🔥 TRENDING Bihar Weather Forecast: Expect Tempera... Gwalior Doctor Fined ₹2.22 Lakh for Tr... ଆଜି ଦିନ ୧୧ଟାରେ ବସିବ ସର୍ବଦଳୀୟ ବୈଠକ, ଯୋଗ... न्यायालयीन कर्मचाऱ्यांचा बेमुदत संप, ३... ପାରାଦ୍ୱୀପ ବନ୍ଦର ପକ୍ଷରୁ ବଡ଼ ରେସ୍କ୍ୟୁ ଅପ... अंबेडकर नगर में ट्रक ने बाइक सवार को क...
17 Nov 2026•
ગુજરાતી मराठी ਪੰਜਾਬੀ বাংলা
Crime

ଅଜଣା ଯୁବକଙ୍କ ମୃତ ଦେହ ଉଦ୍ଧାର |

✍️ Reporter: UDDIPTA PRADHAN 🗓 17 Nov 2026, 12:02 PM 👁 24
Share: 💬 WhatsApp 📘 Facebook 𝕏 Post
ପଦ୍ମପୁର(ତା୧୬/୧୧/୨୬)-୧୬ ତାରିଖ ସୋମବାର ଦିନ ପଦ୍ମପୁର ଉପଖଣ୍ଡ ପାଇକମାଳ ଥାନା ଅଧୀନ ନୃସିଂହନାଥ ଜଙ୍ଗଲର ସୋସିଆଲ୍ ଫରେଷ୍ଟ ଅଞ୍ଚଳରୁ ଜଣେ ଅଜଣା ବ୍ୟକ୍ତିଙ୍କ ମୃତଦେହ ମିଳିଛି। ପ୍ରାଥମିକ ସୂଚନା ଅନୁସାରେ, ବ୍ୟକ୍ତିଜଣକ ଆତ୍ମହତ୍ୟା କରିଥିବା ଜଣାପଡ଼ିଛି। ତେବେ ତାଙ୍କ ପରିଚୟ ଏପର୍ଯ୍ୟନ୍ତ ଜଣାପଡ଼ିନାହିଁ। ମୃତ ବ୍ୟକ୍ତିଙ୍କ ବୟସ ପ୍ରାୟ ଅଜଣା ଥିବାବେଳେ ସେ ନୀଳ ରଙ୍ଗର ଟି-ସାର୍ଟ, ଜିନ୍ସ ପ୍ୟାଣ୍ଟ ଓ ନେଭି ବ୍ଲୁ ରଙ୍ଗର ଜ୍ୟାକେଟ୍ ପିନ୍ଧିଥିଲେ। ତାଙ୍କ ନିକଟରୁ ଏକ ଗାମୁଛା ଓ ଚପଲ ମଧ୍ୟ ମିଳିଥିବା ସୂଚନା ରହିଛି। ଘଟଣା ସମ୍ପର୍କରେ ପାଇକମାଳ ପୁଲିସକୁ ସୂଚନା ଦିଆଯାଇଥିବାବେଳେ ପୁଲିସ ଶବକୁ ଜବତ କରି ବ୍ୟବଛେଦ ପାଇଁ ପଦ୍ମପୁର ପଠାଇଛି ଏବଂ ଘଟଣାର ତଦନ୍ତ କରୁଛି। ମୃତ ବ୍ୟକ୍ତିଙ୍କ ପରିଚୟ ଜାଣିବା ପାଇଁ ପୁଲିସ ପକ୍ଷରୁ ସ୍ଥାନୀୟ ଅଞ୍ଚଳ ରେ ସୂଚନା ପ୍ରସାର କରାଯାଇଛି। ଉକ୍ତ ବ୍ୟକ୍ତିଙ୍କୁ କେହି ଚିହ୍ନିପାରିଲେ ତୁରନ୍ତ ପାଇକମାଳ ଥାନାକୁ ଜଣାଇବାକୁ ପୁଲିସ ପକ୍ଷରୁ ଅନୁରୋଧ କରାଯାଇଛି।
📲Get App