🔥 ट्रेंडिंग ચલાલા તાલુકાના ગોપાલગ્રામમાં વનકર્મી પ... रामपुर नहर में ब्रेक फेल होने से बाइक... ୨୦ ମଧ୍ୟାହ୍ନରେ ସ୍ଥଳଭାଗ ଛୁଇଁବ ବାତ୍ୟା, ପବ... ଭାଗିରଥି ମାଣ୍ଡାଙ୍ଗି ହତ୍ୟା ମାମଲା; ଭାସ୍କର... मुद्दा समाना पटियाला बस रूट का पिछले 4... ବାତ୍ୟା ଅର୍ଣ୍ଣବରେ ହୋଇଯାଇଥିଲେ ନିଖୋଜ, ୧୫...
17 नव. 2026•
ગુજરાતી मराठी ਪੰਜਾਬੀ বাংলা
अपराध

ବିଧବାଙ୍କୁ ଦୁଷ୍କର୍ମ ପରେ ହତ୍ୟା ଉଦ୍ୟମ, ଚିକିତ୍ସା ବେଳେ ଆଖି ବୁଜିଲେ ପୀଡ଼ିତା

✍️ रिपोर्टर: Deepak Mahapatra 🗓 17 नव. 2026, 12:06 PM 👁 27
शेयर करें: 💬 WhatsApp 📘 Facebook 𝕏 Post
କେନ୍ଦୁଝର ଜିଲ୍ଲା ତେଲକୋଇ ଥାନା ଅଧୀନ ପଡ଼ାଙ୍ଗ ପଞ୍ଚାୟତରୁ ଆସିଛି ଚାଞ୍ଚଲ୍ୟକର ଘଟଣା। ଏଠାରେ ଦୁଷ୍କର୍ମ ଓ ହତ୍ୟା ଉଦ୍ୟମର ଶିକାର ହୋଇଥିବା ଜଣେ ଜୁଆଙ୍ଗ ବିଧବା ମହିଳା ଚିକିତ୍ସାଧୀନ ଅବସ୍ଥାରେ ଆଖି ବୁଜିଛନ୍ତି।
କଟକ ଏସ୍‌ସିବି ସ୍ଥିତ ଟ୍ରମାକେୟାର ୟୁନିଟରେ ଗତ ୧୧ ତାରିଖରୁ ପୀଡ଼ିତା ଜଣଙ୍କ ଚିକିତ୍ସିତ ହେଉଥିଲେ। ଡାକ୍ତରଙ୍କ ସବୁ ପ୍ରକାରର ଉଦ୍ୟମ ସତ୍ତ୍ୱେ ରବିବାର ତାଙ୍କର ମୃତ୍ୟୁ ହୋଇଯାଇଛି। ଏହି ଘଟଣାକୁ ନେଇ ଏବେ ପୂରା ରାଜ୍ୟରେ ହଇଚଇ ସୃଷ୍ଟି ହୋଇଛି।
ଗତ ୧୦ ତାରିଖରେ ବିଧବା ମହିଳା ଜଣଙ୍କ ହାଟରୁ ଘରକୁ ଫେରୁଥିବା ବେଳେ ତାଙ୍କୁ ଦୁଷ୍କର୍ମ ଓ ହତ୍ୟା ଉଦ୍ୟମ କରାଯାଇଥିଲା। ପୀଡ଼ିତାଙ୍କୁ ମୁମୂର୍ଷୁ ଅବସ୍ଥାରେ ଗୋଟିଏ ଦିନ ପରେ ବେଣା ଗାଁ ପାଖ ରାସ୍ତା କଡ଼ର ବୁଦାରୁ ଉଦ୍ଧାର କରାଯାଇଥିଲା।
