🔥 TRENDING Stray Dog Attack in Kapurthala Leaves... Himachal HC Clarifies Interest Payment... Himachal Pradesh Approves ₹6.62 Crore... Fatal Jaipur Road Crash Claims Driver’... ଓଡ଼ିଶାକୁ ବଡ଼ ଉପହାର; ୪ ନୁହେଁ, ମିଳିବ ୫ ଲ... Himachal Road Transport Pensioners to...
16 Nov 2026•
ગુજરાતી मराठी ਪੰਜਾਬੀ বাংলা
Politics

ନଭେମ୍ବର ୧୮ ତାରିଖରୁ କମ୍ପିବ ବିଧାନସଭା, ଆରମ୍ଭ ହେବ ଶୀତକାଳୀନ ଅଧିବେଶନ

✍️ Reporter: Deepak Mahapatra 🗓 16 Nov 2026, 11:35 AM 👁 17
Share: 💬 WhatsApp 📘 Facebook 𝕏 Post
ଭୁବନେଶ୍ୱର : ଆସନ୍ତା ନଭେମ୍ବର ୧୮ ତାରିଖରୁଓଡ଼ିଶା ବିଧାନସଭାର ଶୀତକାଳୀନ ଅଧିବେଶନ ଆରମ୍ଭ ହେବ। ଏହି ଅଧିବେଶନ ନଭେମ୍ବର ୧୮ରୁ ଆରମ୍ଭ ହୋଇ ଡିସେମ୍ବର ୩୧ ପର୍ଯ୍ୟନ୍ତ ଚାଲିବ। ପ୍ରଥମ ଦିନ (ନଭେମ୍ବର ୧୮)ରେ ୨୦୨୬-୨୭ ଆର୍ଥିକ ବର୍ଷ ପାଇଁ ମୁଖ୍ୟମନ୍ତ୍ରୀ ଅତିରିକ୍ତ ବଜେଟ୍ ଆଗତ କରିବେ। ନଭେମ୍ବର ୩୦ ତାରିଖରେ ଅତିରିକ୍ତ ବ୍ୟୟମଞ୍ଜୁରୀ ବିଲ୍ ଆସିବ ।
ଏଥର ବନ୍ୟା ରାଜନୀତି ନେଇଶୀତ ଅଧିବେଶନରେ ବିଧାନସଭା କମ୍ପିବ । ଗଞ୍ଜାମର ପ୍ରଳୟଙ୍କାରୀ ବନ୍ୟାକୁ ନେଇ ସରକାରଙ୍କୁ ଘେରିବେ ବିରୋଧୀ ଦଳ । ଉଭୟ ବିଜେଡି ଓ କଂଗ୍ରେସ ଆଗାମୀ ଅଧିବେଶନ ଆରମ୍ଭରୁ ହିଁ ଏହାକୁ ବଡ଼ ପ୍ରସଙ୍ଗ କରିବାକୁ ପ୍ରସ୍ତୁତ ରହିଛନ୍ତି । ଏପରିକି ବିଧାନସଭା ବାହାରେ ବି ବଡ଼ ବିକ୍ଷୋଭ କରିବା ଯୋଜନାରେ ଅଛନ୍ତି ବିରୋଧୀ ଦଳ । ପ୍ରଥମ ଦିନରୁ ହିଁ ବିଧାନସଭା କମ୍ପାଇବାକୁ ବିରୋଧୀ ଦଳ ଶକ୍ତ ପ୍ରସଙ୍ଗ ନେଇ ଅପେକ୍ଷା କରିଛନ୍ତି ।
ଗତ ମୌସୁମୀ ଅଧିବେଶନ ଏମଏମଡିଆର ଆଇନ ସଂଶୋଧନ ଓ ପାଠ୍ୟପୁସ୍ତକ ତ୍ରୁଟି ଝଡ଼ରେ ଉଡ଼ିଯାଇଥିଲା । ଗୋଟିଏ ବି ଦିନ ପୂର୍ଣ୍ଣାଙ୍ଗ ଆଲୋଚନା ହୋଇପାରିନଥିଲା । ତେବେ ଶୀତ ଅଧିବେଶନରେ ବିରୋଧୀ ଦଳ ବନ୍ୟା ଓ କୋଟିଆ ଭଳି ତାଜା ପ୍ରସଙ୍ଗକୁ ଜୋରଦାର ଭାବେ ଉଠାଇବା ସମ୍ଭାବନା ରହିଛି । ଶାସକ ଦଳ ମଧ୍ୟ ଏସବୁ ପ୍ରସଙ୍ଗରେ ପୂର୍ବ ସରକାରଙ୍କ ଦୋଷ ତ୍ରୁଟିକୁ ନେଇ ପାଲଟା ଆକ୍ରମଣ କରିବା ମୁଡ୍‌ରେ ରହିଛନ୍ତି ଅର୍ଥାତ୍‌ ଉଭୟ ପଟୁ ଆରୋପ-ପ୍ରତ୍ୟାରୋପ ରାଜନୀତି ସରଗରମ ରହିପାରେ ।
ବିଧାନସଭା ପାଇଁ ଆସନ୍ତା ୧୭ରେ ହିଁ ସବୁ ଦଳ ନିଜର ରଣନୀତି ବିଧିବଦ୍ଧ ଭାବେ ପ୍ରସ୍ତୁତ କରିବେ । ୧୭ ତାରିଖରେ ବିଜେପି ବିଧାୟକ ଦଳ ବୈଠକ ବସିବ ବୋଲି ସୂଚନା ରହିଛି । ବିରୋଧୀ ଦଳଙ୍କୁ କେମିତି ମୁକାବିଲା କରାଯିବ ସେନେଇ ମୁଖ୍ୟମନ୍ତ୍ରୀ ଓ ବିଜେପି ରାଜ୍ୟ ସଭାପତି ବିଧାୟକମାନଙ୍କୁ ଗୁରୁ ମନ୍ତ୍ର ଦେବେ ।
ସେହିପରି ରାଜ୍ୟର ପ୍ରମୁଖ ପ୍ରସଙ୍ଗ ନେଇ ଦୃଢ଼ ପ୍ରତିବାଦ ଉଠାଇବା ପାଇଁ ବିଜେଡି ବିଧାୟକମାନଙ୍କୁ ପରାମର୍ଶ ଦେବେ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ । ବିରୋଧୀ ଦଳ ଉପନେତା ପ୍ରସନ୍ନ ଆଚାର୍ଯ୍ୟ କହିଛନ୍ତି, ରାଜ୍ୟ ସ୍ୱାର୍ଥ ସହ ଜଡ଼ିତ ସମସ୍ତ ପ୍ରମୁଖ ପ୍ରସଙ୍ଗକୁ ଗୃହରେ ବିରୋଧୀ ଦଳ ଉପସ୍ଥାପନ କରିବ । କଂଗ୍ରେସ ବିଧାୟକ ଦଳ ମଧ୍ୟ ୧୭ରେ ବସିବ ବୋଲି ବିଧାୟକ ଦଳ ନେତା ରାମଚନ୍ଦ୍ର କାଡାମ ସୂଚନା ଦେଇଛନ୍ତି ।
📲Get App