🔥 TRENDING ಯಶ್ 'ರಾಮಾಯಣ' ಕೇರಳ ಬಾಕ್ಸ್ ಆಫೀಸ್‌ನಲ್ಲಿ ₹... ಗಣೇಶ್-ದೇವಿಕಾ ಭಟ್ ನಟನೆಯ 'ಬೃಂದಾವಿಹಾರಿ' ಅ... ಸೂರಜ್ ಬರ್ಜಾತ್ಯಾ 'ಧುರಂಧರ್' ಚಿತ್ರವನ್ನು ಅ... Series Mania Forum Names Canada, Quebe... Channel 5 to Air Agatha Christie’s ‘To... ଏହି ଜିଲ୍ଲାରେ ୨୧ ପର୍ଯ୍ୟନ୍ତ ସ୍କୁଲ ଛୁଟି
19 Nov 2026•
ગુજરાતી मराठी ਪੰਜਾਬੀ বাংলা
Weather

ଗୋପାଳପୁର ନିକଟରେ ଲ୍ୟାଣ୍ଡଫଲ୍‌ କରିପାରେ ବାତ୍ୟା

✍️ Reporter: Deepak Mahapatra 🗓 19 Nov 2026, 11:07 AM 👁 24
Share: 💬 WhatsApp 📘 Facebook 𝕏 Post
ଗଞ୍ଜାମ ଜିଲ୍ଲା ଗୋପାଳପୁର ନିକଟରେ ଲ୍ୟାଣ୍ଡଫଲ୍‌ କରିପାରେ ବାତ୍ୟା 'ଅକ୍‌ୱାନ୍'। ଲ୍ୟାଣ୍ଡଫଲ୍‌ ସମୟରେ ପବନ ବେଗ ପ୍ରାୟ ୧୦୦ କି.ମି ରହିପାରେ। ସେହିପରି ଝଟକା ପବନର ବେଗ ଘଣ୍ଟାପ୍ରତି ୧୧୦ କିମି ରହିପାରେ।


ଏବେ ଘଣ୍ଟା ପ୍ରତି ୧୨ କି.ମି ବେଗରେ ଆଗକୁ ଅଗ୍ରସର ହେଉଛି ବାତ୍ୟା 'ଅକ୍‌ୱାନ୍'। ଏହା କଳିଙ୍ଗପଟ୍ଟନମ୍‌ରୁ ୪୪୦ କି.ମି ଦୂରରେ, ଚେନ୍ନାଇଠାରୁ ୫୮୦ କି.ମି ଓ ନରସାପୁରରୁ ୪୪୦ କି.ମି ଓ ଗୋପାଳପୁରରୁ ୫୩୦ କି.ମି ଦୂରରେ କେନ୍ଦ୍ରୀଭୂତ ହୋଇଛି। ସେହିପରି ପୁରୀଠାରୁ ଏହା ୫୯୦ କିଲୋମିଟର ଦୂରରେ କେନ୍ଦ୍ରୀଭୂତ ହୋଇଛି।

ବାତ୍ୟା 'ଅକ୍‌ୱାନ୍' ଆସନ୍ତାକାଲି ମଧ୍ୟାହ୍ନରେ ଲ୍ୟାଣ୍ଡଫଲ କରିବାର ସମ୍ଭାବନା ଥିବା ବେଳେ ରାଜ୍ୟରେ ଏହାର ପ୍ରଭାବ ପଡ଼ିସାରିଲାଣି। ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ଆରମ୍ଭ ହୋଇଯାଇଛି। କେଉଁଠି ଝିପିଝିପି ବର୍ଷା ହେଉଛି ତ କେଉଁଠି ବର୍ଷାର ପରିମାଣ ବଢ଼ିଲାଣି।
ରାଜଧାନୀ ଭୁବନେଶ୍ୱରରେ ବର୍ଷା ସହ ହାଲୁକା ପବନ ହେଉଛି। ପୁରୀ ସହର ସମେତ ଜିଲ୍ଲା ବିଭିନ୍ନ ସ୍ଥାନରେ ବର୍ଷା ଜାରି ରହିଛି। ଚିଲିକାର କୃଷ୍ଣପ୍ରସାଦ ଅଂଚଳରେ ବର୍ଷା ହେଉଛି। କାକଟପୁର ଓ ଅସ୍ତରଙ୍ଗ ଅଞ୍ଚଳରେ ବର୍ଷା ଓ ପବନ ହେଉଛି। ଅଶାନ୍ତ ସମୁଦ୍ରରୁ ବୋଟ୍‌ ଉଠାଇ ଆଣିଲେଣି ମତ୍ସଜୀବୀ। କଟକର କିଛି ସ୍ଥାନରେ ବର୍ଷା ହେଉଛି। ଗଞ୍ଜାମ ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ବର୍ଷା ହେଉଛି। ବାଲେଶ୍ୱର ଜିଲ୍ଲା ନୀଳଗିରି ଅଂଚଳରେ ବର୍ଷା ହେଉଛି। ଧୀରେ ଧୀରେ ବଢିବାରେ ଲାଗିଛି ବର୍ଷା ପରିମାଣ।

ବାତ୍ୟା ଓ ଏହା ଜନିତ ପ୍ରବଳ ବର୍ଷା ଏବଂ ପବନକୁ ଦୃଷ୍ଟିରେ ରଖି ରାଜ୍ୟର ୧୧ଟି ଜିଲ୍ଲାରେ ଶିକ୍ଷାନୁଷ୍ଠାନଗୁଡ଼ିକୁ ଛୁଟି ଘୋଷଣା କରାଯାଇଛି। ଗଞ୍ଜାମ, ଗଜପତି, ପୁରୀ, ଖୋର୍ଦ୍ଧା, ଜଗତସିଂହପୁର, କେନ୍ଦ୍ରାପଡ଼ା, କନ୍ଧମାଳ, ମାଲକାନଗିରି, କୋରାପୁଟ ଓ ରାୟଗଡ଼ା ଜିଲ୍ଲାରେ ସ୍କୁଲଗୁଡ଼ିକୁ ଛୁଟି ଘୋଷଣା କରାଯାଇଛି। କିଛି ଜିଲ୍ଲାରେ ୨୧ ତାରିଖ ଯାଏ ସ୍କୁଲଗୁଡ଼ିକୁ ଛୁଟି ଘୋଷଣା କରାଯାଇଥିବା ବେଳେ ଆଉ କିଛି ସ୍କୁଲରେ ୨୦ ତାରିଖ ଯାଏ ଛୁଟି ଘୋଷଣା କରାଯାଇଛି।
📲Get App