ଗୁରୁତର ଅବସ୍ଥାରେ ତାଙ୍କୁ ପ୍ରଥମେ ପ୍ରଥମେ ତେଲକୋଇ ପରେ କେନ୍ଦୁଝର ଜିଲ୍ଲା ମୁଖ୍ୟାଳୟକୁ ସ୍ଥାନାନ୍ତର କରାଯାଇଥିଲା। କିନ୍ତୁ ସେଠାରେ ତାଙ୍କ ଅବସ୍ଥା ସଙ୍କଟାପନ୍ନ ହେବାରୁ ଡାକ୍ତରମାନେ ବାଧ୍ୟ ହୋଇ ପୀଡ଼ିତାଙ୍କୁ କଟକ ବଡ଼ ମେଡିକାଲର ଟ୍ରମାକେୟାରକୁ ସ୍ଥାନାନ୍ତର କରିଥିଲେ। ସେଠାରେ ତାଙ୍କର ଚିକିତ୍ସା ସେବେଠାରୁ ଚାଲିଥିଲା। ଏବେ ସେ ଆଖି ବୁଜିଛନ୍ତି।
ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଯେ ମହିଳା ଜଣଙ୍କ ୧୦ ତାରିଖରୁ ଲଜ୍ଜାଜନକ ସ୍ଥିତିର ସମ୍ମୁଖୀନ ହୋଇଥିଲେ ହେଁ ପରିବାର ଲୋକ ରବିବାର ଏନେଇ ତେଲକୋଇ ଥାନାରେ ଅଭିଯୋଗ କରିଥିଲେ।
ସେମାନଙ୍କ କହିବା କଥା ହେଉଛି ଯେ ପୀଡ଼ିତା ଜଣଙ୍କ ହାଟରୁ ଫେରୁଥିବା ବେଳେ ଟେଣ୍ଟେଇନାଲି ଗାଁର ଦଶରଥୀ ଜୁଆଙ୍ଗ ନାମକ ଜଣେ ବ୍ୟକ୍ତି ତାଙ୍କ ସହିତ ଥିଲେ। ସେ ହିଁ ମହିଳାଙ୍କୁ ଦୁଷ୍କର୍ମ କରି ପଥରରେ ମୁଣ୍ଡକୁ ଛେଚି ହତ୍ୟା କରିବାକୁ ଉଦ୍ୟମ କରିଥିଲେ। ଦୁଷ୍କର୍ମ ଓ ଆକ୍ରମଣ କରିବା ପରେ ସେ ପୀଡ଼ିତାଙ୍କୁ ବୁଦା ମୂଳରେ ଫିଙ୍ଗି ଦେଇ ଫେରାର ହୋଇଯାଇଛନ୍ତି।
ସେହିପରି ଘଟଣା ପରଠାରୁ ଦାଶରଥୀ ମଧ୍ୟ ଗାଁ ଛାଡ଼ି କେଉଁ ଆଡ଼େ ଫେରାର ହୋଇଯାଇଛନ୍ତି। ତେଣୁ ପୁଲିସ୍‌ ତାଙ୍କୁ ଧରିବାକୁ ଉଦ୍ୟମ କରୁଛି। ସେ ଧରା ପଡ଼ିବା ପରେ ବାସ୍ତବରେ ଘଟଣା ଦିନ କ’ଣ ହୋଇଥିଲା, ତା’ହା ସ୍ପଷ୍ଟ ହେବ।
ଏହାବାଦ ପୁଲିସ୍‌ ଏବେ ପୀଡ଼ିତାଙ୍କ ଶବ ବ୍ୟବଚ୍ଛେଦ ରିପୋର୍ଟକୁ ମଧ୍ୟ ଅପେକ୍ଷା କରିଛି। ସେ ଦୁଷ୍କର୍ମର ଶିକାର ହୋଇଥିଲେ କି ନାହିଁ, ସେକଥା ରିପୋର୍ଟ ଆସିବା ପରେ ଜଣାପଡ଼ିବ ବୋଲି ଜଣେ ପୁଲିସ୍‌ ଅଧିକାରୀ କହିଛନ୍ତି।
📲Get App