🔥 ट्रेंडिंग बीजेपी सरकार ने हरियाणा में लाल डोरा भ... छत्तीसगढ़ जेल से चार अंडरट्रायल कैदी भ... छत्तीसगढ़ में एसएसबी जावन ने आत्महत्या... सुप्रीम कोर्ट में Devilal Gond बनाम छत... महाराष्ट्र के सीएम फडनवीस ने एचएम शाह... *मुख्यमंत्री श्री विष्णु देव साय ने से...
16 नव. 2026•
ગુજરાતી मराठी ਪੰਜਾਬੀ বাংলা

ମାଲକାନଗିରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ୮ ନୂତନ ଡାକ୍ତର ନିଯୁକ୍ତ, ବିଧାୟକ ଶ୍ରୀ ନରସିଂହ ମାଡ଼କାମିଙ୍କୁ ସାଧାରଣରେ ପ୍ରଶଂସା

✍️ रिपोर्टर: Sukumar Mandal 🗓 16 नव. 2026, 10:14 PM 👁 15
शेयर करें: 💬 WhatsApp 📘 Facebook 𝕏 Post
ମାଲକାନଗିରି, ୧୬ ନଭେମ୍ବର: ଦୀର୍ଘଦିନର ଡାକ୍ତର ଅଭାବ ସମସ୍ୟାର ସମାଧାନ ଦିଗରେ ମାଲକାନଗିରି ଜିଲ୍ଲାବାସୀଙ୍କୁ ମିଳିଛି ଆଶ୍ୱସ୍ତି। ମାଲକାନଗିରି ବିଧାୟକ ନରସିଂହ ମାଡକାମୀଙ୍କ ଉଦ୍ୟମ ଫଳରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ୮ ଜଣ ନୂତନ ଡାକ୍ତର ନିଯୁକ୍ତି ପାଇଛନ୍ତି। ଏହି ନିଯୁକ୍ତି ଫଳରେ ଜିଲ୍ଲାର ସ୍ୱାସ୍ଥ୍ୟସେବା ଅଧିକ ସୁଦୃଢ଼ ହେବା ନେଇ ଆଶା ପ୍ରକାଶ ପାଇଛି।

ଦୀର୍ଘଦିନ ଧରି ଡାକ୍ତର ଅଭାବ ଯୋଗୁଁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ରୋଗୀମାନେ ବିଭିନ୍ନ ସମସ୍ୟାର ସମ୍ମୁଖୀନ ହେଉଥିଲେ। ଏହାକୁ ଗୁରୁତ୍ୱ ଦେଇ ବିଧାୟକ ନରସିଂହ ମାଡକାମୀ ରାଜ୍ୟ ସ୍ୱାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗଙ୍କୁ ସାକ୍ଷାତ କରି ଜିଲ୍ଲାରେ ଡାକ୍ତର ନିଯୁକ୍ତି ପାଇଁ ଦାବି ଜଣାଇଥିଲେ। ଏଥିସହ ରାଜ୍ୟ ସରକାରଙ୍କ ନିକଟରେ ମଧ୍ୟ ଏହି ସମସ୍ୟା ଉପସ୍ଥାପନ କରିଥିଲେ।

ବିଧାୟକଙ୍କ ଉଦ୍ୟମ ପରେ ନୂତନ ଭାବେ ନିଯୁକ୍ତ ୮ ଜଣ ଡାକ୍ତର ଚିକିତ୍ସାଳୟରେ ଯୋଗଦେଇଛନ୍ତି। ଏହି ଅବସରରେ ବିଧାୟକ ମାଡକାମୀ ଚିକିତ୍ସାଳୟରେ ପହଞ୍ଚି ନବନିଯୁକ୍ତ ଡାକ୍ତରମାନଙ୍କୁ ଉତ୍ତରୀୟ ପ୍ରଦାନ କରି ସମ୍ବର୍ଦ୍ଧିତ କରିବା ସହ ଜିଲ୍ଲାବାସୀଙ୍କୁ ଉତ୍ତମ ଓ ନିଷ୍ଠାପର ସ୍ୱାସ୍ଥ୍ୟସେବା ଯୋଗାଇଦେବାକୁ ଆହ୍ୱାନ ଜଣାଇଥିଲେ।

ନବନିଯୁକ୍ତ ଡାକ୍ତରମାନେ ହେଲେ ଡାକ୍ତର ଅନୁପମ ଜେନା (ମେଡିସିନ୍), ଡାକ୍ତର ଦେବଦାସ ସାମନ୍ତରାୟ (ଫୋରେନସିକ୍ ମେଡିସିନ୍), ଡାକ୍ତର ପ୍ରିୟରଞ୍ଜନ ସେଠୀ (ଅସ୍ଥିଶଲ୍ୟ), ଡାକ୍ତର ତପସ ରଞ୍ଜନ ପଣ୍ଡା (ଶଲ୍ୟ ଚିକିତ୍ସା), ଡାକ୍ତର ଅଭିଷେକ ମହାନ୍ତି (ରେଡିଓଡାଏଗ୍ନୋସିସ୍), ଡାକ୍ତର ପ୍ରବୀଣ କୁମାର ସାହୁ (ଚର୍ମ ଓ ଯୌନରୋଗ), ଡାକ୍ତର ଶ୍ରୀକୃଷ୍ଣ ମଣ୍ଡଳ (ମେଡିସିନ୍) ଏବଂ ଡାକ୍ତର ଅନସାରୀ ମାଝୀ (ଶିଶୁରୋଗ)।

ଏହି ନିଯୁକ୍ତି ଫଳରେ ମେଡିସିନ୍, ଅସ୍ଥିଶଲ୍ୟ, ଶଲ୍ୟ ଚିକିତ୍ସା, ରେଡିଓଡାଏଗ୍ନୋସିସ୍, ଚର୍ମ ଓ ଯୌନରୋଗ ଏବଂ ଶିଶୁରୋଗ ଭଳି ବିଭିନ୍ନ ବିଭାଗରେ ଚିକିତ୍ସାସେବା ଅଧିକ ସୁଦୃଢ଼ ହେବ ବୋଲି ଆଶା କରାଯାଉଛି। ଡାକ୍ତର ନିଯୁକ୍ତି ଖବରରେ ଜିଲ୍ଲାବାସୀଙ୍କ ମଧ୍ୟରେ ଖୁସି ପ୍ରକାଶ ପାଇଥିବା ବେଳେ ବିଧାୟକଙ୍କ ଏହି ପଦକ୍ଷେପକୁ ସାଧାରଣରେ ସ୍ୱାଗତ କରାଯାଇଛି।
📲Get App