🔥 ट्रेंडिंग ज़ी केरालम कुदुंबम अवॉर्ड्स 2026 की ऑन... नेटिज़न्स ने कहा पाकिस्तान के Got Late... लॉरेन सांचेज़ ने अपनी बेल 429 हेलिकॉप्... ଆସନ୍ତା ୨୩ରୁ ରାଜ୍ୟବ୍ୟାପୀ ଅନିର୍ଦ୍ଦିଷ୍ଟ କ... गोरखालैंड मांग: GNSS नेता शुरू करेंगे... गंगटोक में मनाया गया नेशनल प्रेस डे 20...
17 नव. 2026•
ગુજરાતી मराठी ਪੰਜਾਬੀ বাংলা
स्थानीय

୪ ଦିନ ପରେ କୂଅରୁ ମିଳିଲା ପୁଅର ମୃତଦେହ

✍️ रिपोर्टर: Deepak Mahapatra 🗓 17 नव. 2026, 11:56 AM 👁 22
शेयर करें: 💬 WhatsApp 📘 Facebook 𝕏 Post
ଶେଷରେ ଘର ପଛ ପଟ କୂଅ ଭିତରୁ ମିଳିଛି ନିଖୋଜ ପୁଅର ମୃତଦେହ। ଯେଉଁ ପୁଅକୁ ୪ ଦିନ ହେଲା ବାପା ମା’ଙ୍କ ଠାରୁ ଆରମ୍ଭ କରି ପରିବାର ଲୋକ ଖୋଜୁ ଥିଲେ ଶେଷରେ ତାଙ୍କର ମୃତଦେହ କୂଅ ଭିତରୁ ଠାବ ହେବା ସମସ୍ତଙ୍କୁ ସ୍ତବ୍ଧ କରି ଦେଇଛି।
ଯୁକ୍ତ ୩ରେ ପଢ଼ୁଥିବା ବଢ଼ିଲା ପୁଅ ୪ ଦିନ ହେଲା ନିଖୋଜ ଥିବାରୁ ତାଙ୍କୁ ଚାରିଆଡ଼େ ଖୋଜା ଖୋଜି ଚାଲିଥିଲା। ହେଲେ ପୁଅ ବାରି ପଟ କୂଅରେ ପଡ଼ିଥିବା କାହାକୁ ଜଣା ନଥିଲା। ୪ ଦିନ ପରେ ଘରର ବାରି ପଟେ ଥିବା କୂଅରୁ ପରିବାର ଲୋକ ପୁଅର ମୃତଦେହକୁ ଉଦ୍ଧାର କରିଛନ୍ତି। ଭଦ୍ରକ ଜିଲ୍ଲା ଚାନ୍ଦବାଲି ଥାନା ଅଧୀନ ମହୁଲିଆ ପଞ୍ଚାୟତ ନିଶ୍ଚନ୍ତା ଜେନା ସାହିରେ ଏମିତି ଏକ ହୃଦୟ ବିଦାରକ ଘଟଣା ଘଟିଛି।
କୂଅରେ ମୃତଦେହ ପଡ଼ିଥିବା ଖବର ପାଇ ଚାନ୍ଦବାଲି ଅଗ୍ନିଶମ ବିଭାଗ କର୍ମଚାରୀମାନେ ପହଞ୍ଚିଥିଲେ। ଏହାପରେ କୂଅ ଭିତରୁ ମୃତଦେହକୁ ଉଦ୍ଧାର କରିଛନ୍ତି। ମୃତକ ହେଉଛନ୍ତି ସୁବାସ ସାହୁଙ୍କ ପୁଅ ପବିତ୍ର ସାହୁ। ବାପା ମା’ ଗେହ୍ଲାରେ କାଳିଆ ବୋଲି ଡାକନ୍ତି।
୧୨ ତାରିଖରେ କାଳିଆ ଓ ବାପା ସୁବାସ ଚାନ୍ଦିବାଲୀ କାଳୀପୂଜା ଦେଖିବାକୁ ଯାଇଥିଲେ। ବୁଲାବୁଲି ପରେ ହସଖୁସିରେ ଉଭୟ ଘରକୁ ଫେରିଥିଲେ। ଖାଇ ପିଇ ସମସ୍ତେ ଶୋଇ ପଡ଼ିଥିଲେ। କିନ୍ତୁ ରାତି ପ୍ରାୟ ୧୨ଟା ବେଳେ ହଠାତ୍‌ ଘରୁ କୁଆଡ଼େ ଚାଲିଯାଇଥିଲେ କାଳିଆ।

ପରିବାର ଲୋକେ ତାଙ୍କୁ ଚାରିଆଡ଼େ ଖୋଜିବା ପରେ ବି କିଛି ଲାଭ ମିଳି ନଥିଲା। ଶେଷରେ ଏନେଇ ଥାନାରେ ଅଭିଯୋଗ କରିଥିଲେ ବାପା। ପୁଲିସ୍‌ ଗୋଟିଏ ନିଖୋଜ ମାମଲା ରୁଜୁ କରି ଘଟଣାର ତଦନ୍ତ ଜାରି ରଖିଥିଲା। ଆଉ ୪ ଦିନ ପରେ ଆଜି ଘର ପଛ ପଟ ସୁବାସଙ୍କ କୂଅରୁ ପୁଅର ମୃତଦେହ ମିଳିଛି।

ବାପା ବହୁ କଷ୍ଟରେ ପୁଅକୁ ପାଠ ପଢ଼ାଉଥିଲେ। ପବିତ୍ର ଚାନ୍ଦବାଲି କଲେଜରେ +୩ ରେ ପାଠ ପଢ଼ୁଥିଲେ। ବଡ଼ ହେଲେ ବାପାଙ୍କ କାନ୍ଧରେ କାନ୍ଧ ମିଳାଇ ପରିବାରର ବୋଝ ଉଠାଇବେ ବୋଲି ସ୍ୱପ୍ନ ଦେଖିଥିଲେ।

କିନ୍ତୁ ସବୁ ସ୍ୱପ୍ନ ଅଧାରେ ରହିଗଲା। ପୁଅର ମୃତ୍ୟୁ ପରେ ବାପା-ମା'ଙ୍କ କାନ୍ଦ ବୋବାଳିରେ ଫାଟି ପଡ଼ୁଛି ଗାଁ ପରିବେଶ। ତେବେ କେଉଁ ପରିସ୍ଥିତିରେ ଏପରି ଘଟଣା ଘଟିଲା, ତା’ର ତଦନ୍ତ ପୁଲିସ୍‌ କରୁଛି।
📲Get App