🔥 ट्रेंडिंग सकरी पुलिस ने अवैध शराब के धंधे में 50... कालड़ी से केदारनाथ तक निकलेगी 50 हजार... रामगढ़ में 20 नवंबर को आदि गौड़ ब्राह्... जिला परिषद और पंचायत समिति सदस्यों की... पेयजल समस्या से त्रस्त मोहल्ले वासियों... आंवले के पेड ़ का पूजन किया कथा सुनी,...
19 नव. 2026•
ગુજરાતી मराठी ਪੰਜਾਬੀ বাংলা
शिक्षा

ବାତ୍ୟା ଆଲର୍ଟ: ରାଜ୍ୟର ୮ ଜିଲ୍ଲାରେ ସ୍କୁଲ୍‌, କଲେଜ ଛୁଟି ଘୋଷଣା, ୨୨ ଯାଏଁ ସରକାରୀ କର୍ମଚାରୀଙ୍କ ଛୁଟି ବାତିଲ୍

✍️ रिपोर्टर: Deepak Mahapatra 🗓 19 नव. 2026, 12:01 PM 👁 16
शेयर करें: 💬 WhatsApp 📘 Facebook 𝕏 Post
ଭୁବନେଶ୍ୱର: ସାମୁଦ୍ରିକ ଝଡ଼ ‘ଅକ୍ୱାନ୍'କୁ ନେଇ ରାଜ୍ୟରେ ବଢ଼ିଲା ସତର୍କତା। ସମ୍ଭାବ୍ୟ ବାତ୍ୟା ଓ ପ୍ରବଳ ବର୍ଷାକୁ ଦୃଷ୍ଟିରେ ରଖି ୮ଟି ଜିଲ୍ଲାରେ ଶିକ୍ଷାନୁଷ୍ଠାନ ବନ୍ଦ ଘୋଷଣା କରାଯାଇଛି। ସ୍କୁଲ୍‌, କଲେଜ ସମେତ ଅଙ୍ଗନବାଡ଼ି କେନ୍ଦ୍ର ମଧ୍ୟ ବନ୍ଦ ରହିବ।

କେଉଁ ଜିଲ୍ଲାରେ କେବେ ଛୁଟି?

ପ୍ରଶାସନର ନିଷ୍ପତ୍ତି ଅନୁସାରେ ଗଞ୍ଜାମ, ଗଜପତି, ପୁରୀ, ଜଗତସିଂହପୁର, କେନ୍ଦ୍ରାପଡ଼ା, କନ୍ଧମାଳ, ମାଲକାନଗିରି ଓ ଖୋର୍ଦ୍ଧା ଜିଲ୍ଲାରେ ଶିକ୍ଷାନୁଷ୍ଠାନ ବନ୍ଦ ରହିବ।

ଗଞ୍ଜାମ, ଗଜପତି, ପୁରୀ, ଜଗତସିଂହପୁର, କେନ୍ଦ୍ରାପଡ଼ା ଓ କନ୍ଧମାଳରେ ନଭେମ୍ବର ୧୯ରୁ ୨୧ ଯାଏଁ ଛୁଟି।

ଖୋର୍ଦ୍ଧା ଓ ମାଲକାନଗିରିରେ ନଭେମ୍ବର ୧୯ ଓ ୨୦ ତାରିଖରେ ଛୁଟି।

ଅଙ୍ଗନବାଡ଼ିରୁ ଦ୍ୱାଦଶ ଯାଏଁ ବନ୍ଦ

ଶିଶୁ ବାଟିକାଠାରୁ ଦ୍ୱାଦଶ ଶ୍ରେଣୀ ପର୍ଯ୍ୟନ୍ତ ସମସ୍ତ ଶିକ୍ଷାନୁଷ୍ଠାନ ସହ ଅଙ୍ଗନବାଡ଼ି କେନ୍ଦ୍ର ବନ୍ଦ ରହିବ।

ସରକାରୀ କର୍ମଚାରୀଙ୍କ ଛୁଟି ବାତିଲ୍‌

ଅନ୍ୟପଟେ ବାତ୍ୟା ମୁକାବିଲା ଓ ଜରୁରିକାଳୀନ ପ୍ରସ୍ତୁତି ପାଇଁ ନଭେମ୍ବର ୨୨ ତାରିଖ ଯାଏଁ ସମସ୍ତ ସରକାରୀ କର୍ମଚାରୀଙ୍କ ଛୁଟି ବାତିଲ୍‌ କରାଯାଇଛି। ଛୁଟିରେ ଥିବା ଅଧିକାରୀ ଓ କର୍ମଚାରୀଙ୍କୁ ତୁରନ୍ତ କାର୍ଯ୍ୟରେ ଯୋଗଦେବାକୁ ନିର୍ଦ୍ଦେଶ ଦିଆଯାଇଛି। ବାତ୍ୟାକୁ ନେଇ ପ୍ରଶାସନ ସଜାଗ ଥିବାବେଳେ ଲୋକଙ୍କୁ ସତର୍କ ରହିବା ସହ ସରକାରୀ ନିର୍ଦ୍ଦେଶ ପାଳନ କରିବାକୁ ଅନୁରୋଧ କରାଯାଇଛି।
📲Get App