🔥 TRENDING 27 People Convert from Christianity to... ಶುಭಮನ್ ಗಿಲ್ 8ನೇ ಬಾರಿ ಟಾಸ್ ಗೆದ್ದು, ನ್ಯೂ... ರಜತ್ ಪಾಟಿದಾರ್ ಗಾಯದಿಂದ ರೈಸಿಂಗ್ ಸ್ಟಾರ್ಸ್... ತಿಲಕ್ ವರ್ಮಾ ನೇತೃತ್ವದ ಭಾರತ ‘ಎ’ ತಂಡ ನವೆಂ... ಸ್ಯಾಂಡ್‌ಪೇಪರ್‌ಗೇಟ್ ವಿವಾದದಿಂದ ಆಸ್ಟ್ರೇಲಿ... ಭಾರತದ ವೇಗದ ಬೌಲರ್ ಗುರ್ನೂರ್ ಬ್ರಾರ್‌ಗೆ ನ್...
19 Nov 2026•
ગુજરાતી मराठी ਪੰਜਾਬੀ বাংলা
Weather

ବାତ୍ୟା ଅକ୍ୱାନ ମୁକାବିଲା: ୪ ଆଇଏଏସ୍ ଅଧିକାରୀଙ୍କୁ ୪ ଜିଲ୍ଲା ଦାୟିତ୍ୱ

✍️ Reporter: Deepak Mahapatra 🗓 19 Nov 2026, 12:07 PM 👁 27
Share: 💬 WhatsApp 📘 Facebook 𝕏 Post
ଭୁବନେଶ୍ୱର: ବାତ୍ୟା ଅକ୍ୱନର ମୁକାବିଲା ପାଇଁ ରାଜ୍ୟ ସରକାର ସମସ୍ତ ପ୍ରକାର ପ୍ରସ୍ତୁତି ଜାରି ରଖିଛନ୍ତି । ବାତ୍ୟାର ମୁକାବିଲା ପାଇଁ ସରକାର ୪ ବରିଷ୍ଠ ପ୍ରଶାସନିକ ଅଧିକାରୀଙ୍କୁ ଚାରୋଟି ଜିଲ୍ଲାର ଦାୟିତ୍ୱ ଦେଇଛନ୍ତି । ଆଇଏଏସ୍ ଅଧିକାରୀ ଯାମିନୀ ଷଡ଼ଙ୍ଗୀଙ୍କୁ ଜଗତସିଂହପୁର, ପୁରୀ ଜିଲ୍ଲା ପାଇଁ ଅରବିନ୍ଦ ଅଗ୍ରୱାଲ, କେନ୍ଦ୍ରାପଡ଼ା ଜିଲ୍ଲା ଦାୟିତ୍ୱରେ ସମୀର ପ୍ରଧାନ ଏବଂ ଗଜପତି ଜିଲ୍ଲା ଦାୟିତ୍ୱରେ ମାନସୀ ନିମ୍ଭାଲଚ୍ଛଙ୍କୁ ନିୟୋଜିତ କରାଯାଇଛି । ସମ୍ପୃକ୍ତ ଅଧିକାରୀମାନଙ୍କୁ ନିର୍ଦ୍ଧାରିତ ପ୍ରଭାବିତ ହେବାକୁ ଥିବା ଜିଲ୍ଲାକୁ ତତ୍କାଳସ୍ୱରୂପ ଗସ୍ତ କରିବାକୁ ନିର୍ଦ୍ଦେଶ ଦିଆଯାଇଛି ।

ସେପଟେ ବାତ୍ୟା ପାଇଁ ପାହାଡ଼ିଆ ଅଞ୍ଚଳରେ ଥିବା ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ଚାଲି ଆସିବାକୁ ରାଜସ୍ୱ ଓ ବିପର‌୍ୟ୍ୟୟ ପରିଚାଳନା ମନ୍ତ୍ରୀ ପରାମର୍ଶ ଦେଇଛନ୍ତି ।

ବାତ୍ୟା ପାଇଁ ଆଗାମୀ ତିନି ଦିନ ୧୯, ୨୦ ଓ ୨୧ ତାରିଖ ପାଇଁ ଓଡ଼ିଶାକୁ ରେଡ୍ ୱାର୍ଣ୍ଣିଂ ଜାରି ହୋଇଛି । ୧୯ ତାରିଖ ପାଇଁ ଗଞ୍ଜାମ, ଗଜପତି, କନ୍ଧମାଳ, ଜଗତସିଂହପୁର, କେନ୍ଦ୍ରାପଡ଼ା ଓ ପୁରୀକୁ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂରେ ରଖାଯାଇଛି । ଅନ୍ୟ ବାକି ଜିଲ୍ଲାକୁ ଅରେଞ୍ଜ ଓ ୟେଲୋ ୱାର୍ଣ୍ଣିଂରେ ରଖାଯାଇଛି । ସେହିପରି ୨୦ ତାରିଖ ପାଇଁ ଉତ୍ତର ଓଡ଼ିଶାର ଦୁଇ ଜିଲ୍ଲା ମୟୂରଭଞ୍ଜ ଓ ବାଲେଶ୍ୱରକୁ ରେଡ୍ ୱାର୍ଣ୍ଣିଂ ଜାରି ହୋଇଛି । ସେହିପରି ୨୦ ତାରିଖ ପାଇଁ ୧୩ ଉପକୂଳବର୍ତ୍ତୀ ଓ ଆଭ୍ୟନ୍ତରୀଣ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି ହୋଇଛି । ୨୦ ତାରିଖ ପାଇଁ ବାକି ୬ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି ।
📲Get App