🔥 TRENDING કડીના પંથોડાગામમાં કબ્રસ્તાનની સફાઈ કા... దాబా (బి) గ్రామంలో 11 మందికి నూతన పింఛ... NHRC Member Accuses Vidisha Police of... Delhi Police Arrest Man Accused of Str... India’s Growth Imperative: Innovation,... Nagaland Governor Yadav joins Chhath P...
16 Nov 2026•
ગુજરાતી मराठी ਪੰਜਾਬੀ বাংলা
Education

ଏସ୍‌ସିବିରେ ଆଇଆର୍‌ଏ ଓଡ଼ିଶା ଶାଖାର ବାର୍ଷିକ ସମ୍ମିଳନୀ: ଦୁଇଦିନିଆ କାର୍ଯ୍ୟକ୍ରମରେ ୨୦୦ ପ୍ରତିନିଧି ସାମିଲ

✍️ Reporter: Deepak Mahapatra 🗓 16 Nov 2026, 12:02 PM 👁 20
Share: 💬 WhatsApp 📘 Facebook 𝕏 Post
ଇଣ୍ଡିଆନ୍ ରୁୢମାଟୋଲୋଜି ଆସୋସିଏସନ୍(ଆଇଆର୍ଏ) ଓଡ଼ିଶା ରାଜ୍ୟ ଶାଖାର ୧୮ତମ ବାର୍ଷିକ ସମ୍ମିଳନୀ ଏସ୍ସିବି ମେଡିକାଲ କଲେଜ ନୂତନ ଅଡିଟୋରିୟମରେ ଅନୁଷ୍ଠିତ ହୋଇଯାଇଛି।
କଟକ: ଇଣ୍ଡିଆନ୍ ରୁୢମାଟୋଲୋଜି ଆସୋସିଏସନ୍(ଆଇଆର୍ଏ) ଓଡ଼ିଶା ରାଜ୍ୟ ଶାଖାର ୧୮ତମ ବାର୍ଷିକ ସମ୍ମିଳନୀ ଏସ୍ସିବି ମେଡିକାଲ କଲେଜ ନୂତନ ଅଡିଟୋରିୟମ୍ରେ ଅନୁଷ୍ଠିତ ହୋଇଯାଇଛି। ସମ୍ମିଳନୀର ମୂଳ ବିଷୟ ଥିଲା ‘ଶଯ୍ୟା ପାର୍ଶ୍ୱରୁ ରୁୢମାଟୋଲୋଜି ଶିକ୍ଷା’। ଉଦ୍ଘାଟନୀ ଅଧିବେଶନରେ ଆଇଆର୍ଏ ଓଡ଼ିଶାର ସଭାପତି ଡାକ୍ତର ଶିଶିର କୁମାର ମହାପାତ୍ର ଅଧ୍ୟକ୍ଷତା କରିଥିଲେ। ଭାରତୀୟ ରୁୢମାଟୋଲୋଜି ଆସୋସିଏସନ୍ର ଜାତୀୟ ସଭାପତି ପ୍ରଫେସର ଡାକ୍ତର ଅମନ ଶର୍ମା ମୁଖ୍ୟ ଅତିଥି ଭାବେ ଯୋଗଦେଇଥିବା ବେଳେ ପ୍ରଫେସର ଡାକ୍ତର ଅମିତା ଅଗ୍ରୱାଲ ସମ୍ମାନିତ ଅତିଥି ଭାବେ ଉପସ୍ଥିତ ଥିଲେ। ଆଇଆର୍ଏ ଓଡ଼ିଶାର ବାର୍ଷିକ ପ୍ରତିବେଦନକୁ ସମ୍ପାଦକ ପ୍ରଫେସର ଡାକ୍ତର ପ୍ରଦୀପ୍ତ ଶେଖର ପାତ୍ର ଉପସ୍ଥାପନ କରିଥିଲେ। ସମ୍ମିଳନୀର ବୈଜ୍ଞାନିକ ବିଷୟବସ୍ତୁ ଓ କାର୍ଯ୍ୟକ୍ରମର ରୂପରେଖ ପ୍ରଫେସର ଡାକ୍ତର ବିଦ୍ୟୁତ୍ କୁମାର ଦାସଙ୍କ ଦ୍ୱାରା ପ୍ରସ୍ତୁତ କରାଯାଇଥିଲା। ସମ୍ମିଳନୀର ଆୟୋଜକ ସମ୍ପାଦକ ଡାକ୍ତର ସୌମ୍ୟରଞ୍ଜନ ତ୍ରିପାଠୀ ଧନ୍ୟବାଦ ଦେଇଥିଲେ।
ଏହି ସମ୍ମିଳନୀରେ ସ୍ନାତକ ଛାତ୍ରଛାତ୍ରୀଙ୍କ ପାଇଁ ଆୟୋଜିତ କଣ୍ଟିନୁଇଙ୍ଗ୍ ମେଡିକାଲ ଏଜୁକେସନ୍ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ଦେଶର ବିଶିଷ୍ଟ ରୁୢମାଟୋଲୋଜି ବିଶେଷଜ୍ଞମାନଙ୍କ ଦ୍ୱାରା ବାସ୍ତବ ରୋଗୀ-ଆଧାରିତ ଶଯ୍ୟାପାର୍ଶ୍ୱ ଶିକ୍ଷା ଅଧିବେଶନ ଆୟୋଜିତ ହୋଇଥିଲା। ସେମାନଙ୍କ ମଧ୍ୟରେ ସିଏମ୍ସି ଭେଲୋର୍ର ପ୍ରଫେସର ଡାକ୍ତର ରୁଚିକା ଗୋଏଲ୍ ମଧ୍ୟ ଅନ୍ୟତମ ଥିଲେ। ସମ୍ମିଳନୀରେ ବିଭିନ୍ନ ଶିକ୍ଷାମୂଳକ ଓ ସୃଜନଶୀଳ ପ୍ରତିଯୋଗିତା ଆୟୋଜନ କରାଯାଇଥିଲା। ରୁୢମାଟୋଲୋଜି ଚିତ୍ରାଙ୍କନ ପ୍ରତିଯୋଗିତା, ସ୍ନାତକ ଓ ସ୍ନାତକୋତ୍ତର ସ୍ତରର କୁଇଜ୍ ପ୍ରତିଯୋଗିତା, ପୋଷ୍ଟର ଓ ମୌଖିକ ଗବେଷଣା ପ୍ରବନ୍ଧ ଉପସ୍ଥାପନା ପ୍ରତିଯୋଗିତା ଅନ୍ତର୍ଭୁକ୍ତ ଥିଲା। ରାଜ୍ୟ ଓ ଦେଶର ବିଭିନ୍ନ ସ୍ଥାନରୁ ୨୦୦ରୁ ଅଧିକ ପ୍ରତିନିଧି ଏହି ସମ୍ମିଳନୀରେ ଯୋଗ ଦେଇଥିଲେ।
📲Get App