 PM 👁 23
शेयर करें: 💬 WhatsApp 📘 Facebook 𝕏 Post
ବାତ୍ୟାକୁ ଦୃଷ୍ଟିରେ ରଖି ଆଜି ଗଞ୍ଜାମ ଜିଲ୍ଲାରେ ସମସ୍ତ ଅଞ୍ଚଳକୁ ବସ୍ ଚଳାଚଳକୁ ବନ୍ଦ କରାଯାଇଛି। ଏନେଇ ଗଞ୍ଜାମ ଆରଟିଓ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି। ସମସ୍ତ ସରକାରୀ ଓ ବେସରକାରୀ ବସ୍ ଗୁଡିକୁ ଚଳାଚଳ ବନ୍ଦ ରଖିବାକୁ କୁହାଯାଇଛି।

ଅନ୍ୟପକ୍ଷରେ ସାମୁଦ୍ରିକ ଝଡ଼ 'ଅକୱାନ'ର ଲ୍ୟାଣ୍ଡଫଲ୍ ପ୍ରକ୍ରିୟା ଆରମ୍ଭ ହୋଇସାରିଛି। ଗୋପାଳପୁର ନିକଟରେ ଆରମ୍ଭ ହୋଇଛି ଲ୍ୟାଣ୍ଡଫଲ୍ ପ୍ରକ୍ରିୟା। ଏହା ଶେଷ ହେବାକୁ ଆହୁରି ୫ ଘଣ୍ଟା ଲାଗିପାରେ। ଦିନ ୧୨ଟା ସୁଦ୍ଧା ଶେଷ ହୋଇପାରେ ଲ୍ୟାଣ୍ଡଫଲ୍ ପ୍ରକ୍ରିୟା।

ବାତ୍ୟା ଗତ ୬ ଘଣ୍ଟାରେ ଘଣ୍ଟା ପ୍ରତି ୨୧ କିମି ବେଗରେ ଗତି କରୁଛି। ଏବେ ଏହା ଗୋପାଳପୁର ଠାରୁ ୧୩୦ କିମି ଦୂରରେ ଥିବା ବେଳେ ପୁରୀ ଠାରୁ ୨୫୦ କିମି ଦୂରରେ ରହିଛି। ଏହାର କେନ୍ଦ୍ରସ୍ଥଳ ସ୍ଥଳଭାଗ ଛୁଇଁଲା ବେଳେ ପବନର ବେଗ ଘଣ୍ଟାପ୍ରତି ୭୦ ରୁ ୮୦ କିମି ରହିପାରେ। ସେହିପରି ଝଟକା ପବନର ବେଗ ଘଣ୍ଟାପ୍ରତି ୯୦ କିମି ରହିପାରେ।

ଗତ କାଲି ସକାଳ ୮ଟା ୩୦ ରୁ ଆଜି ଭୋର ୪ଟା ୩୦ମଧ୍ୟରେ ଗୋପାଳପୁରରେ ୧୬୬ମିମି ବର୍ଷା ହୋଇଥିବା ବେଳେ ଚାନ୍ଦବାଲିରେ ୯୦ମିମି, ପାରାଦୀପରେ ୮୪ମିମି ଓ ପୁରୀରେ ୭୩ମିମି ବର୍ଷା ହୋଇଛି। ଆସନ୍ତା ଦୁଇ ଦିନ ଧରି ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି।
📲Get App