🔥 TRENDING Three Killed in Fatal Motorcycle Colli... Young woman vanishes in Kekri, family... Balotra villagers pledge up to ₹1 cror... ଆଜି ଅଁଳା ନବମୀ, ଓଡ଼ିଆଣୀ ବେଶରେ ଦର୍ଶନ ଦେଉ... एक परिवार है जो पंचरुखी गांव में है वह... ଦିଗ ବଦଳାଉଛି ବାତ୍ୟା, ଓଡ଼ିଶା ଦେଇ ଅତିକ୍ରମ...
18 Nov 2026•
ગુજરાતી मराठी ਪੰਜਾਬੀ বাংলা
Local

ରାଜଧାନୀରେ ଚାଞ୍ଚଲ୍ୟ: ପ୍ରେମିକ ସାମ୍ନାରେ ପ୍ରେମିକାଙ୍କ ଆତ୍ମଦାହ ଉଦ୍ୟମ

✍️ Reporter: Deepak Mahapatra 🗓 18 Nov 2026, 02:24 PM 👁 33
Share: 💬 WhatsApp 📘 Facebook 𝕏 Post
ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରରେ ରାତି ଅଧରେ ଚାଞ୍ଚଲ୍ୟକର ଘଟଣା ଘଟିଯାଇଛି । ଜଣେ ଯୁବତୀ ନିଜ ପ୍ରେମିକ ସାମ୍ନାରେ ନିଜକୁ ଜାଳି ଦେଇଛନ୍ତି । ଇନଫୋସିଟି ଥାନା ଅଧୀନସ୍ଥ ପଥରଗାଡ଼ିଆ ଅଞ୍ଚଳରେ ଏଭଳି ଚାଞ୍ଚଲ୍ୟକର ଘଟଣା ଘଟିଛି । ଯୁବତୀ ଜଣଙ୍କୁ ଗୁରୁତର ଅବସ୍ଥାରେ ଭୁବନେଶ୍ୱର ଏମ୍ସରେ ଭର୍ତ୍ତି କରାଯାଇଛି । ତାଙ୍କ ଶରୀରର ପ୍ରାୟ ୯୦ ପ୍ରତିଶତ ଅଂଶ ପୋଡ଼ି ଯାଇଛି। ପୋଲିସ ଉକ୍ତ ଯୁବକଙ୍କୁ ଅଟକ ରଖିଛି ।

ସୂଚନା ମୁତାବକ, ଯୁବତୀ ଜଣକ ନୂଆପଲ୍ଲୀ ଥାନା ଅଞ୍ଚଳରେ ଏକ ନର୍ସିଂ ଇନଷ୍ଟିଚ୍ୟୁଟର କମ୍ପ୍ୟୁଟର ଅପରେଟର ଭାବେ କାର୍ଯ୍ୟ କରୁଥିଲେ। ଯୁବକ ଜଣକ ଅନୁଗୋଳର ବାସିନ୍ଦା ଅଟନ୍ତି । ଯୁବକ ଓ ଯୁବତୀଙ୍କ ମଧ୍ୟରେ ପୂର୍ବରୁ ପ୍ରେମ ସମ୍ପର୍କ ରହିଥିଲା । ମାତ୍ର କିଛି ମାସ ତଳେ ଉଭୟ ସମ୍ପର୍କରେ ଫାଟ ସୃଷ୍ଟି ହୋଇଥିଲା ଏବଂ ପରସ୍ପରଠାରୁ ଅଲଗା ହୋଯାଇଥିଲେ । ମଙ୍ଗଳବାର ରାତିରେ ସେମାନେ ପଥରଗାଡ଼ିଆରେ ଥିବା ଏକ କାଫେରେ ଦେଖା ହୋଇଥିଲେ । ରାତି ପ୍ରାୟ ସାଢ଼େ ୯ଟା ବେଳେ ଉଭୟଙ୍କ ମଧ୍ୟରେ ବଚସା ହୋଇଥିଲା । ପରେ ଯୁବତୀ ଜଣଙ୍କ କାଫେ ବାହାରକୁ ଆସି ନିଜ ଦେହରେ ପେଟ୍ରୋଲ ଢାଳି ନିଆଁ ଲଗାଇ ଦେଇଥିଲେ।

ସେଠାରେ ଉପସ୍ଥିତ ଲୋକେ ତାଙ୍କୁ ଉଦ୍ଧାର କରିବା ସହିତ ପୋଲିସକୁ ଖବର ଦେଇଥିଲେ । ପୋଲିସ ଯୁବତୀଙ୍କୁ ଉଦ୍ଧାର କରି ପ୍ରଥମେ କ୍ୟାପିଟାଲ୍ ହସ୍ପିଟାଲରେ ଭର୍ତ୍ତି କରିଥିଲା । ପରେ ଏମସକୁ ସ୍ଥାନାନ୍ତର କରାଯାଇଛି। ସେଠାରେ ବର୍ଣ୍ଣ ୟୁନିଟରେ ଚିକିତ୍ସା ଚାଲିଛି । ତାଙ୍କ ଶରୀର ପ୍ରାୟ ୯୦ ପ୍ରତିଶତ ଅଂଶ ପୋଡ଼ି ଯାଇଥିବା ସ୍ୱାସ୍ଥ୍ୟ ଅବସ୍ଥା ସଙ୍କଟାପନ୍ନ ରହିଛି ।

ସ୍ଥାନୀୟ ଲୋକେ ଉକ୍ତ ଯୁବକଙ୍କୁ ଅଟକ ରଖି ପୋଲିସ ଜିମା ଦେଇଛନ୍ତି । ପୋଲିସ ଯୁବକଙ୍କୁ ପଚରାଉଚରା କରୁଛି । କାହିଁକି ଯୁବତୀ ଜଣକ ଏଭଳି ନିଷ୍ପତ୍ତି ନେଲେ ସେ ନେଇ ଯାଞ୍ଚ ଚାଲିଥିବା ଭୁବନେଶ୍ୱର ଡିସିପି ଶ୍ରବଣା ବିବେକ୍ ଏମ୍ କହିଛନ୍ତି ।
📲Get App