🔥 TRENDING चारामा में जान से मारने की धमकी देकर द... બેહરામપુરા થી પાટણ સુધી માતાજીનો રથ પગ... ସ୍କୁଲରୁ ୧୫ କ୍ୱିଣ୍ଟାଲ ଚାଉଳ, ଗ୍ୟାସ୍ ଟାଙ୍... ભાવનગર–સોમનાથ હાઈવે પર વધુ એક ગમખ્વાર... ਕਪਿਲ ਸ਼ਰਮਾ ਸ਼ੋਅ 'ਚ ਨਜ਼ਰ ਆਉਣਗੇ ਕੇਂਦਰੀ ਮ... ट्रक की टक्कर से बाइक सवार अधेड़ की मौ...
20 Nov 2026•
ગુજરાતી मराठी ਪੰਜਾਬੀ বাংলা
Weather

ବାତ୍ୟାର ଲ୍ୟାଣ୍ଡଫଲ୍ ପ୍ରକ୍ରିୟା ଆରମ୍ଭ ହୋଇସାରିଛି

✍️ Reporter: Deepak Mahapatra 🗓 20 Nov 2026, 01:06 PM 👁 27
Share: 💬 WhatsApp 📘 Facebook 𝕏 Post
ସାମୁଦ୍ରିକ ଝଡ଼ 'ଅକୱାନ'ର ଲ୍ୟାଣ୍ଡଫଲ୍ ପ୍ରକ୍ରିୟା ଆରମ୍ଭ ହୋଇସାରିଛି। ଗୋପାଳପୁର ନିକଟରେ ଆରମ୍ଭ ହୋଇଛି ଲ୍ୟାଣ୍ଡଫଲ୍ ପ୍ରକ୍ରିୟା। ଏହା ଶେଷ ହେବାକୁ ଆହୁରି ୫ ଘଣ୍ଟା ଲାଗିପାରେ। ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ନିର୍ଦ୍ଦେଶିକା ମନୋରମା ମହାନ୍ତି ଏହି ସୂଚନା ଦେଇଛନ୍ତି।

ସେ କହିଛନ୍ତି ଯେ ବାତ୍ୟାର ଲ୍ୟାଣ୍ଡ ଇନଟରାକ୍ସନ ପ୍ରୋସେସ ଆରମ୍ଭ ହୋଇସାରିଛି। ବାତ୍ୟାର ଆଉଟର ଲେୟରରେ ରହିଥିବା କ୍ଲାଉଡ୍ ସ୍ଥଳଭାଗ ଛୁଇଁ ସାରିଛି। କିନ୍ତୁ ବାତ୍ୟାର କେନ୍ଦ୍ରସ୍ଥଳ ଏବେ ବି ସମୁଦ୍ର ଉପରେ ରହିଛି। ଲ୍ୟାଣ୍ଡଫଲ୍ ପ୍ରକ୍ରିୟା ଶେଷ ହେବାକୁ ଲମ୍ବା ସମୟ ଲାଗିପାରେ। ଦିନ ୧୨ଟା ସୁଦ୍ଧା ଶେଷ ହୋଇପାରେ ଲ୍ୟାଣ୍ଡଫଲ୍ ପ୍ରକ୍ରିୟା।

ପାଣିପାଗ ବିଭାଗର ସୂଚନା ଅନୁସାରେ ଦୁର୍ବଳ ହୋଇ ଭୀଷଣ ବାତ୍ୟାରୁ ବାତ୍ୟାରେ ପରିଣତ ହୋଇଛି ଅକ୍‌ୱାନ୍। ସ୍ଥଳଭାଗ ଛୁଇଁବା ପରେ ଏହା ଦ୍ରୁତ ଗତିରେ ଦୁର୍ବଳ ହୋଇପାରେ।

ପାଣିପାଗ ବିଭାଗର ସୂଚନା ଅନୁଯାୟୀ, ବାତ୍ୟା ଗତ ୬ ଘଣ୍ଟାରେ ଘଣ୍ଟା ପ୍ରତି ୨୧ କିମି ବେଗରେ ଗତି କରୁଛି। ଏବେ ଏହା ଗୋପାଳପୁର ଠାରୁ ୧୩୦ କିମି ଦୂରରେ ଥିବା ବେଳେ ପୁରୀ ଠାରୁ ୨୦୦ କିମି ଦୂରରେ ରହିଛି। ଏହାର କେନ୍ଦ୍ରସ୍ଥଳ ସ୍ଥଳଭାଗ ଛୁଇଁଲା ବେଳେ ପବନର ବେଗ ଘଣ୍ଟାପ୍ରତି ୭୦ ରୁ ୮୦ କିମି ରହିପାରେ। ସେହିପରି ଝଟକା ପବନର ବେଗ ଘଣ୍ଟାପ୍ରତି ୯୦ କିମି ରହିପାରେ।

ଗତ କାଲି ସକାଳ ୮ଟା ୩୦ ରୁ ଆଜି ଭୋର ୪ଟା ୩୦ମଧ୍ୟରେ ଗୋପାଳପୁରରେ ୧୬୬ମିମି ବର୍ଷା ହୋଇଥିବା ବେଳେ ଚାନ୍ଦବାଲିରେ ୯୦ମିମି, ପାରାଦୀପରେ ୮୪ମିମି ଓ ପୁରୀରେ ୭୩ମିମି ବର୍ଷା ହୋଇଛି। ଆସନ୍ତା ଦୁଇ ଦିନ ଧରି ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ଗଞ୍ଜାମ, ପୁରୀ, ଖୋର୍ଦ୍ଧା, ନୟାଗଡ଼, ଯାଜପୁର, ଭଦ୍ରକ, କେନ୍ଦ୍ରାପଡ଼ା, ଜଗତସିଂହପୁର, ଗଜପତି, କୋରାପୁଟ ଓ ମାଲକାନଗିରି ଜିଲ୍ଲାରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି।
📲Get App