🔥 TRENDING Koffee with Karan Season 9 Premieres:... Rohit Roy’s Daughter Debuts in Bollywo... Alia Bhatt Supports Deepika Padukone’s... Experts Emphasise Connectivity, Digita... West Bengal police officer dives into... Bihar labourer discovered dead on roof...
20 Nov 2026•
ગુજરાતી मराठी ਪੰਜਾਬੀ বাংলা

କାର୍ତ୍ତିକ ମାସରେ ଗୁଣୁପୁର ସହର ଭକ୍ତିମୟ, ଜଗନ୍ନାଥ ମନ୍ଦିରରେ ୪୮ ପ୍ରହର ନାମଯଜ୍ଞ

✍️ Reporter: Suresh Ch Rath 🗓 19 Nov 2026, 11:06 PM 👁 47
Share: 💬 WhatsApp 📘 Facebook 𝕏 Post
ଗୁଣୁପୁର: ପବିତ୍ର ଧାର୍ମିକ ମାସ କାର୍ତ୍ତିକ ଅବସରରେ ଗୁଣୁପୁର ସହର ସମେତ ନିକଟସ୍ଥ ବିଭିନ୍ନ ଗ୍ରାମର ମନ୍ଦିରମାନଙ୍କରେ ଭକ୍ତିମୟ ପରିବେଶ ମଧ୍ୟରେ ସଂକୀର୍ତ୍ତନ ଓ ନାମଯଜ୍ଞ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ସ୍ଥାନୀୟ ଜଗନ୍ନାଥ ମନ୍ଦିରରେ ଆୟୋଜିତ ୪୮ ପ୍ରହର ଅଖଣ୍ଡ ନାମଯଜ୍ଞ ବିଶେଷ ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଛି।

ଏହି ମହତ୍ ଧାର୍ମିକ ଅନୁଷ୍ଠାନରେ ଯୋଗଦେବା ପାଇଁ ଦୂରଦୂରାନ୍ତରୁ ବହୁ ସଂକୀର୍ତ୍ତନ ମଣ୍ଡଳୀ ଯୋଗଦେଇ ଅଖଣ୍ଡ ହରିନାମ ସଂକୀର୍ତ୍ତନ କରିଥିଲେ। ହରେକୃଷ୍ଣ, ହରେରାମ ଧ୍ୱନିରେ ମନ୍ଦିର ପରିସର ସହ ସମଗ୍ର ଅଞ୍ଚଳ ପ୍ରକମ୍ପିତ ହୋଇଉଠିଥିଲା। ଭଜନ, କୀର୍ତ୍ତନ ଓ ହରିନାମ ଉଚ୍ଚାରଣ ମାଧ୍ୟମରେ ଭକ୍ତମାନଙ୍କ ମଧ୍ୟରେ ଆଧ୍ୟାତ୍ମିକ ଚେତନା ଓ ଭକ୍ତିଭାବ ଜାଗ୍ରତ ହୋଇଥିଲା।

ଏଥିସହିତ ନାମଯଜ୍ଞ ସମୟରେ ଅହରହ ଅନ୍ନପ୍ରସାଦ ବଣ୍ଟନର ବ୍ୟବସ୍ଥା କରାଯାଇଥିଲା। ଏହାଦ୍ୱାରା ଦୂରଦୂରାନ୍ତରୁ ଆସିଥିବା ଭକ୍ତବୃନ୍ଦଙ୍କ ସମେତ କାର୍ତ୍ତିକ ହବିଷ୍ୟାଳିମାନେ ମଧ୍ୟ ପ୍ରସାଦ ସେବନ କରି ଆଧ୍ୟାତ୍ମିକ ଆନନ୍ଦ ଲାଭ କରିଥିଲେ।

ଏଭଳି ଧାର୍ମିକ ଆୟୋଜନ ଗୁଣୁପୁର ଅଞ୍ଚଳରେ ଭକ୍ତି, ଶ୍ରଦ୍ଧା, ଆଧ୍ୟାତ୍ମିକତା ଓ ସାମାଜିକ ଏକତାର ବାର୍ତ୍ତା ପ୍ରସାର କରିବା ସହ କାର୍ତ୍ତିକ ମାସର ମହାତ୍ମ୍ୟକୁ ଆହୁରି ମହିମାନ୍ୱିତ କରିଛି।
📲Get App