🔥 TRENDING नवादा में अज्ञात वाहन की टक्कर से बाइक... Khaas report mr Nazir Ahmad Sofi kashm... ଚଳିତ ବର୍ଷ ୪ ଦିନ ପାଳନ ହେବ ପଞ୍ଚୁକ , ଗୋଟି... करोड़ों खर्च कर संवारा रेलवे स्टेशन, ब... Khaas report mr Nazir Ahmad Sofi जन-जन की आवाज घंटियाली से खबर
17 Nov 2026•
ગુજરાતી मराठी ਪੰਜਾਬੀ বাংলা
Business

ଗ୍ରାହକଙ୍କଠାରୁ ଅତିରିକ୍ତ ୫୦ ପଇସା ନେବା ପଡ଼ିଲା ମହାଙ୍ଗା, ରେସ୍ତୋରାଁ ଗଣିଲା ୧୦,୦୦୦ ଟଙ୍କାର ତଣ୍ଡ

✍️ Reporter: Deepak Mahapatra 🗓 17 Nov 2026, 12:40 PM 👁 18
Share: 💬 WhatsApp 📘 Facebook 𝕏 Post
ଗ୍ରାହକଙ୍କଠାରୁ ମାତ୍ର ୫୦ ପଇସା ଅଧିକ ନେବା ରେସ୍ତୋରାଁ ମାଲିକଙ୍କ ପାଇଁ ମହଙ୍ଗା ସାବ୍ୟସ୍ତ ହୋଇଛି । ଜୟପୁରରେ ଏକ ରେସ୍ତୋରାଁ ମାତ୍ର ୫୦ ପଇସା ନେବାରୁ ୧୦,୦୦୦ ଟଙ୍କାର ତଣ୍ଡ ଗଣିବାକୁ ପଡ଼ିଛି ।

ଏହି ଘଟଣାଟି ଭାଲେଣ୍ଟାଇନ୍ସ ଡେ’ ଦିନ ଘଟିଥିଲା । ଫେବୃଆରୀ ୧୪ ତାରିଖରେ, ୫୦ ବର୍ଷୀୟ ଅଭିଯୋଗକାରୀ ନିଜ ପରିବାର ସହ ବିବାହ ବାର୍ଷିକ ଅବସରରେ ରାତ୍ର ଭୋଜନ କରିବାକୁ ରେସ୍ତୋରାଁକୁ ଯାଇଥିଲେ । ତାଙ୍କର ଖାଇବା ଖର୍ଚ୍ଚ ୧,୬୪୮.୫୦ ଟଙ୍କା ହୋଇଥିଲା । କିନ୍ତୁ ରେସ୍ତୋରାଁ କର୍ମଚାରୀମାନେ ଏହାକୁ ପୂର୍ଣ୍ଣ ସଂଖ୍ୟା କରି ୧,୬୪୯ ଟଙ୍କା କରିଦେଇଥିଲେ । କିନ୍ତୁ ଗ୍ରାହକ ଜଣକ UPI ମାଧ୍ୟମରେ ଅର୍ଥ ପୈଠ କରିବାକୁ ଚାହୁଁଥିବାରୁ ସେ ନିର୍ଦ୍ଧାରିତ ୧,୬୪୮.୫୦ ଟଙ୍କା ଦେବାକୁ ସକ୍ଷମ ବୋଲି ଯୁକ୍ତି ବାଢ଼ିଥିଲେ । ସେ ଅତିରିକ୍ତ ୫୦ ପଇସା ଦେବାକୁ ସିଧାସଳଖ ମନା କରିଦେଇଥିଲେ । କିନ୍ତୁ କର୍ମଚାରୀମାନେ ରେସ୍ତୋରାଁର ନିୟମ ଅନୁଯାୟୀ ମୋଟ ବିଲ୍ ରାଶିକୁ ପୂର୍ଣ୍ଣ ସଂଖ୍ୟାରେ ପରିଣତ କରିବା ବାଧ୍ୟତାମୂଳକ ବୋଲି ଯୁକ୍ତି ଦର୍ଶାଇଥିଲେ । ଏ ନେଇ ଗ୍ରାହକ ଜୟପୁର ଜିଲ୍ଲା ଉପଭୋକ୍ତା ବିବାଦ ନିବାରଣ ଆୟୋଗ କୋର୍ଟରେ ଅଭିଯୋଗ କରିଥିଲେ । ଅଭିଯୋଗକାରୀ ଆହୁରି ମଧ୍ୟ ଅଭିଯୋଗ କରିଛନ୍ତି ଯେ, କର୍ମଚାରୀମାନେ ତାଙ୍କ ସହ ଖରାପ ବ୍ୟବହାର କରିଥିଲେ ଏବଂ ତାଙ୍କୁ ସେହି ବର୍ଦ୍ଧିତ (ପୂର୍ଣ୍ଣ ସଂଖ୍ୟା ବିଶିଷ୍ଟ) ରାଶି ଦେବା ପାଇଁ ବାଧ୍ୟ କରିଥିଲେ।

ଉପଭୋକ୍ତା ଅଦାଲତ ମାମଲାର ଶୁଣାଣି କରି ରେସ୍ତୋରାଁକୁ ଉକ୍ତ ୫୦ ପଇସା ଫେରସ୍ତ କରିବା ସହ କ୍ଷତିପୂରଣ ଏବଂ ଆଇନଗତ ଖର୍ଚ୍ଚ ବାବଦକୁ ୧୦,୦୦୦ ଟଙ୍କା ଜରିମାନା ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି।
📲Get App